• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଦିଲ୍ଲୀର ଫୁଟପାଥରେ ପଢ଼ନ୍ତି ପାଠ । ଏଥି ସହ ଘର ସମ୍ଭାଳିବା ପାଇଁ କାମ ମଧ୍ୟ କରନ୍ତି । ବୟସ ବହୁତ କମ । କିନ୍ତୁ ପାଠ ପଢ଼ିବାର ଅଦମ୍ୟ ଇଚ୍ଛା ତାଙ୍କୁ ଜୀବନ ସଂଘର୍ଷରୁ ହଟାଇ ପାରିନି । ସବୁ ଘାତ ପ୍ରତିଘାତକୁ ସହ୍ୟ କରି ସେ ଆଗକୁ ବଢ଼ି ଚାଲିଛନ୍ତି । ଦିଲ୍ଲୀର ବ୍ୟସ୍ତ ବହୁଳ ସଡ଼କରେ ସେ ଆଙ୍କି ଚାଲିଛନ୍ତି ନିଜ ଜୀବନର ସପଳତାର ଫର୍ଦ୍ଦ । ଦିନେ ନା ଦିନେ ସେ ସଫଳ ହେବେ, ଏହି ଆକାଂକ୍ଷା ସହ ଗଡ଼ି ଚାଲିଛି ଦିନ ।

ଏନେଇ ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ସାଇଟ ଇନଷ୍ଟାଗ୍ରାମରେ ବେଶ ଭାଇରାଲ ହେବାରେ ଲାଗିଛି । ଦିଲ୍ଲୀର ଫୁଟପାଥରେ ପଢ଼ୁଥିବା ଏହି ଛୋଟ ପିଲାଟିର ଭିଡ଼ିଓ ହୃଦୟସ୍ପର୍ଶୀ ହୋଇପାରିଛି । ଉକ୍ତ ଭିଡିଓକୁ ଦିଲ୍ଲୀର ଫଟୋଗ୍ରାଫର ହ୍ୟାରି ଫେବୃଆରୀ ୧୬ ରେ ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ସେୟାର କରିଛନ୍ତି ।

 
 
 
 
 
 
 
 
 
 
 
 
 
 
 

A post shared by Harry (@ireelitforyou)

ପିଲାଟି ନାମ ପବନ । ଭିଡ଼ିଓରେ ପବନଙ୍କ ସହ ଫଟୋଗ୍ରାଫର ହ୍ୟାରି କଥାବାର୍ତ୍ତା କରୁଥିବାର ଦୃଶ୍ୟ ରହିଛି । ଭିଡ଼ିଓରେ ନାବାଳକ ଜଣକ କହିଛନ୍ତି ଯେ, ସେ ଷଷ୍ଠ ଶ୍ରେଣୀରେ ପଢ଼ନ୍ତି । ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ସେ କମଳା ନଗର ବଜାର ନିକଟ ଫୁଟପାଥରେ ହେୟାରବ୍ୟାଣ୍ଡ ମଧ୍ୟ ବିକ୍ରି କରନ୍ତି ।

ପବନଙ୍କ ପିତା କୋଲକାତାରେ ଥିବା ବେଳେ ମା’ ଘରେ ଅଛନ୍ତି । ଘରେ ପଢ଼ିବାକୁ ସମୟ ମିଳେନି ଏଣୁ ସେ ବ୍ୟବସାୟ ସହ ପଢ଼ିବାକୁ ସଂକଳ୍ପ ନେଇଛନ୍ତି ବୋଲି କହିଛନ୍ତି । ପବନଙ୍କ ସଂଘର୍ଷର କାହାଣୀ ଫଟୋଗ୍ରାଫର ଜଣକ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହି ପୋଷ୍ଟ ୟୁଜର୍ସଙ୍କ ମଧ୍ୟରେ ଖୁବ ଭାଇରାଲ ହେବାରେ ଲାଗିଛି ।

ପବନଙ୍କୁ ସମସ୍ତେ ସହାୟତାର ହାତ ବଢ଼ାଇବାକୁ ଆଗେଇ ଆସିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ପୋଷ୍ଟଟି ୧୦ ନିୟୁତ ଭ୍ୟୁ ପାଇସାରିଲାଣି । ଜଣେ ଉପଭୋକ୍ତା କହିଛନ୍ତି ଏହା ହିଁ ହେଉଛି ପ୍ରକୃତ ଶକ୍ତି । ତାଙ୍କର ସ୍ଥିରତା ଓ ସଂକଳ୍ପବଦ୍ଧତା ପ୍ରେରଣାଦାୟୀ । ଅନ୍ୟ ଜଣେ ଲେଖିଛନ୍ତି, ଛୋଟ ହୋଇ ମଧ୍ୟ ସେ ଜଣେ ଚାମ୍ପିଅନ ହୋଇସାରିଛନ୍ତି ।