Advertisment

ବଲାଙ୍ଗିର ହିଟ୍‌ ଆଣ୍ଡ୍‌ ରନ୍‌ କେସ୍‌: ଜୀବନରୁ ମାରିଦେବା ପାଇଁ ହୋଇଥିଲା ପ୍ଲାନ୍‌

ବଲାଙ୍ଗିର ଆର୍‌ଟିଓ ଛକର ସିରିଜ୍‌ ଦୁର୍ଘଟଣା ଏକ ପ୍ରି ପ୍ଲାନ୍‌ ମର୍ଡର ଥିଲା। ହତ୍ୟା ଉଦ୍ୟମ କରି ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା ହୋଇଥିଲା।

Bolangir Series Accident: Hit & Run Case Is Pre-Planned

Bolangir Series Accident: Hit & Run Case Is Pre-Planned

Advertisment

ବଲାଙ୍ଗିର ଆର୍‌ଟିଓ ଛକର ସିରିଜ୍‌ ଦୁର୍ଘଟଣା ଏକ ପ୍ରି ପ୍ଲାନ୍‌ ମର୍ଡର ଥିଲା। ଓଟିଭିକୁ ଏକ୍ସକ୍ଲୁସିଭ ପ୍ରତିକ୍ରିୟା ଦେଇ ଏସ୍‌ପି ନୀତିନ କୁଶଲକର  କହିଛନ୍ତି, ମିନି ଟ୍ରକ୍‌ରେ ୨ ଜଣ ଥିଲେ। ତେବେ କିଏ ଟ୍ରକ ଚଳାଉଥିଲା, ତାର ତଦନ୍ତ ଚାଲିଛି। ହତ୍ୟା ଉଦ୍ୟମ କରି ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା ହୋଇଥିଲା। ଏଥିରେ ୩ ଜଣଙ୍କ ସମ୍ପୃକ୍ତି ଥିବାବେଳେ ଚିତ୍ତରଞ୍ଜନ ମହାନ୍ତି ହିଁ ମୁଖ୍ୟ ଅଭିଯୁକ୍ତ। 

Advertisment

ଏସ୍‌ପି ଆହୁରି ସୂଚନା ଦେଇଛନ୍ତି, ଚିତ୍ତର ଗୋଡ଼ ଭାଙ୍ଗିଛି। ପୋଲିସ ହେପାଜତରେ ତା’ର ଚିକିତ୍ସା ଚାଲିଛି। ପୂର୍ବ ଶତ୍ରୁତାରୁ ଏହି ଯୋଜନାବଦ୍ଧ ହତ୍ୟାକାଣ୍ଡ ହୋଇଛି। IPC ୩୦୨,୩୦୭, ୧୨୦(ବି)ରେ ମାମଲା ରୁଜୁ କରି ତଦନ୍ତ ଚାଲିଛି।

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଏହି ଘଟଣାରେ ଏସ୍‌ପିଙ୍କ ପ୍ରତିକ୍ରିୟା ଆସିବା ପୂର୍ବରୁ ସିରିଜ୍‌ ଦୁର୍ଘଟଣାର ଏକ ନୂଆ ଭିଡିଓ ସାମ୍ନାକୁ ଆସିଥିଲା। ଭିଜୁଆଲରୁ ସ୍ପଷ୍ଟ ଭାବେ ଜଣାପଡୁଥିଲା, ଦୁର୍ଘଟଣା ବେଳେ ଟ୍ରକ୍‌ ଭିତରେ କେବଳ ଚିତ୍ତରଞ୍ଜନ ହିଁ ଥିଲେ।ତାହା ପୁଣି ଡ୍ରାଇଭର ସିଟ୍‌ରେ ଅର୍ଥାତ୍‌ ଚିତ୍ତ ହିଁ ଗାଡ଼ି ଚଳାଉଥିବା ସ୍ପଷ୍ଟ ଜଣାପଡ଼ିଥିଲା। 

Advertisment

ସୂଚନା ଅନୁସାରେ, ଶନିବାର ଅପରାହ୍ଣରେ ଆର୍‌ଟିଓ ଛକରେ ସିରିଜ୍‌ ଦୁର୍ଘଟଣା ହୋଇଥିଲା। ଦ୍ରୁତ ଗତିରେ ଏକ ମିନି ଟ୍ରକ୍‌ ଆସି ବାଇକ୍‌ ଚାଳକଙ୍କୁ ପଛପଟୁ ଧକ୍କା ଦେଇଥିଲା। ଏହାପରେ ରାସ୍ତାକଡ଼ ଗଛରେ ପିଟି ହୋଇ ଆଉ ଏକ ଟ୍ରକ୍‌କୁ ସାମ୍ନା ପଟୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ବରଗଡ ଜିଲ୍ଲାର ଶ୍ରୀକାନ୍ତ ବାଗଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ପ୍ୟାଲେସ ଲାଇନର ସାନୁ ନାଏକ ଓ  ଚିତ୍ତ ମହାନ୍ତି ଗୁରୁତର ଆହତ ହୋଇଛନ୍ତି। 

Road Accident Series Accident Bolangir Series Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ