BMC sanitation worker shows humanity, returns gold chain
ଆଜିର ଦୁନିଆରେ ଯେଉଁଠି ନିଜ ଲୋକ ପର କରି ଦେଉଛନ୍ତି, ସେଠି ପର ଲୋକ ଆପଣାଇବା କଥା ନକହିବା ଭଲ। ହେଲେ ଆଜିର ଏହି ସ୍ୱାର୍ଥପର ଦୁନିଆରେ ଏବେବି ମହାନତା, ମାନବିକତା ବଞ୍ଚିଛି। ଲୋଭକୁ ପଛରେ ପକାଇ କିଛି ପାଇବା ଆଶାରେ ନୁହେଁ ବରଂ ଲୋକଙ୍କୁ ସହାୟତା ପାଇଁ କିଛି ବ୍ୟକ୍ତି ଆଗେଇ ଆସୁଛନ୍ତି। ଯାହାର ଏକ ଜ୍ୱଳନ୍ତ ଉଦାହରଣ ରାଜଧାନୀ ଭୁବନେଶ୍ୱର ରେ ଦେଖିବାକୁ ମିଳିଛି। ସୁନା ଚେନ୍ ପାଇଥିବା ଜଣେ ସଫେଇ କର୍ମଚାରୀ ଏହାକୁ ଫେରାଇ ଦେଇଛନ୍ତି।
ଲୋଭର ବଶବର୍ତ୍ତୀ ନହୋଇ ସୁନା ଚେନ୍ ଫେରାଇ ଦେଇଥିବା ବିଏମ୍ସି ରେ କାର୍ଯ୍ୟରତ ମହିଳା ସଫେଇ କର୍ମଚାରୀ ପୂଜାରାଣୀ ସିଂଙ୍କ ଏହି ମହତ ପଣିଆକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ସୂଚନା ଅନୁସାରେ, ମାଇକ୍ରୋ କମ୍ପଷ୍ଟିଂ ସେଣ୍ଟରରେ ଅଳିଆକୁ ଅଲଗା ଅଲଗା କରିବା ବେଳେ ପୂଜାରାଣୀ ପ୍ରାୟ ୩ ଲକ୍ଷ ଟଙ୍କାର ଏକ ସୁନା ଚେନ୍ ପାଇଥିଲେ। ମାତ୍ର ଏଥିପ୍ରତି ଲୋଭ ନ ରଖି ସେ ସୁନା ଚେନ୍କୁ ଫେରାଇ ଦେଇଥିଲେ।
ଦେଖନ୍ତୁ ଭିଡିଓ | ମହତପଣିଆରେ ଟପିଗଲେ ଆମ୍ୱୁଲାନ୍ସ ଡ୍ରାଇଭର୍, ଫେରାଇଲେ ଟଙ୍କା, ସୁନା ଥିବା ବ୍ୟାଗ
ଯେଉଁ ବ୍ୟକ୍ତିଙ୍କର ଚେନ୍ ହଜିଥିଲା ସେ ଚେନ୍ଟି ପାଇବା ପରେ ବେଶ୍ ଖୁସି ପ୍ରକାଶ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1677039313.jpg)