Advertisment

ଦାବି ପୂରଣ ନହେଲେ ଜୁଲାଇ ୧ରୁ ଗଡ଼ିବନି ବସ୍‌ !

ଜୁଲାଇ ପହିଲାରୁ ହେବାକୁ ଥିବା ବସ୍ ଧର୍ମଘଟ ହେବ ନା ନାହିଁ, ସେନେଇ ଆଜି ନିଷ୍ପତ୍ତି ନିଆଯିବ। ବସ୍ ଧର୍ମଘଟ ହେବ ନା ନାହିଁ ଆଜିର କାର୍ଯ୍ୟକାରୀ କମିଟି ବୈଠକରେ ଆଲୋଚନା ହେବ।

author-image
Rajalaxmi Sahoo
Bus Strike In Odisha Private Bus Owners Association To Take Call Today

Bus Strike In Odisha Private Bus Owners Association To Take Call Today

ଜୁଲାଇ ପହିଲାରୁ ହେବାକୁ ଥିବା ବସ୍ ଧର୍ମଘଟ ହେବ ନା ନାହିଁ, ସେନେଇ ଆଜି ନିଷ୍ପତ୍ତି ନିଆଯିବ। ଗତକାଲି ଘରୋଇ ବସ୍ ମାଲିକ ସଂଘ ଓ ପରିବହନ ମନ୍ତ୍ରୀଙ୍କ ମଧ୍ୟରେ ବୈଠକ ହୋଇଥିଲା। ଏଥିରେ ଜୁଲାଇ ୧ରୁ ଧର୍ମଘଟ ନେଇ ସଂଘର ନିଷ୍ପତ୍ତି ଉପରେ ଆଲୋଚନା ହୋଇଥିଲା। ୧୦ ଦଫା ଦାବି ନେଇ ଆଲୋଚନା ହୋଇଥିବା ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

Advertisment

ଆଗକୁ ରଥଯାତ୍ରା ଥିବାରୁ ଘରୋଇ ବସ୍ ବନ୍ଦ ନ କରିବାକୁ ପରିବହନ ମନ୍ତ୍ରୀ କହିଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀ ବାହାରକୁ ଯାଇଛନ୍ତି, ଆସିଲେ ନିଷ୍ପତ୍ତି ହେବ ବୋଲି ପରିବହନ ମନ୍ତ୍ରୀ କହିଥିବା କଥା ସଂଘ ସମ୍ପାଦକ ସୂଚନା ଦେଇଛନ୍ତି। ତେବେ ବସ୍ ଧର୍ମଘଟ ହେବ ନା ନାହିଁ ଆଜିର କାର୍ଯ୍ୟକାରୀ କମିଟି ବୈଠକରେ ଆଲୋଚନା ହେବ। ଆଜି କାର୍ଯ୍ୟକାରୀ କମିଟି ବୈଠକ ପରେ ବସ୍ ମାଲିକ ସଂଘ ଠୋସ୍ ନିଷ୍ପତ୍ତି ନେବ।

ବସ୍‌ ପର୍‌ମିଟ୍ ତୃତୀୟ ପକ୍ଷକୁ ହସ୍ତାନ୍ତର  ନିଷ୍ପତ୍ତି କାର୍ଯ୍ୟକାରୀ, ବସ୍ ଫିଟନେସ୍ ପର୍‌ମିଟ୍ ବଳବତ୍ତର ପର୍ଯ୍ୟନ୍ତ ସ୍ଥାୟୀ ପର୍‌ମିଟ୍ ଦେବା, ମଙ୍ଗୁଳି ଠାରୁ ସମ୍ବଲପୁର ପର୍ଯ୍ୟନ୍ତ ଏନଏଚ୍ ୫୫ ତୁରନ୍ତ ନିର୍ମାଣ କରିବା, ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲଗାଇବା ନିଷ୍ପତ୍ତି ପରିବର୍ତ୍ତନ କରିବା,  କୋଭିଡ୍‌ ବେଳେ ଋଣ ଯୋଗାଇଦେବାକୁ ସରକାର ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ କରିବା ଭଳି ବିଭିନ୍ନ ଦାବି ଘରୋଇ ବସ ମାଲିକ ସଂଘ ରଖିଛି।  

Advertisment
Bus Strike Bus Strike In Odisha
Advertisment
Advertisment