Advertisment

ରହସ୍ୟ ଘେରରେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ: ୫ ମହଲାରୁ ଡେଇଁ ଆତ୍ମହତ୍ୟା, ନା ଘଟଣା ପଛରେ...

ରହସ୍ୟ ଘେରରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ୍‌ କଲେଜର ଛାତ୍ର ନିଶାନ୍ତ କୁମାରଙ୍କ ମୃତ୍ୟୁ। କେମିତି ହେଲା ମୃତ୍ୟୁ ? ଏହା ଆତ୍ମହତ୍ୟା ନା ଏହା ପଛରେ ଆଉ କିଛି କାରଣ ରହିଛି ?

author-image
Rajalaxmi Sahoo
ଅଦ୍ୟତନ ହୋଇଛି
MBBS student of Bolangir medical college dies

MBBS student of Bolangir medical college dies

ରହସ୍ୟ ଘେରରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ୍‌ କଲେଜର ଛାତ୍ର ନିଶାନ୍ତ କୁମାରଙ୍କ ମୃତ୍ୟୁ। କେମିତି ହେଲା ମୃତ୍ୟୁ ? ଏହା ଆତ୍ମହତ୍ୟା ନା ଏହା ପଛରେ ଆଉ କିଛି କାରଣ ରହିଛି ?  ଯଦି, ନିଶାନ୍ତ ଆତ୍ମହତ୍ୟା କରିଛନ୍ତି ତା’ହେଲେ କାହିଁକି ସେ ଏଭଳି ଚରମ ପଦକ୍ଷେପ ନେଲେ ? ଏଭଳି ନାନା ପ୍ରଶ୍ନ ଏବେ ସୃଷ୍ଟି ହୋଇଛି। 

Advertisment

ନିଶାନ୍ତଙ୍କ ପରିବାର ଲୋକେ କ୍ୟାମ୍ପସରେ ରାଗିଂ ଅଭିଯୋଗ ଆଣିଛନ୍ତି। କଲେଜରେ ରାଗିଂ ହେଉଥିବା ନେଇ ପୁଅ ଘରକୁ ଫୋନ୍ କରି ଜଣାଇଥିଲେ ବୋଲି ନିଶାନ୍ତଙ୍କ ମାମୁ କହିଛନ୍ତି। ହେଲେ ଏହି ଅଭିଯୋଗକୁ କଲେଜ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି। କ୍ୟାମ୍ପସ୍‌ରେ ରାଗିଂ ହେଉନଥିବା କଲେଜର ଡିନ୍ କହିଛନ୍ତି। ଏହାପରଠୁ ନିଶାନ୍ତଙ୍କ ମୃତ୍ୟୁକୁ ନେଇ ଆହୁରି ସସ୍‌ପେନ୍ସ ବଢ଼ିଛି। ପୋଲିସ୍ ପାଇଁ ମଧ୍ୟ ଏହି ଘଟଣାର ପ୍ରକୃତ କାରଣ ଖୋଜି ବାହାର କରିବା ଏକ ପ୍ରକାର ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଗତକାଲି ପୋଲିସ୍ କ୍ୟାମ୍ପସରେ ପହଞ୍ଚି ନିଶାନ୍ତଙ୍କ ସହପାଠୀ ଓ ସିନିୟର କିଛି ଛାତ୍ରଙ୍କୁ ପଚରାଉଚରା କରିଛି। 

ସୂଚନାଥାଉ କି, ଗତକାଲି ବଲାଙ୍ଗିର ଭୀମ ଭୋଇ ମେଡିକାଲ୍‌ କଲେଜର ନ୍ୟୁ ବଏଜ୍‌ ହଷ୍ଟେଲର ୫ ମହଲାରୁ ଡେଇଁ ପଡ଼ିଥିଲେ ନିଶାନ୍ତ। ସଙ୍ଗେସଙ୍ଗେ ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନିଶାନ୍ତଙ୍କ ଘର ହରିୟାଣାରେ ହୋଇଥିବା ବେଳେ ସେ MBBS ପ୍ରଥମ ବର୍ଷରେ ପଢ଼ୁଥିଲେ। ୫ ମହଲାରୁ  ଡେଇଁ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ଠେଲି ଦେଇଛନ୍ତି, ସେନେଇ ସନ୍ଦେହ ସୃଷ୍ଟି ହୋଇଛି। 

Advertisment
Bolangir Medical College Bolangir Student Death MBBS Student Death
Advertisment
Advertisment