Advertisment

ଅଜବ ଗାଁ; ମଣିଷରୁ ପଶୁ ଯିଏ ଜନ୍ମ ହେଲା ସିଏ ଅନ୍ଧ ହେଲା

ଏଇଠି ଅଛି ଅଜବ ଗାଁ। ଅନ୍ଧମାନଙ୍କ ଗାଁ ଭାବେ ସେ ପାଇଛି ନିଜ ପରିଚୟ। ମଣିଷରୁ ପଶୁ ଯିଏ ଏଠି ଜନ୍ମ ହେଲା ସେ ହେଉଛି ଅନ୍ଧ। ହେଲେ କାହିଁକି? ଜାଣିବା ପାଇଁ ପଢନ୍ତୁ…

author-image
Pramod Behera
ଅଦ୍ୟତନ ହୋଇଛି
Blind village of Mexico where every human and animals are blind

Blind village of Mexico where every human and animals are blind

ଦୁନିଆରେ ଏମିତି ଅନେକ ସ୍ଥାନ ଅଛି, ଯେଉଁଠାର ରହସ୍ୟ ଅଧିକାଂଶ ଲୋକ ବୁଝିପାରନ୍ତି ନାହିଁ। ଏହିସବୁ ସ୍ଥାନକୁ ନେଇ ଏମିତି ଅଦ୍ଭୁତ ଘଟଣା ରହିଛି ଯାହା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ଲାଗେ। ସେମିତି ଏକ ରହସ୍ୟର ଗାଁ ସାମ୍ନାକୁ ଆସିଛି। ଏହି ଏହି ଗାଁରେ ପିଲାମାନେ ତ ଭଲ ଭାବରେ ଜନ୍ମ ହୁଅନ୍ତି, କିନ୍ତୁ ଜନ୍ମର କିଛି ଦିନ ପରେ ସେମାନଙ୍କର ଆଖିରୁ ଚାଳିଯାଏ ଜ୍ୟୋତି। ଖାଲି ମଣିଷ ନୁହେଁ ଏଠି ଯିଏ ଜନ୍ମ ହେଲା ସେ ପଶୁ ହେଲେ ବି ସେ ଅନ୍ଧ ହୋଇଯାଆନ୍ତି। ଏହାକୁ ଅନ୍ଧମାନଙ୍କ ଗାଁ ମଧ୍ୟ କୁହାଯାଏ। ଏଠାକାର ଏହି ବିଚିତ୍ରତା ନେଇ ଏହି ଗାଁ ମଧ୍ୟ ପ୍ରସିଦ୍ଧ ହୋଇଯାଇଛି।

Advertisment

ମେକ୍ସିକୋରେ ରହିଛି ଏହି ଗାଁ, ଯାହାର ନାଁ ଟିଲ୍‌ଟେପକ୍। ଏହା ଅନ୍ଧମାନଙ୍କ ଗାଁ ଭାବରେ ପ୍ରସିଦ୍ଧ। ଏଠାରେ ମଣିଷଠାରୁ ପଶୁ ପର୍ଯ୍ୟନ୍ତ ସମସ୍ତେ ଅନ୍ଧ। ଏହା ହେଉଛି ଦୁନିଆର ଏକମାତ୍ର ଗାଁ, ଯେଉଁଠାରେ କେବଳ ଅନ୍ଧମାନେ ହିଁ ବାସ କରନ୍ତି। ଆପଣଙ୍କୁ ଏଜା ହୁଏତ ମିଛ ଲାଗିପାରେ, କିନ୍ତୁ ଏହା ସମ୍ପୂର୍ଣ୍ଣ ସତ। ଜେପୋଟେକ୍ ଜନଜାତିର ଲୋକମାନେ ଏହି ଗାଁରେ ରୁହନ୍ତି। ଯେତେବେଳେ ଶିଶୁମାନେ ଏଠାରେ ଜନ୍ମ ହୁଅନ୍ତି ସେମାନଙ୍କ ଆଖି ଭଲ ଥାଏ, କିନ୍ତୁ ସମୟ ସହିତ ସେମାନଙ୍କର ଆଖିରୁ ଜ୍ୟୋତି ଲିଭିଯାଏ। ଏହିପରି ଭାବରେ ଗାଁରେ ରହୁଥିବା ସମସ୍ତ ଲୋକ ଅନ୍ଧ ହୋଇଯାଆନ୍ତି। ଏଥିରେ କେବଳ ମଣିଷ ନୁହେଁ, ପଶୁମାନେ ମଧ୍ୟ ଅନ୍ତର୍ଭୁକ୍ତ।

ଗାଁରେ ରହୁଥିବା ଲୋକମାନେ ଏଠାରେ ଥିବା ଏକ ଗଛକୁ ସେମାନଙ୍କର ଅନ୍ଧ ହେବାର କାରଣ ବୋଲି ଭାବନ୍ତି। ଗାଁରେ ଏକ ଅଭିଶାପିତ ଗଛ ଅଛି ବୋଲି ସ୍ଥାନୀୟ ଲୋକ ବିଶ୍ୱାସ କରନ୍ତି। ଏହି ଗଛ ଏହି ଗାଁରେ ଅନେକ ବର୍ଷ ହେବ ରହିଛି। ଲୋକମାନେ ଏହି ଗଛକୁ ଅଭିଶାପିତ ଗଛ ବୋଲି ବିବେଚନା କରନ୍ତି। ସେମାନଙ୍କ କହିବା କଥା, ଲୋକମାନେ ଏହି ଗଛକୁ ଦେଖିବା ମାତ୍ରେ ଅନ୍ଧ ହୋଇଯାଆନ୍ତି। କିନ୍ତୁ ଅନେକ ଲୋକ ଏହାକୁ କେବଳ ଅନ୍ଧବିଶ୍ୱାସ ବୋଲି ଭାବନ୍ତି।

Advertisment

ଗାଁର ଲୋକମାନେ ଗଛକୁ ସେମାନଙ୍କ ଅନ୍ଧତ୍ୱର କାରଣ ବୋଲି ଭାବୁଥିବା ବେଳେ ବିଶେଷଜ୍ଞମାନେ କହିଛନ୍ତି ଯେ ଏଠାରେ ବହୁ ସଂଖ୍ୟାରେ ଏକ ପ୍ରକାର ବିଷାକ୍ତ ମାଛି ଦେଖିବାକୁ ମିଳେ। ଏହି ମାଛି ଲୋକମାନଙ୍କୁ କାମୁଡ଼େ, ଫଳରେ ସେମାନେ ଅନ୍ଧ ହୋଇଯାଆନ୍ତି। ଯେତେବେଳେ ମେକ୍ସିକୋ ସରକାର ଏହି ଗାଁ ବିଷୟରେ ଜାଣିଲା, ସେ ଗ୍ରାମବାସୀଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କଲା, କିନ୍ତୁ ସମସ୍ତ ଉଦ୍ୟମ ବ୍ୟର୍ଥ ହେଲା। ଏହାଛଡା ଲୋକମାନଙ୍କୁ ଅନ୍ୟ ସ୍ଥାନକୁ ନେବା ନେଇ ସରକାର ମଧ୍ୟ ଚେଷ୍ଟା କରିଥିଲା। କିନ୍ତୁ ସେମାନଙ୍କ ଶରୀର ଅନ୍ୟ ଜଳବାୟୁ ସହିତ ଖାପ ଖୁଆଇ ପାରି ନଥିଲା। ଏହି କାରଣରୁ ଲୋକମାନେ ନିଜ ନିଜ ସ୍ଥାରେ ରହିବାକୁ ବାଧ୍ୟ ହୋଇଥିଲେ।

Ajab Gajab Blind Village
Advertisment
Advertisment