• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ୟୁକ୍ରେନ ଓ ରୁଷିଆ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ । ବୁଚା ନରସଂହାର ଚିତ୍ର ପରେ ଅନ୍ତର୍ଜାତୀୟ ସମୁଦାୟ ପକ୍ଷରୁ ରୁଷିଆ ଉପରେ ବଢୁଛି ଚାପ । ବିଶେଷ କରି ସାଧାରଣ ଲୋକଙ୍କ ମୃତ୍ୟୁୟର ଚିତ୍ର ସାମ୍ନାକୁ ଆସିବା ପରେ ଉଦବେଗ ବଢ଼ିଛି । ଏବେ ବି ମରିଓପଲରୁ ଲୋକେ ପଳାୟନ କରୁଛନ୍ତି । ଏଥିପାଇଁ ୧୦ଟି କରିଡର କରିଛି କିଭ୍ । ତେବେ ଲୋକେ ନିଜ ବ୍ୟବସ୍ଥା କରି ସେଠାରୁ ଯାଆନ୍ତୁ, ସରକାରୀ ସାହାୟ୍ୟକୁ ଅପେକ୍ଷା ନ କରନ୍ତୁ ବୋଲି କୁହାଯାଇଛି ।

ସେପଟେ ଉତ୍ତର ୟୁକ୍ରେନରୁ ରୁଷିଆର ସୈନ୍ୟ ହଟୁଛନ୍ତି । ବ୍ରିଟେନ ଗୁଇନ୍ଦା ସୂଚନାରୁ ଏହା ଜଣାପଡ଼ିଛି । ରୁଷିଆର ସୀମାନ୍ତ ସୁମି ଅଞ୍ଚଳ ଏବେ ପୁରା ୟୁକ୍ରେନର ନିୟନ୍ତ୍ରଣରେ ରହିଛି । ସେହିପରି ଲୁହାନସ୍କରେ ବି ୟୁକ୍ରେନ ସୈନ୍ୟଙ୍କ କର୍ତ୍ତତ୍ୱ ବଢ଼ିଛି । ଏହି ଅଞ୍ଚଳରେ ଅଧିକ ସୈନ୍ୟ ରୁଷ ଠୁଳ କରିଥିଲେ ମଧ୍ୟ ସୁରକ୍ଷା ଭେଦ କରିପାରିନାହାନ୍ତି । ସେପଟେ ରାଷ୍ଟ୍ରପତି ଜେଲେନସ୍କି ବିଶ୍ୱ ସମୁଦାୟରୁ ଆହୁରି ସାହାଯ୍ୟ ମାଗିଛନ୍ତି । ବିଶେଷ କରି ସେ ଅସ୍ତ୍ରଶସ୍ତ୍ର ମାଗିଛନ୍ତି । ସେ କହିଛନ୍ତି, ଯୁଦ୍ଧ ସମୟରେ କୌଣସି ଦେଶ ଏକାକୀ ତିଷ୍ଠି ରହିପାରିବ ନାହିଁ ।

ତେବେ ଦେଶରେ ଖାଦ୍ୟଶସ୍ୟ, ପରିବା ଓ ତେଲର କୌଣସି ଅଭାବ ନ ଥିବା ଓ ଲୋକଙ୍କୁ ଏସବୁ ଯୋଗାଇ ଦିଆଯାଉଥିବା ସୂଚନା ଦେଇଛନ୍ତି ଜେଲେନସ୍କି । ସେପଟେ ରୁଷ ସ୍ୱୀକାର କରିଛି ଯେ, ତାର ବହୁ ସୈନ୍ୟ ଏହି ଯୁଦ୍ଧରେ ପ୍ରାଣ ହରାଇଲେଣି । ଏହାକୁ ଏକ ଟ୍ରାଜେଡି ବୋଲି କ୍ରେମଲିନ ପକ୍ଷରୁ କୁହାଯାଇଛି । ୬ ସପ୍ତାହର ଯୁଦ୍ଧରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ଲକ୍ଷରୁ ଅଧିକ ଲୋକ ବାସହରା ହୋଇ ଶରଣାର୍ଥୀ ଜୀବନ ବିତାଉଛନ୍ତି ।