/odishatv-khabar/media/post_attachments/uploadimage/library/16_9/16_9_0/IMAGE_1637497499.jpg)
Brunei where people put the wife photo on house walls
ଦୁନିଆର ସବୁ ଦେଶରେ କିଛି ନା କିଛି ଅଜବ ଘଟଣା ଦେଖିବାକୁ ମିଳେ। ପ୍ରାୟ ଦେଶର ରୀତିନୀତି ଓ ପରମ୍ପରା ହିଁ ଏହାକୁ ଅନ୍ୟ ଦେଶଠାରୁ ଭିନ୍ନ କରିଥାଏ। ଦୁନିଆରେ ଏପରି ଏକ ଦେଶ ଅଛି, ଯାହା ବିଷୟରେ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଦେଶର ନାମ ବ୍ରୁନେଇ ହୋଇଥିବା ବେଳେ ଏଠାରେ ଏପରି ଅନେକ ରୋଚକ ଜିନିଷ ଦେଖିବାକୁ ମିଳେ ଯାହାକୁ ଜାଣିଲା ପରେ ବି ଆପଣ ବିଶ୍ୱାସ କରି ପାରିବେ ନାହିଁ।
ବ୍ରୁନେଇ ବିଶ୍ୱର ଧନୀ ଦେଶମାନଙ୍କ ମଧ୍ୟରେ ଗଣାଯାଏ। ଧନୀ ଦେଶର ଲୋକମାନେ ରହିବା ପାଇଁ ଭଲ ଘର ତିଆରି କରନ୍ତି ଏବଂ ଏହା ସହିତ ଅନେକ ବିଳାସପୂର୍ଣ୍ଣ ଯାନ ମଧ୍ୟ ରଖିବାକୁ ପସନ୍ଦ କରନ୍ତି। କିନ୍ତୁ ବ୍ରୁନେଇର ଲୋକଙ୍କ ପସନ୍ଦ ଏହାର ବିପରୀତ ଅଟେ। ବ୍ରୁନେଇର ଲୋକମାନଙ୍କ ପସନ୍ଦ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ଏବଂ ଏହାକୁ ବିଶ୍ୱାସ ମଧ୍ୟ କରିବେ ନାହିଁ।
ଏଠାକାର ଲୋକମାନେ ଘର ଅପେକ୍ଷା ବିଳାସପୂର୍ଣ୍ଣ ଯାନ ରଖିବାକୁ ପସନ୍ଦ କରନ୍ତି। ଏହି ଦେଶରେ ଘର ଅପେକ୍ଷା ଅଧିକ କାର ଅଛି। ଏହା ଏପର୍ଯ୍ୟନ୍ତ ମଧ୍ୟ ରାଜାଙ୍କ ଦ୍ୱାରା ଶାସିତ। ଦୁନିଆର ଅନେକ ଦେଶ ପରି ବ୍ରୁନେଇ ମଧ୍ୟ ବ୍ରିଟିଶମାନଙ୍କ ଦ୍ୱାରା ଶାସିତ ହୋଇଥିଲା। ୧୯୮୪ ମହିଆ ଜାନୁଆରୀ ୧ରେ ଏହି ଦେଶ ସ୍ୱାଧୀନ ହେଲା। ଏହି ଦେଶର ରୀତିନୀତି ବିଷୟରେ ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ। ଏଠାରେ ଘରର କାନ୍ଥରେ ପତ୍ନୀଙ୍କ ଫଟୋ ଲଗାଯାଏ ଓ ଏହା ସହିତ ସୁଲତାନଙ୍କର ଏକ ଫଟୋ ମଧ୍ୟ ରଖାଯାଏ।
ଏମିତି ଦେଶ, ଏଠି କାନ୍ଥରେ ମରାଯାଏ ପତ୍ନୀଙ୍କ ଫଟୋଏଠାରେ ଥିବା ଲୋକଙ୍କ ଖାଦ୍ୟ ଏବଂ ପାନୀୟ ମଧ୍ୟ ଅନ୍ୟମାନଙ୍କଠାରୁ ଭିନ୍ନ। ଏଠାରେ ଲୋକମାନେ ଫାଷ୍ଟ୍ଫୁଡ୍ ଖାଇବା ଠାରୁ ଦୂରେଇ ରୁହନ୍ତି। ଏନେଇ ଆପଣ ଏଠାରେ ଅଳ୍ପ କିଛି ଫାଷ୍ଟଫୁଡ୍ ରେଷ୍ଟୁରାଣ୍ଟ ଦେଖିବାକୁ ପାଇବେ। ବ୍ରୁନେଇର ଲୋକମାନେ କାର୍କୁ ଏତେ ପସନ୍ଦ କରନ୍ତି ଯେ ଏଠାରେ ୧ ହଜାର ଲୋକଙ୍କ ମଧ୍ୟରେ ପ୍ରାୟ ୭୦୦ କାର୍ ଅଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଠାରେ ତେଲର ମୂଲ୍ୟ ବହୁତ କମ୍ ଏବଂ ପରିବହନ ଟିକସ ମଧ୍ୟ ବହୁତ କମ୍।
ବ୍ରୁନେଇର ରାଜା ଦୁନିଆର ସବୁଠାରୁ ଧନୀ ରାଜାମାନଙ୍କ ମଧ୍ୟରୁ ଅନ୍ୟତମ। ସେ ଯାନବାହାନକୁ ଏତେ ଭଲ ପାଉଥିଲେ ଯେ ତାଙ୍କ ପାଖରେ ୭ ହଜାର କାର୍ ଅଛି। ସେ ଏକ ୭ ଶହ କୋଠରୀବିଶିଷ୍ଟ ପ୍ରାସାଦରେ ରୁହନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)