/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652332231.jpg)
Boggies Of Samta Express Detached From Engine
ବଗି ଛାଡ଼ି ଇଞ୍ଜିନ୍ ଛୁ’। ଟ୍ରେନ୍ର ବଗିକୁ ଛାଡି ୨ କିଲୋମିଟର ଗଡ଼ିଗଲା ଇଞ୍ଜିନ୍। ରାୟଗଡ଼ା-ବିଜୟନଗରମ୍ ରେଳ ରୁଟ୍ରେ ଗତକାଲି ଏହି ଅଘଟଣ ଘଟିଥିଲା। ବଗି ଛାଡ଼ି ୨ କିଲୋମିଟର ପର୍ଯ୍ୟନ୍ତ ସମତା ଏକ୍ସପ୍ରେସ୍ ଗଡ଼ି ଯାଇଥିଲା।
Advertisment
ମିଳିଥିବା ସୂଚନା ଅନୁସାରେ, ବିଶାଖାପାଟନମ୍ରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ସମତା ଏକ୍ସପ୍ରେସ୍ ଯାତ୍ରୀବାହୀ ବଗିକୁ ଛାଡ଼ି ପ୍ରାୟ ୨ କିଲୋମିଟର ପର୍ଯ୍ୟନ୍ତ ଇଞ୍ଜିନ୍ ଗଡ଼ି ଯାଇଥିଲା।କିଛି ସମୟ ପରେ ଟ୍ରେନ୍ ଡ୍ରାଇଭର ଅଘଟଣ ସମ୍ପର୍କରେ ସୂଚନା ପାଇ ଇଞ୍ଜିନକୁ ଫେରାଇ ଆଣି ବଗିରେ ସଂଯୋଗ କରିବା ପରେ ଟ୍ରେନ୍ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥିଲା।
ରାୟଗଡ଼ା ଷ୍ଟେସନରୁ ପ୍ରାୟ ୬୦ କିଲୋମିଟର ଦୂରରେ ଏହି ଅଘଟଣ ଘଟିଥିଲା। କେଉଁ ପରିସ୍ଥିତିରେ ଟ୍ରେନ୍ର ବଗି ଛାଡ଼ି ଇଞ୍ଜିନ୍ ଛୁ’ ମାରିଲା, ସେନେଇ ରେଳ ବିଭାଗ ତଦନ୍ତ ଆରମ୍ଭ କରିଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)