• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଦୃଷ୍ଟିବାଧିତ ଛାତ୍ରଙ୍କ ପ୍ରଶ୍ନ ପରେ ଚେତିଲା ପ୍ରଶାସନ । କଳାହାଣ୍ଡି ଧର୍ମଗଡ଼ ବେହେରାଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ ଆଉ ୩ ଜଣ ଶିକ୍ଷକ ନିଯୁକ୍ତ ହୋଇଛନ୍ତି । ଯାହା ପରେ ଏବେ ସ୍କୁଲରେ ପାଠପଢ଼ା ସ୍ୱାଭାବିକ ହୋଇଛି । ନୂତନ ଶିକ୍ଷକ ନିଯୁକ୍ତି ପରେ ଏବେ ସ୍କୁଲରେ ମୋଟ୍ ୧୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପିଲାଙ୍କୁ ପାଠ ପଢ଼ାଇଛନ୍ତି ।

ତେବେ ନୂତନ ନିଯୁକ୍ତ ଦୁଇ ଜଣ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀ ଆଜିଠୁ ପାଠପଢ଼ାଇବା ଆରମ୍ଭ କରିଛନ୍ତି । ସ୍କୁଲରେ ନ୍ଦୋଳନ ଯୋଗୁଁ ଅଚଳାବସ୍ଥା ଲାଗି ରହିଥିଲା । ଏବେ ନୂଆ ଶିକ୍ଷକ ନିଯୁକ୍ତି ପରେ ଆନ୍ଦୋଳନ ବି ହଟିଛି । ସ୍କୁଲରେ ଶିକ୍ଷକ ନିଯୁକ୍ତିକୁ ନେଇ ଷଷ୍ଠ ଶ୍ରେଣୀର ଦୃଷ୍ଟିହୀନ ଛାତ୍ର ଯଶୋବନ୍ତ ଛତ୍ରିଆ ପ୍ରଶାସନିକ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥିଲା । ଏସମ୍ପର୍କରେ ଓଟିଭିରେ ଖବର ପ୍ରସାରଣ ପରେ ଆକ୍ସନ୍ ମୁଡ୍‌କୁ ଆସିଛି ପ୍ରଶାସନ ।

ଦେଖନ୍ତୁ ସେହି ଭାଇରାଲ୍‌ ଭିଡିଓ :- 

ସୂଚନାଯୋଗ୍ୟ, ଶିକ୍ଷକ ପଦବୀ ପୂରଣ ଦାବିରେ ଗତ ୧୦ ଦିନ ହେବ ଚାଲିଥିଲା ସ୍କୁଲ ବନ୍ଦ ଆନ୍ଦୋଳନ । ଶେଷରେ ଏହାର ପୂର୍ଣ୍ଣଛେଦ ପଡ଼ିଛି । ଗତ ସୋମବାର ପୁଲିସ ଅଧିକାରୀଙ୍କ ସହ ଧର୍ମଗଡ଼ ବ୍ଲକ ଶିକ୍ଷାଅଧିକାରୀ ସମେତ ଅନେକ ଅଧିକାରୀ ବେହେରାଗୁଡ଼ା ଯାଇ ୨ଜଣ ଶିକ୍ଷକ ନିଯୁକ୍ତି ଦେବାପରେ ସ୍କୁଲର ତାଲା ଫିଟିଛି । ତେବେ ଘଟଣାର ସମାଧାନ ପାଇଁ ଯାଇଥିବା ଅଧିକାରୀମାନଙ୍କୁ ଜଣେ ଦୃଷ୍ଟିବାଧିତ ଛାତ୍ର ପ୍ରଶ୍ନବାଣରେ ଘାଇଲା କରିବା ଅଲୋଚନାର ବିଷୟ ପାଲଟିଥିଲା । ଖରାଛୁଟି ପରେ ଏହି ସ୍କୁଲ ଖୋଲି ନ ଥିଲା । ଏଠାରେ ଚାରିଶହରୁ ଅଧିକ ଛାତ୍ରଛାତ୍ରୀ ପଢୁଥିବା ବେଳେ ମାତ୍ର ୨ ଜଣ ଶିକ୍ଷକରେ ସ୍କୁଲ ଚାଲୁଥିଲା, ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବନକ ଅସନ୍ତୋଷ ଜାହିର କରିଥିଲେ ।