Advertisment

ପୁଲୱାମା ସହିଦଙ୍କୁ ଅସମ୍ମାନ ! ପୁଷ୍ପମାଳ ଦେବା ସମୟରେ କହିଲେ ବିଜେଡି ଜିନ୍ଦାବାଦ

ଦେଶ ପାଇଁ ଜୀବନ ଦେଇଥିବା ନାଉଗାଁ ବ୍ଲକ୍‌ ପାରିଶିଖର ପଞ୍ଚାୟତର ପ୍ରସନ୍ନ କୁମାର ସାହୁଙ୍କୁ ଶ୍ରଦ୍ଧାଞ୍ଜଳି ପରିବର୍ତ୍ତେ ଅସମ୍ମାନ।

author-image
Chandan Shishu
ଅଦ୍ୟତନ ହୋଇଛି
Disrespect To Pulwama Martyrs

Disrespect To Pulwama Martyrs

ଜଗତସିଂହପୁର: ପୁଲୱାମାରେ ସହିଦ ବୀର ଯବାନଙ୍କୁ ଅସମ୍ମାନ ! ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରିବର୍ତ୍ତେ ବିଜେଡିର ଜୟ ଜୟକାର କଲେ। ସହିଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଳ ଅର୍ପଣ କରିବା ସମୟରେ ସହିଦଙ୍କ ସ୍ମୃତି ଚାରଣ ତ କଲେନି, ବରଂ ''ବିଜେଡି ଜିନ୍ଦାବାଦ, ନବୀନ ପଟ୍ଟନାୟକ ଜିନ୍ଦାବାଦ, ବିଜୁ ପଟ୍ଟନାୟକ ଜିନ୍ଦାବାଦ, ଶଙ୍ଖ ଚିହ୍ନ ଜିନ୍ଦାବାଦ''ର ସ୍ଲୋଗାନ୍ ଦେଇଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଜଗତସିଂହପୁର ଜିଲ୍ଲା ନାଉଗାଁ ଅଞ୍ଚଳର ବୋଲି ଜଣାପଡ଼ିଛି। ଏହି ଭିଡିଓ ଯେତିକି ବେଗରେ ଭିଡିଓ ଭାଇରାଲ୍‌ ହେଉଛି, ସେତିକି ଅସନ୍ତୋଷ ପ୍ରକାଶ କରିଛନ୍ତି ସୋସିଆଲ ମିଡିଆ ୟୁଜର୍ସ।  

Advertisment

ଗତ ୨୦୧୯ ମସିହା ଫେବୃଆରୀ ୧୪ ତାରିଖ। ଠିକ୍ ଆଜିର ଦିନରେ ୪୦ ଜଣ ବୀର ପୁତ୍ରଙ୍କୁ ହରାଇଥିଲା ଭାରତ। ଆକ୍ରମଣରେ ଦେଶ ପାଇଁ ଜୀବନ ଦେଇଥିଲେ ନାଉଗାଁ ବ୍ଲକ୍‌ ପାରିଶିଖର ପଞ୍ଚାୟତର ପ୍ରସନ୍ନ କୁମାର ସାହୁ। ସହିଦ ପ୍ରସନ୍ନଙ୍କୁ ଆଜି ବି ଝୁରୁଛି ମା’ମାଟି। ଗୁମୁରି ଗୁମୁରି କାନ୍ଦୁଛନ୍ତି ପରିବାର ଓ ପ୍ରିୟଜନ। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ, ପୁଲୱାମାରେ ସହିଦ ଏହି ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ପରିବର୍ତ୍ତେ ଅସମ୍ମାନ କରାଗଲା। ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରିବର୍ତ୍ତେ ଏକ ରାଜନୈତିକ ଦଳର ଜୟ ଜୟକାର କରାଗଲା। 

ସହିଦ ପ୍ରସନ୍ନଙ୍କ ସ୍ମୃତିରେ ନାଉଗାଁରେ ସ୍ଥାପିତ ହୋଇଥିବା ପ୍ରତିମୂର୍ତ୍ତୀରେ ପୁଷ୍ପମାଳ ଅର୍ପଣ କରିବା ସମୟରେ ସହିଦଙ୍କ ସ୍ମୃତି ଚାରଣ କରିବା ବଦଳରେ  ବିଜେଡି ଜିନ୍ଦାବାଦ, ନବୀନ ପଟ୍ଟନାୟକ ଜିନ୍ଦାବାଦ, ବିଜୁ ପଟ୍ଟନାୟକ ଜିନ୍ଦାବାଦ, ଶଙ୍ଖ ଚିହ୍ନ ଜିନ୍ଦାବାଦର ସ୍ଲୋଗାନ୍ ଦେଇଥିଲେ କିଛି କର୍ମୀ। ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

Advertisment
ରାଜ୍ୟ ଛାତ୍ର କଂଗ୍ରେସ ଉପସଭାପତି ସୁନିଲ କୁମାର ମାଟିଆ ରାଜ୍ୟ ଛାତ୍ର କଂଗ୍ରେସ ଉପସଭାପତି ଏହି ଘଟଣାକୁ ନିନ୍ଦା କରିଛନ୍ତି

ଏହି ଭିଡିଓକୁ ରାଜ୍ୟ ଛାତ୍ର କଂଗ୍ରେସ ଉପସଭାପତି ସୁନିଲ କୁମାର ମାଟିଆ ନିଜ ଫେସବୁକ୍‌ ପେଜ୍‌ରେ ସେୟାର କରିବା ସହ ଏଭଳି ଘଟଣାକୁ ନିନ୍ଦା କରିଛନ୍ତି। ସେ ଲେଖିଛନ୍ତି ଯେ ବିଜୁ ଜନତା ଦଳ ସହିଦ୍ ପ୍ରସନ୍ନ କୁମାର ସାହୁଙ୍କୁ ଅସମ୍ମାନ କରିଛନ୍ତି। ପୁଲୱାମା ଆତଙ୍କୀ ହମଲାରେ ୩ବର୍ଷ ତଳେ ଦେଶ ପାଇଁ ପ୍ରାଣବଳୀ ଦେଇଥିବା ନାଉଗାଁ ବ୍ଲକ ପାରିଶିଖର ଗ୍ରାମର ସହିଦ୍ ପ୍ରସନ୍ନଙ୍କ ପ୍ରତିମୂର୍ତ୍ତୀରେ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ  ପୁଷ୍ପମାଳ ଅର୍ପଣ କରିବା ସମୟରେ ସହିଦଙ୍କ ସ୍ମୃତି ଚାରଣ କରିବା ତ ଦୂରର କଥା, ଏହାକୁ ରାଜନୈତିକ ଉଦ୍ଦେଶ୍ୟରେ ଦେଉଥିବା ନାରା କେତେ ଦୂରୁ ଗ୍ରହଣୀୟ ବୋଲି ସେ ପ୍ରଶ୍ନ କରିଛନ୍ତି। ଭାରତ ମାତାର ବୀର ସନ୍ତାନଙ୍କୁ ବିଜେଡି ଜିନ୍ଦାବାଦ, ନବୀନ ପଟ୍ଟନାୟକ ଜିନ୍ଦାବାଦ, ବିଜୁ ପଟ୍ଟନାୟକ ଜିନ୍ଦାବାଦ, ଶଙ୍ଖ ଚିହ୍ନ ଜିନ୍ଦାବାଦର ସ୍ଲୋଗାନ୍‌ ଦେବା ଘଟଣାକୁ ସେ ନିନ୍ଦା କରିଛନ୍ତି।

Viral Video Disrespect To Pulwama Martyrs
Advertisment
Advertisment