Advertisment

ଏଥର ନୂଆ ନିୟମରେ ପୌର ନିର୍ବାଚନ: ପ୍ରାର୍ଥୀ ଦାଖଲ କରିବେ ସତ୍ୟପାଠ

ପୌର ନିର୍ବାଚନ ପାଇଁ ଆଜି ବସିଥିଲା ସର୍ବଦଳୀୟ ବୈଠକ।

author-image
Chandan Shishu
State election Commission

State election Commission

ଭୁବନେଶ୍ୱର: ପୌର ନିର୍ବାଚନରେ ଏଥର ପ୍ରାର୍ଥୀଙ୍କୁ ଦାଖଲ କରିବାକୁ ପଡ଼ିବ ସତ୍ୟପାଠ। ଏହି ସତ୍ୟପାଠରେ ସେମାନେ ନିଜର ସଂପତ୍ତି ତାଲିକା ଦେବେ, ଶିକ୍ଷାଗତ ଯୋଗ୍ୟତାର ବିବରଣୀ ଦେବେ। ତା ସହିତ ଯଦି ସେମାନଙ୍କ ନାଁରେ କୌଣସି ଅପରାଧ ମାମଲା ଥିବ, ତାର ମଧ୍ୟ ସୂଚନା ଦେବେ। ଯଦି କିଏ ଭୁଲ ତଥ୍ୟ ସତ୍ୟପାଠରେ ଉଲ୍ଲେଖ କରିଥିବ, ତେବେ ତାଙ୍କର ପ୍ରାର୍ଥିପତ୍ର ନାକଚ ହେବ। 

Advertisment

ଏଥର ପୌର ନିର୍ବାଚନରେ ମଧ୍ୟ ବ୍ୟବହୃତ ହେବ ଇଭିଏମ୍। ପ୍ରତ୍ୟେକ ବୁଥ୍‌ରେ ଦୁଇଟି ଇଭିଏମ୍ ରହିବ। ଗୋଟିଏ କାଉନ୍ସିଲର ପାଇଁ ଓ ଆରଟି ମେୟର ବା ଅଧ୍ୟକ୍ଷ ପଦ ପାଇଁ। ପ୍ରାର୍ଥୀ ମନୋନୀତ ହେବାଠାରୁ ଫଳାଫଳ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନିଜ ନିଜର ଖର୍ଚ୍ଚ ବିବରଣୀ ଦେବେ। ମହାନଗର ନିଗମର କାଉନ୍ସିଲର ପ୍ରାର୍ଥୀ ସର୍ବାଧିକ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ। ମେୟର ପ୍ରାର୍ଥୀ ଖର୍ଚ୍ଚ କରିପାରିବେ ୧୨ ଲକ୍ଷ ଟଙ୍କା।

୫୦ ହଜାର ଜନସଂଖ୍ୟା ବିଶିଷ୍ଟ ପୌର ପରିଷଦରେ କର୍ପୋରେଟର ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ରହିଛି ୫୦ ହଜାର ଟଙ୍କା। ଚେୟାରମ୍ୟାନଙ୍କ ସର୍ବାଧିକ ଖର୍ଚ୍ଚ ସୀମା ରହିଛି ୨ ଲକ୍ଷ ଟଙ୍କା। ସେହିପରି ୫୦ ହଜାରରୁ ଲକ୍ଷେ ଜନସଂଖ୍ୟାର ପୌର ପାଳିକାରେ କାଉନ୍ସିଲର ପ୍ରାର୍ଥୀ ସର୍ବାଧିକ ୧ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ।  ଏଠାରେ ଚେୟାରମ୍ୟାନ ଖର୍ଚ୍ଚ କରିପାରିବେ ୫ ଲକ୍ଷ ଟଙ୍କା।

Advertisment

ପୌର ନିର୍ବାଚନ ପାଇଁ ଆଜି ବସିଥିଲା ସର୍ବଦଳୀୟ ବୈଠକ। ଆଜି ୧୦୭ ପୌରାଞ୍ଚଳ, ୩ ମହାନଗରରେ ଚିଠା ଭୋଟର ତାଲିକା ପ୍ରକାଶ ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ। ଏଥର ସିଧାସଳଖ ମେୟର ଓ ପୌରାଧ୍ୟକ୍ଷ ନିର୍ବାଚନ ହେବ।  

SEC Municipality Election
Advertisment
Advertisment