Bolero bike crash
ସ୍କୁଲ ଛାତ୍ରଛାତ୍ରୀଙ୍କୁ ଆଣୁଥିବା ଏକ ବୋଲେରୋ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ସୋନପୁର ଜିଲ୍ଲା ତରଭା-ମେଣ୍ଡା ରାସ୍ତାର ମହୁଲପାଲି ଛକଠାରେ ଏକ ବାଇକ ସହିତ ବୋଲେରୋର ଧକ୍କା ହୋବାଫଳରେ ବୋଲେରୋଟି ଓଲଟି ପଡିଥିଲା । ଦୁର୍ଘଟଣା ଫଳରେ ୮ ଜଣ ଛାତ୍ରୀ ଗୁରୁତର ହୋଇଛନ୍ତି ।
ବୋଲେରୋରେ ଥିବା ମୋଟ ୧୨ ଜଣ ଛାତ୍ରଛାତ୍ରୀଙ୍କ ଭିତରୁ ୮ ଜଣ ଗୁରୁତର ଆହତ ହୋଇଥିବାବେଳେ କିଛି ଛାତ୍ରୀଙ୍କ ହାତଗୋଡ ମଧ୍ୟ ଭାଙ୍ଗି ଯାଇଛି ।
ବୋଲେରୋ ଓ ବାଇକ ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି ଗୁରୁତରଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ସୋନପୁର ଜିଲ୍ଲା ତରଭା ବ୍ଲକ ଜାମକାନୀରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟରେ ଗାଡି ବ୍ୟବସ୍ଥା ନଥିବାରୁ ବୋଲେରୋ ଭଡ଼ା କରି ଛାତ୍ରଛାତ୍ରୀ ପ୍ରତିଦିନ ପାଠ ପଢିବାକୁ ଆସନ୍ତି । ତେବେ ଗତକାଲି ସ୍କୁଲ ଛୁଟି ହେବା ପରେ ମେଣ୍ଡା ଅଂଚଳର ୧୨ ଜଣ ଛାତ୍ରଛାତ୍ରୀ ବୋଲେରୋରେ ନିଜ ଗାଁକୁ ଫେରୁଥିଲେ । ସେହି ସମୟରେ ବୋଲେରୋରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
ଏହି ଘଟଣାରେ ତରଭା ପୋଲିସ ତଦନ୍ତ ଜାରି ରଖିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)