Special story
ଚିଲିକାରେ ପୁଣି ଅଘଟଣ । ଡଙ୍ଗା ବୁଡ଼ି ୨ ଜଣ ଜୀବନ ହାରିଲେ । ସେମାନେ ନିଖୋଜ ଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଏବେ ଖବର ଆସିଛି । ଗମ୍ଭାରୀ ଗାଁ ନିକଟ କାଳିଜାଈ କୁଦାରେ ଏକ ଯାତ୍ରୀବାହୀ ଡଙ୍ଗା ବୁଡ଼ିଯାଇଥିବା ଖବର ମିଳିଛି । ଡଙ୍ଗାରେ ମୋଟ ୧୩ ଜଣ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ୨ ଜଣ ନିଖୋଜ ଥିଲେ ।
Advertisment
ଦୁର୍ଘଟଣା ପରେ ଡଙ୍ଗାରେ ଥିବା ୩ ଜଣଙ୍କ ମଧ୍ୟରୁ ଜଣେ ପହଁରି ପହଁରି କୂଳକୁ ଫେରିଛନ୍ତି । ଆଉ ୨ ଜଣଙ୍କୁ ଉଦ୍ଧାର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଉଦମ୍ୟ ଜାରି ରଖିଥିଲା । ହେଲେ ଉଭୟଙ୍କର ଜୀବନ ଚାଲିଯାଇଛି । ଅଗ୍ନିଶମ ବାହିନୀ ଉଭୟଙ୍କ ମୃତଦେହ ଉଦ୍ଧାର କରିଛି । ଏମାନେ ସମସ୍ତେ ଭୋଜି କରିବା ପାଇଁ କାଳିଜାଇ କୁଦାକୁ ଯାଇଥିଲେ । ଆଉ ସେଠାରୁ ସଂଧ୍ୟାରେ ଫେରୁଥିଲେ ଏକ ବୋଟରେ ।
ହେଲେ ହଠାତ୍ ଡଙ୍ଗା ବୁଡ଼ି ଯାଇଥିଲା । ତେବେ କେଉଁ ପରିସ୍ଥିତିରେ ଏହି ଡଙ୍ଗାବୁଡ଼ି ଘଟଣା ଘଟିଲା, ତାହା ସ୍ପଷ୍ଟ ହୋଇପାରିନାହିଁ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)