/odishatv-khabar/media/post_attachments/uploadimage/library/16_9/16_9_0/IMAGE_1644158795.jpg)
Boyfriend tries to sneak girlfriend in suitcase
ଆଜିକାଲି ସୋସିଆଲ୍ ମିଡିଆରେ ଅନେକ ଘଟଣା ପଢିବାକୁ ଓ ଦେଖିବାକୁ ମିଳୁଛି। ଭାଲେଣ୍ଟାଇନ୍ସ ଡେ ପୂର୍ବରୁ ଇଣ୍ଟର୍ନେଟ୍କୁ ଥରାଇ ଦେଇଥିବା ମଣିପାଲ କଲେଜର ଜଣେ ଯୁବକ ଭାଇରାଲ୍ ହେବାରେ ଲାଗିଛି। କଲେଜରେ ପଢୁଥିବା ଏହି ଯୁବକ ନିଜ ଗର୍ଲଫ୍ରେଣ୍ଡକୁ ହଷ୍ଟେଲ୍କୁ ଆଣିବା ପାଇଁ ଏକ ଅଦ୍ଭୁତ ଯୋଜନା କରିଦେଲା। ଆପଣମାନେ କଲେଜ ବେଳରେ କେବେ ବି ଏମିତି ଭାବି ହିଁ ନଥିବେ।
ଭାଲେଣ୍ଟାଇନ୍ସ ଡେ ଆଉ କିଛି ଦିନ ବାକି ଅଛି, କିନ୍ତୁ ଫେବୃଆରୀ ଆରମ୍ଭରୁ ପ୍ରେମର ଜ୍ୱର ଯୁବପିଢିଙ୍କୁ ଏମିତି ଘାରିଛି ଯେ ସେମାନେ ସବୁ ସୀମା ଅତିକ୍ରମ କରିଯାଉଛନ୍ତି। ବର୍ତ୍ତମାନ ବୟଜ୍ ହଷ୍ଟେଲକୁ ଗର୍ଲଫ୍ରେଣ୍ଡମାନଙ୍କୁ ଆଣିବାକୁ ଅନୁମତି ନାହିଁ, କିନ୍ତୁ ସୁଟ୍କେସ୍ ଯେତେ ଭାରୀ ହେଲେ ମଧ୍ୟ ଏହାକୁ ଅଣାଯାଇପାରିବ। ତେବେ ଯୁବକ ଜଣକ ଏହାର ବେଶ ଫାଇଦା ନେଇଥିଲା। ସେ ଏହି ସୁଟ୍କେସ୍ର ଖେଳ ଖେଳି ନିଜ ଗର୍ଲଫ୍ରେଣ୍ଡକୁ ହଷ୍ଟେଲ ଆଣିବାରେ ସଫଳ ହୋଇଗଲା।
ଏହି ଘଟଣା କର୍ଣ୍ଣାଟକର ମଣିପାଲ କଲେଜରୁ ଆସିଛି। ଫେବୃଆରୀ ୧ରେ, ହଷ୍ଟେଲରେ ରହି ପଢୁଥିବା ଜଣେ ବାଳକ ଭାରୀ ଟ୍ରଲି ବ୍ୟାଗ୍ ଧରି ପହଞ୍ଚିଥିଲା। ଯେତେବେଳେ କେୟାରଟେକର୍ ଦେଖିଲେ ଯେ ଯୁବକଙ୍କର ଏହି ବ୍ୟାଗ୍ଟି ଅତ୍ୟଧିକ ଭାରୀ ଅଛି ଏବଂ ସେ ଏହାକୁ ଉଠାଇବାରେ ବହୁତ କଷ୍ଟ ଅନୁଭବ କରୁଛନ୍ତି, ସେ ଏନେକ ସନ୍ଦେହ କରିଥିଲେ। ଯେତେବେଳେ ସେ ତାଙ୍କୁ ବ୍ୟାଗ ବିଷୟରେ ପଚାରିଥିଲେ ସେ ଟିକେ ଡରିଗଲେ। ଶେଷରେ ବ୍ୟାଗ ଖୋଲିବା ପରେ ସବୁ ରହସ୍ୟ ଖୋଲିଗଲା। ଏହି ବ୍ୟାଗ ଭିତରେ ଜଣେ ଝିଅ ଜାକିଜୁକି ହୋଇ ବସିଥିବା ଅବସ୍ଥାରେ ମିଳିଥିଲା।
Everyone is asking what's in the suitcase? Nobody is asking how's the suitcase. Manipal #manipalsuitcasepic.twitter.com/IHNx2In0yY
— Aman Madaan (@amanmadan005) February 3, 2022
ଏହି ଘଟଣା ଟ୍ୱିଟରରେ ଆସିବା ମାତ୍ରେ ଲୋକମାନେ ଏହାକୁ ନେଇ ହାସ୍ୟ କରିଚାଲିଛନ୍ତି। #Manipal Suitcase ନାମରେ ଏହି ଘଟଣା ଏବେ ଚର୍ଚ୍ଚାର ପରିସର ତିଆରି କରିଛି। ଏହା ଲୋକଙ୍କୁ ପ୍ରବଳ ମନୋରଞ୍ଜନ ମଧ୍ୟ କରିଛି।
ଏପରିକି ମିମ୍ସର ବାଦଶାହ ଜୋମାଟୋ ତରଫରୁ ବି ଏକ ଜବରଦସ୍ତ ମିମ୍ ଶେୟାର କରାଯାଇଛି। ଏହାକୁ ଦେଖିଲା ପରେ ଆପଣ ବି ନିଜ ହସକୁ ଅଟକେଇ ପାରିବେ ନାହିଁ।
delivering only food in these bags 😅
(even in manipal) pic.twitter.com/JDIizJONC8
— zomato (@zomato) February 3, 2022
ଲୋକମାନେ ପୁରୁଣା ଭିଡିଓକୁ ଟ୍ୟାଗ୍ କରି ଏହି ଘଟଣାରେ ନିଜର ପ୍ରତିକ୍ରିୟା ଦେଉଛନ୍ତି। ପ୍ରକାଶଥାଉକି, ସୁଟ୍କେସ୍ରୁ ମିଳିଥିବା ଯୁବତୀ ଓ ତାଙ୍କୁ ଆଣିଥିବା ଯୁବକଙ୍କୁ କଲେଜରୁ ନିଲମ୍ବିତ କରି ସେମାନଙ୍କ ଘରକୁ ପଠାଇ ଦିଆଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)