• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ତେଲ ଦର କମିବାରୁ କମିଲା ବସ୍ ଭଡ଼ା । ଅର୍ଡିନାରୀ ବସ୍ ଭଡ଼ା ୯୨ରୁ ୩ ପଇସା କମି ୮୯ ପଇସାକୁ ହ୍ରାସ ପାଇଛି । ସେହିପରି ଏକ୍ସପ୍ରେସ ବସ ଭଡ଼ା ୯୬ପଇସାରୁ ୩ ପଇସା କମିଛି । ଏବେ ଏକ୍ସପ୍ରେସ ବସ୍ ଭଡ଼ା ୯୩ ପଇସା ହୋଇଥିବା ବେଳେ ଡିଲକ୍ସ ବସ ଭଡ଼ା ୧ ଟଙ୍କା ୩୫ ରୁ ୧ ଟଙ୍କା ୨୯ ପଇସାକୁ ହ୍ରାସ ପାଇଛି । ଏସି ଡିଲକ୍ସ ଭଡ଼ା ୧ ଟଙ୍କା ୬୩ ପଇସାରୁ କମି ୧ଟଙ୍କା ୫୭ ପଇସା ହୋଇଛି । ସୁପର ପ୍ରିମିୟମ ଭଡ଼ା ୨ ଟଙ୍କା ୫୩ରୁ ୨ ଟଙ୍କା ୪୪କୁ ଖସିଆସିଛି ।

ସୂଚନାଯୋଗ୍ୟ ବଢ଼ୁଥିବା ଦରଦାମରେ ଘାଣ୍ଟି ହେଉଥିବା ଲୋକଙ୍କ ଦୁର୍ଦ୍ଦଶା ଦେଖି  ମେ ୨୧ ତାରିଖରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିଥିଲେ କେନ୍ଦ୍ର ସରକାର ।  କେନ୍ଦ୍ର ସରକାର ପେଟ୍ରୋଲ ଲିଟର ପିଛା ୮ଟଙ୍କା ଏବଂ ଡ଼ିଜେଲ ଲିଟର ପିଛା ୬ ଟଙ୍କା ଉତ୍ପାଦ ଶୁଳ୍କ କମାଇଥିଲେ ।

କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ କମାଇବା ପରେ ସ୍ବତଃପ୍ରବୃତ ଭାବେ କମିଥିଲା ରାଜ୍ୟର ଭାଟ୍। ପେଟ୍ରୋଲ ଉପରେ କେନ୍ଦ୍ର ଉତ୍ପାଦ ଶୁଳ୍କ ବାବଦକୁ ୮ଟଙ୍କା କମାଇଥିବେଳେ ଭାଟ୍ ବାବାଦକୁ ରାଜ୍ୟର ଟିକସ ୧ଟଙ୍କା ୩୧ ପଇସା କମିଯାଇଛି । ଠିକ୍ ସେଭଳି ଡିଜେଲ୍‌ରେ ଲିଟର ପିଛା କେନ୍ଦ୍ର ୬ଟଙ୍କା କମାଇଥିବବେଳେ ରାଜ୍ୟର ଟ୍ୟାକ୍ସ ବାବାଦକୁ ୧ଟଙ୍କା ୪୯ ପଇସା କମିଛି ।