Ganjam: Bodies of youth and a girl found hanging from two trees in separate areas near Samantarapur
ପ୍ରେମିକଙ୍କ ମୃତ୍ୟକୁ ସହି ନପାରି କାନ୍ଦି କାନ୍ଦି ଜୀବନ ହାରିଲେ ପ୍ରେମିକା । ଗାଁର ଦୁଇଟି ଗଛରେ ଝୁଲୁଛି ଯୁବକ, ଯୁବତୀଙ୍କ ମୃତଦେହ । ଗଞ୍ଜାମ ଜିଲ୍ଲା ଜରଡା ଥାନା ସାମନ୍ତରାପୁର ଗାଁରେ ଘଟିଛି ଏହି ହୃଦୟବିଦାରକ ଘଟଣା । ଗାଁ ପାଖ ଆମ୍ବତୋଟାରେ ଆଜି ଜଣେ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ଯାହାର କିଛି ସମୟ ପରେ ଯୁବତୀଙ୍କ ମୃତ ଦେହ ମିଳିଥିବାର ଜଣାପଡିଛି ।
ସୂଚନା ଅନୁସାରେ, ଆଜି ସକାଳେ ସାମନ୍ତରାପୁର ପାଖ ଆମ୍ବତୋଟାରେ ଯୁବକଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା । ସେହି ସମୟରେ ପରିବାର ଲୋକେ ଓ ତାଙ୍କ ପ୍ରେମିକା ମୃତଦେହ ପାଖକୁ ଆସି କନ୍ଦା କଟା କରି ପଳାଇଥିଲେ । ଏହାପରେ ଯାହା ଘଟିଲା ତାହା ସମସ୍ତଙ୍କୁ ହତବାକ କରି ଦେଇଛି । ସେଠାରୁ ଯିବାର କିଛି ସମୟ ପରେ ଅଧ କିମି ଦୂର ଆଉ ଏକ ଗଛରେ ଯୁବତୀଙ୍କ ମୃତଦେହ ଝୁଲୁଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଦୁଇଟି ମୃତଦେହ ଉଦ୍ଧାର କରି ଛାନ୍ ଭିନ୍ ଜାରି ରଖିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)