/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652188373.jpg)
Billionaires paradise Island know their house prices
ଦୁନିଆରେ ଅନେକ ଅନନ୍ୟ ସ୍ଥାନ ଅଛି ଯାହା ବିଷୟରେ ଖୁବ୍ କମ୍ ଲୋକ ଜାଣନ୍ତି। ଆପଣ କେବେ ଏମିତି ଦ୍ୱୀପର ନାମ ଶୁଣିଛନ୍ତି କି ଯେଉଁଠି କେବଳ କୋଟିପତିମାନେ ହିଁ ରୁହନ୍ତି। କିନ୍ତୁ ଏହା ସତ ଯେ ଏମିତି ବି ଦ୍ୱିପ ଅଛି। ଏହି ଦ୍ୱୀପ ବିଳାସପୂର୍ଣ୍ଣ ପ୍ରାସାଦ ପରି। ଏହି ଦ୍ୱୀପରେ ରହୁଥିବା ସମସ୍ତ ଲୋକ ଅରବପତି। ତେବେ ଏହା କେଉଁଠି ଅଛି, ଗୋଟେ ଘରର ମୂଲ୍ୟ କେତେ ସେ ବିଷୟରେ ଜାଣିନେବା।
ଆମେ ଯେଉଁ ଦ୍ୱୀପ ବିଷୟରେ କହୁଛୁ ତାହା ନାଇଜେରିଆରେ ଅବସ୍ଥିତ। ଏହି ଅନନ୍ୟ ସ୍ଥାନ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହାକୁ ନେଇ ଆଜିକାଲି ଖୁବ ଚର୍ଚ୍ଚା ହେଉଛି। ନାଇଜେରିଆରେ ଥିବା ଏହି ବିଳାସପୂର୍ଣ୍ଣ ଦ୍ୱୀପର ନାମ ବନାନା ଦ୍ୱୀପ। ଏହି ଦ୍ୱୀପରେ ରହୁଥିବା ସମସ୍ତ ଲୋକ ଅରବପତି, ଯେଉଁମାନେ ବିଳାସପୂର୍ଣ୍ଣ ଜୀବନଯାପନ କରନ୍ତି।
ଅନେକ ଧନୀ ଲୋକ ମିଶି ନାଇଜେରିଆରେ ଏହି ଦ୍ୱୀପ ସୃଷ୍ଟି କରିଛନ୍ତି। ଏହି ଦ୍ୱୀପରେ ଏକରୁ ଅଧିକ ବିଳାସପୂର୍ଣ୍ଣ ଅଟ୍ଟାଳିକା ଅଛି। ନାଇଜେରିଆର ଆଗୋସ୍ରେ ନିର୍ମିତ ଏହି ଦ୍ୱୀପଟି ଏକ କଦଳୀ ଆକୃତିର ହୋଇଛି, ଯେଉଁ କାରଣରୁ ଏହାର ନାମ ବନାନା ଦ୍ୱୀପ ରହିଛି। ଏହି ଦ୍ୱୀପରେ ଜଣେ ସାଧାରଣ ଲୋକ ଘର କିଣିବାକୁ ମଧ୍ୟ ଚିନ୍ତା କରିବ। ତେବେ ଆସନ୍ତୁ ଜାଣିବା ଏହି ଅନନ୍ୟ ଦ୍ୱୀପ ବିଷୟରେ...
ପ୍ୟାରିସ୍, ନ୍ୟୁୟର୍କ ଏବଂ ଟୋକିଓ ଭଳି ସହର ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ କୋଟିପତିମାନେ ମିଶି ନାଇଜେରିଆରେ ଏକ କୃତ୍ରିମ ଦ୍ୱୀପ ସୃଷ୍ଟି କରିଛନ୍ତି। ଏଠାରେ ଚାରିଆଡେ କେବଳ ଚମକ ଦେଖାଯାଏ। ଏହି ନିର୍ଦ୍ଦିଷ୍ଟ ଦ୍ୱୀପରେ କେବଳ କୋଟିପତିମାନେ ହିଁ ବାସ କରନ୍ତି।
ବନାନା ଦ୍ୱୀପ ନାମରେ ପରିଚିତ ଏହି ଦ୍ୱୀପରେ ଥିବା ଜମି ଏବଂ ଘରଗୁଡ଼ିକର ମୂଲ୍ୟ କୋଟି କୋଟି ଟଙ୍କା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଦ୍ୱୀପ ୨୦୦୩ ମସିହାରେ ପ୍ରସ୍ତୁତ ହୋଇଥିଲା, ଯାହା ୪୦୨ ଏକର ଜମିରେ ଉପରେ ବ୍ୟାପିଛି। ଏହି ଦ୍ୱୀପକୁ ବାଲିରେ ହିଁ ତିଆରି କରାଯାଇଛି।
ଏଠାରେ ଏକ ବର୍ଗ ମିଟର ଜମିର ମୂଲ୍ୟ ୮୪ ହଜାର ଟଙ୍କା। ଏହା ବ୍ୟତୀତ ଏଠାରେ ଏକ ଘର କିଣିବା ପାଇଁ ୨୧ କୋଟି ଟଙ୍କା ଦେବାକୁ ପଡେ। ଏଠାରେ ଥିବା ସବୁଠାରୁ ମହଙ୍ଗା ଘର ହେଉଛି ୧୦୦ କୋଟି ଟଙ୍କା, ଯାହା ୨୬୦୦ ବର୍ଗ ମିଟରରେ ନିର୍ମାଣ କରାଯାଇଛି ଓ ଏଥିରେ ୬ଟି ଶୟନ କକ୍ଷ ରହିଛି।
ଏହି ଦ୍ୱୀପଟି ଅତ୍ୟନ୍ତ ନିର୍ଜନ, ଯାହା ଏହାକୁ ସ୍ୱତନ୍ତ୍ର କରିଥାଏ। ଧନୀ ଲୋକମାନେ ଏଠାରେ ଘର କିଣୁଛନ୍ତି କାରଣ ସେମାନେ ଏଠରେ ଶାନ୍ତିରେ ଏବଂ ନାଇଜେରିଆର ବହୁ ଜନଗହଳିପୂର୍ଣ୍ଣ ସହର ଲାଗୋସ୍ଠାରୁ ଦୂରରେ ରହିବାକୁ ଚାହାଁନ୍ତି। ଏହି ଦ୍ୱୀପରେ ସୁରକ୍ଷା ସହିତ ଗୋପନୀୟତା ମଧ୍ୟ ରହିଛି।
ଘର ବ୍ୟତୀତ, ଦୋକାନ ଏବଂ ଶୋ’ରୁମ୍ ମଧ୍ୟ ଏହି ଦ୍ୱୀପରେ ବହୁତ ମହଙ୍ଗା, ଯାହା କେବଳ କୋଟିପତିମାନେ ହିଁ କିଣିପାରିବେ। କେବଳ ନିମନ୍ତ୍ରଣ ଆଧାରରେ ଜଣେ ଏଠାକୁ ଆସି ପରିଦର୍ଶନ କରିପାରିବେ। ଏହି କାରଣରୁ ଏଠାରେ ଟ୍ରାଫିକ୍ ସମସ୍ୟା ନାହିଁ। ଦ୍ୱୀପର ସ୍ୱତନ୍ତ୍ରତା ଯୋଗୁଁ ଆଜିକାଲି ଏହା ଖୁବ ଚର୍ଚ୍ଚାରେ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)