Advertisment

କଟକରେ ଅଚିହ୍ନା ମହିଳାଙ୍କ ମୃତଦେହ ଠାବ; ହତ୍ୟା ସନ୍ଦେହ

କଟକ ବିଡ଼ାନାସୀ କୃଷକ ବଜାରରେ ଜଣେ ମହିଳାଙ୍କ ମୃତଦେହ ଠାବ ହୋଇଛି । ମାର୍କେଟରେ ଥିବା ପାଣି ଟାଙ୍କି ତଳେ ଏକ ମୃତଦେହ ପଡ଼ି ରହିଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Body of an unidentified woman found near Krushak Bazaar in Bidanasi

Body of an unidentified woman found near Krushak Bazaar in Bidanasi

କଟକରେ ଅଚିହ୍ନା ମୃତ ଦେହ ଠାବ । କଟକ ବିଡ଼ାନାସୀ କୃଷକ ବଜାରରେ ଜଣେ ମହିଳାଙ୍କ ମୃତଦେହ ଠାବ ହୋଇଛି । ମାର୍କେଟରେ ଥିବା ପାଣି ଟାଙ୍କି ତଳେ ମୃତଦେହଟି ପଡ଼ି ରହିଛି ।

Advertisment

ସୂଚନା ଅନୁସାରେ, ମହିଳା ଜଣକ ବ୍ଲୁ ରଙ୍ଗର ଜିନ୍ସ ପିନ୍ଧିଥିବାବେଳେ ତାଙ୍କ ବେକରେ ଗୋଟେ ଆପ୍ରୋନ ଗୁଡ଼େଇ ହୋଇ ରହିଛି । ସେ ତଳକୁ ମୁହଁ ମାଡ଼ି ପଡ଼ି ରହିଛନ୍ତି । ପାଣି ଟାଙ୍କିର ସିଡ଼ି ଉପରେ ଚପଲ ଓ ଭ୍ୟାନିଟି ଥିବାବେଳେ ମୃତଦେହ ପାଖରେ ମଦ ବୋତଲ ପଡ଼ିରହିଛି ଏଣୁ ତାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।

ତେବେ ଘଟଣାସ୍ଥଳରେ ବିଡ଼ାନାସୀ ଥାନା ପୋଲିସ ପହଞ୍ଚି ଛାନଭିନ୍ କରୁଥିବାବେଳେ ଡିସିପି ପିନାକ ମିଶ୍ର ମଧ୍ୟ ପହଞ୍ଚିଛନ୍ତି । ତେବେ ମୃତ ମହିଳା ଜଣଙ୍କର ପରିଚୟ ମିଳିପାରି ନାହିଁ ।

Advertisment
Cuttack Deadbody Found
Advertisment
Advertisment