/odishatv-khabar/media/post_attachments/uploadimage/library/16_9/16_9_0/IMAGE_1659415602.jpg)
bird laughing like a human, watch the video
ଇଏ ପକ୍ଷୀ ନା ମଣିଷ ? ଆବିକଳ ମଣିଷ ପରି ହସୁଛନ୍ତି ପକ୍ଷୀ । ଯାହାକୁ ଦେଖିଲେ ବି ବିଶ୍ୱାସ ହେବନାହିଁ ଏମାନେ ପକ୍ଷୀ ବୋଲି । କାରଣ ଆପଣ ବି ଶୁଣିଲେ ଭାବିବେ ଯେ, ଏଠାରେ ଦୁଇଜଣ ପକ୍ଷୀ ନୁହେଁ ବରଂ ଦୁଇ ଜଣ ମଣିଷ ଠୋ ଠୋ ହୋଇ ହସୁଛନ୍ତି । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ ଘଟଣା । ଯାହାର ଭିଡ଼ିଓ ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି ।
ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏହି ଆଶ୍ଚର୍ଯ୍ୟଜନକ ଭିଡ଼ିଓରେ ଦୁଇଟି ପକ୍ଷୀ ଥିବା ଦେଖିବାକୁ ମଳିଛି । ପକ୍ଷୀମାନେ ଅବିକଳ ମଣିଷ ପରି ଜୋର ଜୋରରେ ହସୁଛନ୍ତି । ଯଦି ଭିଡ଼ିଓଟିକୁ ଆପଣ ଟିକେ ଧ୍ୟାନରେ ଶୁଣିବେ, ତେବେ ଜାଣିପାରିବେ ପକ୍ଷୀମାନେ ଅବିକଳ ମଣିଷଙ୍କ ପରି ରହି ରହିକି ହସୁଛନ୍ତି । ଯାହାକୁ ଦେଖି ସୋସିଆଲ୍ ମିଡିଆ ୟୁଜର୍ସ ମଧ୍ୟ ଚକିତ ହୋଇଯାଇଛନ୍ତି । କେବଳ ଏତିକି ନୁହଁ ଏହି ଅଜବ ଭିଡ଼ିଓକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଚାଲିଛି ।
ଦେଖନ୍ତୁ ଏହି ଭାଇରାଲ୍ ଭିଡ଼ିଓ :-
Funny joke? 💕🤣🤣pic.twitter.com/ptKjXV1TX1
— Figen (@TheFigen) July 29, 2022
ତେବେ ଟ୍ୱିଟରରେ ଶେୟାର ହୋଇଥିବା ଏହି ଭିଡ଼ିଓକୁ ୬୨୯.୭ ହଜାର ଲୋକ ଦେଖିସାରିଥିବାବେଳେ ଏହାକୁ ୨,୭୮୪ ଜଣ ରିଟ୍ୱିଟ୍ ଏବଂ ୧୬.୯ ହଜାର ଲୋକ ଲାଇକ୍ କରିଛନ୍ତି । ତେବେ ଭିଡ଼ିଓଟି ସୋସିଆଲ୍ ମିଡିଆ ୟୁଜର୍ସଙ୍କୁ ବେଶ୍ ପସନ୍ଦ ଆସୁଥିବାବେଳେ ସେମାନେ ଏହାକୁ ଦେଖି ଖୁବ୍ ଉପଭୋଗ କରୁଛନ୍ତି ।
ତେବେ ପୂର୍ବରୁ ମଧ୍ୟ ଇକୋ (ଲାୟରବର୍ଡ) ପକ୍ଷୀ ମଣିଷ ଛୁଆ ପରି କାନ୍ଦୁଥିବାର ଭିଡ଼ିଓ ଭାଇରାଲ୍ ହୋଇଥିଲା । ଅଷ୍ଟ୍ରେଲିଆ ସିଡନିର ତାରୋଙ୍ଗା ଚିଡିଆଖାନାରେ ଦେଖିବାକୁ ମିଳିଥିଲା ଏଭଳି ବିଚିତ୍ର ପକ୍ଷୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)