Advertisment

କଣ୍ଢେଇକୁ ବାହା ହେଇଥିଲେ, ଛାଡପତ୍ର ଦେଇ ଟେଡି ସହ କରୁଛନ୍ତି ରୋମାନ୍ସ

ଜଣେ ବଡି ବିଲ୍‌ଡର୍‌ ଏକ ପ୍ଲାଷ୍ଟିକ କଣ୍ଢେଇକୁ ବିବାହ କରିଥିଲେ। ଏହାପରେ ତାଙ୍କ ମନ କଣ୍ଢେଇ ପ୍ରତି ଭରିଗଲା। ବର୍ତ୍ତମାନ ତାଙ୍କ ହୃଦୟ ଏକ ଟେଡି ବିଅର୍ ଉପରକୁ ଆସିଛି। କଣ୍ଢେଇକୁ ଛାଡପତ୍ର ଦେଇ ସେ ଏବେ ଟେଡି ସହ କରୁଛନ୍ତି ରୋମାନ୍ସ।

author-image
Pramod Behera
Bodybuilder who married silicon doll now finds love in teddy bear

Bodybuilder who married silicon doll now finds love in teddy bear

ପ୍ରେମର କୌଣସି ସୀମା ନାହିଁ। ପ୍ରେମ ଯେକୌଣସି ବ୍ୟକ୍ତିଙ୍କୁ ଯେକୌଣସି ସମୟରେ କରାଯାଇ ପାରେ। ପୂର୍ବରୁ ଆନ୍ତଃବିବାହକୁ ଅନୁମତି ଦିଆଯାଇ ନଥିଲା। ବର୍ତ୍ତମାନ ତ ସେମ୍‌ସେକ୍ସ ବିବାହ ହେଉଛି। କେବଳ ଏତିକି ନୁହେଁ, ଅନେକ ଲୋକ ବି ନିଜକୁ ବିବାହ କରୁଛନ୍ତି। କିନ୍ତୁ ଏମିତି କିଛି ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ସବୁ ସୀମା ଅତିକ୍ରମ କରିଯାଆନ୍ତି।

Advertisment

କାଜାଖସ୍ତାନରେ ରହୁଥିବା ଜଣେ ବଡି ବିଲ୍‌ଡର୍‌ ଏକ ପ୍ଲାଷ୍ଟିକ କଣ୍ଢେଇକୁ ବିବାହ କରିଥିଲେ।ଏହାପରେ ତାଙ୍କ ମନ କଣ୍ଢେଇ ପ୍ରତି ମନ ଭରିଗଲା। ବର୍ତ୍ତମାନ ତାଙ୍କ ହୃଦୟ ଏକ ଟେଡି ବିଅର୍ ଉପରକୁ ଆସିଛି। ବଡି ବିଲ୍‌ଡର୍‌ ଇନ୍‌ଷ୍ଟାଗ୍ରାମ୍‌ରେ ନିଜର ନୂଆ ପ୍ରେମକୁ ନେଇ ଏକ ଫଟୋ ଶେୟାର କରିଛନ୍ତି।

ବଡି ବିଲ୍‌ଡର୍‌ ୟୁରୀ ସେତେବେଳେ ଚର୍ଚ୍ଚାକୁ ଆସିଥିଲେ ଯେତେବେଳେ ସେ ଏକ ପ୍ଲାଷ୍ଟିକ୍ କଣ୍ଢେଇକୁ ବିବାହ କରିଥିଲେ। ପରେ ସେ ସେହି କଣ୍ଢେଇକୁ ଛାଡପତ୍ର ଦେଇ ଆଉ ଏକ କଣ୍ଢେଇ ସହିତ ରୋମାନ୍ସ ଆରମ୍ଭ କରିଥିଲେ। କିନ୍ତୁ ପରେ ଏହା ମଧ୍ୟ ବ୍ରେକ୍‌ଅପ୍ ହୋଇଯାଇଥିଲା। ବର୍ତ୍ତମାନ ୟୁରୀ ଏକ ଟେଡି ବିଅର୍ ପ୍ରେମରେ ପଡିଛନ୍ତି। ସେ ଏହି ଟେଡି ସହିତ ରୋମାନ୍ସ କରୁଥିବାର ଦୃଶ୍ୟ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳେ। ସେ ଏହି ଟେଡିକୁ ଖୁବ ପ୍ରେମ କରୁଥିବା ଦେଖାଯାଏ। ୩୭ ବର୍ଷୀୟ ୟୁରୀ କିଛି ମାର୍ଗୋ ନାମକ ସେକ୍ସ ଡଲ୍ ସହିତ ବିବାହ କରିଥିଲେ। କିନ୍ତୁ ପରେ ତାଙ୍କ ହୃଦୟ ଏଶଟ୍ରେ ନାମକ ଅନ୍ୟ ଏକ କଣ୍ଢେଇ ଉପରକୁ ଆସିଗଲା।

Advertisment

ମାର୍ଗୋ ସହିତ ତାଙ୍କର ବିବାହ ସମୟରେ, ୟୁରୀ ନିଜକୁ ଗୁଲୁଲି ପ୍ରତି ବିଶ୍ୱସ୍ତ ବୋଲି କହିଥିଲେ। କିନ୍ତୁ ପରେ ଛାଡପତ୍ର ଦେଇ ଗୋଟିଏ ପରେ ଗୋଟିଏ ସିଲିକନ୍ କଣ୍ଢେଇ ସହିତ ରୋମାନ୍ସ କରିବାକୁ ଲାଗିଲେ। ନିକଟରେ ସେ ଲୁନା ଏବଂ ଲୋଲାଙ୍କ ସହ ରୋମାନ୍ସ କରୁଥିବା ଦେଖିବାକୁ ମିଳିଥିଲା। ନିକଟରେ ସେ ଲୋଲାଙ୍କ ସହ ବ୍ରାଟିସ୍‌ଲାଭା, ସ୍ଲୋଭାକିଆ ଏବଂ ଭିଏନାରେ ଛୁଟି କାଟୁଥିବା ଦେଖିବାକୁ ମିଳିଥିଲା। ଲୋକମାନେ ଆଶା କରିଥିଲେ ଯେ ହୁଏତ ସେ ଲୋଲାଙ୍କୁ ବିବାହ କରିବେ। କିନ୍ତୁ ଏମିତି ହେଲା ନାହିଁ। ବର୍ତ୍ତମାନ ସେ ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ନୂଆ ପ୍ରେମର ପରିଚୟ ଦେଇଛନ୍ତି। ତେବେ ଏହା କୌଣସି ସେକ୍ସ ଡଲ୍ ନୁହେଁ, ବରଂ ଏକ ଟେଡି ବିଅର୍।

ଲୋଲା ଠାରୁ ଅଲଗା ହେବା ପରେ ୟୁରୀ ବର୍ତ୍ତମାନ ଟେଡି ସହ ରୋମାନ୍ସ କରୁଛନ୍ତି। ସେ ତାଙ୍କ ନୂଆ ପ୍ରେମିକା ସହିତ ତାଙ୍କ ଫଟୋ ପୋଷ୍ଟ କରୁଛନ୍ତି। ତାଙ୍କର ଶେଷ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ୍‌ରେ ସେ ଟେଡି ସହ ବିଛଣାରେ ବସିଥିବାର ନଜର ଆସିଥିଲେ। ଏଥିରେ ତାଙ୍କୁ ଅନ୍ତଃବସ୍ତ୍ରରେ ଦେଖିବାକୁ ମିଳିଥିଲା। କ୍ୟାପ୍‌ସନ୍‌ରେ ସେ ତାଙ୍କ ନୂଆ ପ୍ରେମ ବିଷୟରେ ଲୋକଙ୍କୁ ଜଣେଇଛନ୍ତି। ସେ ଲୋଲାଙ୍କୁ ମଧ୍ୟ ଭଲ ପାଆନ୍ତି ବୋଲି କହିଛନ୍ତି।

Ajab Gajab News Ajab Gajab Trending
Advertisment
Advertisment