/odishatv-khabar/media/post_attachments/uploadimage/library/16_9/16_9_0/Bus_Strike_1697817180.jpg)
Bus Strike
ସ୍ଥଗିତ ରହିଲା ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ଆନ୍ଦୋଳନ । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଧର୍ମଘଟ ସ୍ଥଗିତ ରଖିବାକୁ ନିଷ୍ପତି ନେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ଏ ନେଇ ଜିଲ୍ଲା ସଂଘଗୁଡ଼ିକ ସହ ଆଲୋଚନା ପରେ ନିଷ୍ପତ୍ତି ନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ।
ଆଜି ପରିବହନ ମନ୍ତ୍ରୀଙ୍କ ସହ ଦୀର୍ଘ ୧ ଘଣ୍ଟା ଧରି ଆଲୋଚନା କରିଥିଲା ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ବୈଠକରେ ସମସ୍ତ ଦାବି ଓ ପ୍ରସଙ୍ଗରେ ଆଲୋଚନା ହୋଇଥିଲେ ବି ଧର୍ମଘଟ ପ୍ରତ୍ୟାହାର ନେଇ କୌଣସି ନିଷ୍ପତ୍ତି ନେଇ ପାରିନଥିଲା ଘରୋଇ ବସ୍ ମାଲିକ ସଂଘ । ଆଲୋଚନା ପରେ, ଧର୍ମଘଟ ବନ୍ଦ କରି ମାଲିକ ସଂଘ ସହଯୋଗ କରିବେ ବୋଲି ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଥିଲେ ।
ହେଲେ ଜିଲ୍ଲା ସଂଘଗୁଡ଼ିକ ସହ ଆଲୋଚନା ନକରିବା ଯାଏଁ, ଆନ୍ଦୋଳନ ପ୍ରତ୍ୟାହର ନିଷ୍ପତ୍ତି ନିଆଯାଇପାରିବ ନାହିଁ ବୋଲି ସୂଚନା ଦେଇଥିଲେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ । ସେ କହିଛନ୍ତି ଯେ ଏବେଠୁ ବସ୍ ଚଳାଚଳ ସ୍ୱାଭାବିକ ହେବ । ଆସନ୍ତା ୨୬ ତାରିଖ ଆଲୋଚନାକୁ ଅପେକ୍ଷା କରିଛୁ । ଆସନ୍ତା ୨୬ରେ କ’ଣ ଲିଖିତ ପ୍ରତିଶ୍ରୁତି ମିଳୁଛି ତାହାକୁ ଅପେକ୍ଷା ରହିଲା । ଯାତ୍ରୀଙ୍କ ଅସୁବିଧା ପାଇଁ ପୁଣି ଥରେ ଆମେ କ୍ଷମା ମାଗୁଛୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)