Advertisment

ହୀରାକୁଦ ଡ୍ୟାମ୍‌ରୁ ମିଳିଲା MCL କର୍ମଚାରୀଙ୍କ ମୃତଦେହ

ସମ୍ବଲପୁର ହୀରାକୁଦ ଡ୍ୟାମ୍‌ରେ ବୁଡ଼ି ନିଖୋଜ ୨ଜଣ MCL କର୍ମଚାରୀଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ଗତକାଲି ହୀରାକୁଦ ଡ୍ୟାମ୍‌ର ଝାଙ୍କରାଣୀ ମନ୍ଦିର ନିକଟକୁ MCLର କର୍ମଚାରୀ ଗାଧୋଇବା ପାଇଁ ଯାଇଥିଲେ।

author-image
Rajalaxmi Sahoo
Body of MCL employee who had drowned in Hirakud dam recovered

Body of MCL employee who had drowned in Hirakud dam recovered

ସମ୍ବଲପୁର ହୀରାକୁଦ ଡ୍ୟାମ୍‌ରେ ବୁଡ଼ି ନିଖୋଜ ୨ଜଣ MCL କର୍ମଚାରୀଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ବିହାରର ଅଭିଷେକ କୁମାର। ସେ MCLରେ Excavation Manager ଭାବେ କାର୍ଯ୍ୟ କରୁଥିଲେ। ଆଉ ଜଣେ ନିଖୋଜ କର୍ମଚାରୀ ମହେଶ ଛିଟୁରୀଙ୍କୁ ଉଦ୍ଧାର ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି। ମହେଶ ମାଇନିଂ ମ୍ୟାନେଜର ଭାବେ କାର୍ଯ୍ୟ କରୁଛନ୍ତି।

Advertisment

ସୂଚନା ଅନୁସାରେ, ଗତକାଲି ହୀରାକୁଦ ଡ୍ୟାମ୍‌ର ଝାଙ୍କରାଣୀ ମନ୍ଦିର ନିକଟକୁ MCLର କର୍ମଚାରୀ ଗାଧୋଇବା ପାଇଁ ଯାଇଥିଲେ। ଏହି ସମୟରେ ପାଣିରେ ୨ ଜଣ ବୁଡ଼ି ଯାଇଥିବା ବେଳେ ସୌଭାଗ୍ୟବଶତଃ ଜଣେ ବର୍ତ୍ତି ଯାଇଥିଲେ। ଆଜି ସକାଳୁ ଅଗ୍ନିଶମ ବାହିନୀ ଓ ODRAF ଟିମ୍‌ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲେ। ଅଭିଷେକ କୁମାରଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ମହେଶ ଏବେବି ନିଖୋଜ ଅଛନ୍ତି। ତାଙ୍କୁ ଉଦ୍ଧାର ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି। 

Hirakud Dam Deadbody Recovered MCL Employee Drown
Advertisment
Advertisment