• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ମୂଳରୁ ପୋଖରୀ ନାହିଁ । ହେଲେ ଚାଲିଛି ପୁନରୁଦ୍ଧାର କାମ । ମନରେଗା ଯୋଜନାରେ ଟଙ୍କା ହରିଲୁଟ୍‌ କରିବାକୁ ଏମିତି ‌ଭୟାନକ ଷଡଯନ୍ତ୍ର କରାଯାଇଛି । ନିୟମ ନିୟମ ବାଟରେ ...ଆଉ ଏଠି ମନଇଚ୍ଛା ଚାଲଛି ମହାଦୁର୍ନୀତି । କେମିତି ଓ କେଉଁମାନେ ଦୁର୍ନୀତିରେ ସାମିଲ ଅଛନ୍ତି ଜାଣିବା ପରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ ।

ଅର୍ଥ ଲୁଟ ଉଦ୍ଦେଶ୍ୟରେ ସବୁ ନିୟମକୁ ଖୋଲାଖୋଲି ଉଲଂଘନ କରାଯାଉଥିବା ପରି ସାଙ୍ଘାତିକ ଅଭିଯୋଗ ଆସିଛି ଗଂଜାମ ଆସିକା ବାଙ୍ଗରଡା ପଂଚାୟତର ଆମ୍ବପୁଆ ଗାଁରୁ । କାରଣ ଗୋଚର ଜାଗାରେ ଖେଳପଡିଆ ଏବଂ ମନ୍ଦିରକୁ ଲାଗି ରହିଥିବା ବାଉଁଶ ବଣକୁ ପୋଡିବା ପରେ ସେହି ଜାଗାକୁ ସମତଳ କରି ପୋଖରୀର ପୁନରୁଦ୍ଧାର ପାଇଁ ୮ଲକ୍ଷ ଟଙ୍କାର କାମକୁ ଗ୍ରାମବାସୀଙ୍କ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି ।

ଜାଣି ଆଶ୍ଚର୍ଯ୍ୟ ହେବେ କି, ଗାଁ ଠାକୁରାଣୀଙ୍କ ଯାନିଯାତ୍ରା ସମୟରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୁଏ । ଆଉ ଏହି ସମୟରେ ବାଉଁଶ ଗଛ ତଳେ ଆଶ୍ରୟ ନିଅନ୍ତି ଭକ୍ତ । କିନ୍ତୁ ଦୁର୍ନୀତି କରିବା ଲାଗି ବାଉଁଶ ସବୁକୁ ହାଣି ଏବେ ପଡିଆ କରିଦେଲେଣି । ଖାଲି ପଡିଆ କଲେ ତାହା ନୁହେଁ ବରଂ ପୋଖରୀ ପୁନରୁଦ୍ଧାର ସେହି ସ୍ଥାନରେ ହେଉଥିବାରୁ ଲୋକଙ୍କର ଜୋରଦାର ବିରୋଧ ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଗଡ଼ପଡିଆ ଏକ ପଡ଼ିଆର ନାଁ ହୋଇଥିବା ବେଳେ କେମିତି ସେହି ନାଁରେ ଏତେ ବଡ ଦୁର୍ନୀତି ହେଲା ? ସବୁ ଜାଣିଶୁଣି କେମିତି ଟଙ୍କା ବ୍ୟୟମଂଜୁର କଲା ପ୍ରଶାସନ ତାହାକୁ ନେଇ ଏବେ ଚର୍ଚ୍ଚା ଚାଲିଥିବା ବେଳେ ମନରେଗା କାମରେ କେମିତି ମଣିଷ ବଦଳରେ ମେସିନ୍‌ରେ କାମ ହେଲା ତହାକୁ ନେଇ ବି ଏବେ ଚର୍ଚ୍ଚା । ସେପଟେ ପୂରା ଘଟଣାରେ ବିଡିଓ କହୁଛନ୍ତି, ଘଟଣା କ’ଣ ହୋଇଛି ତାହାର ଅନୁଧ୍ୟାନ କରାଯିବ ଓ ତଦନ୍ତ କରାଯିବ । ଘଟଣା ଯାହା ବି ହେଉ..ଦିନ ଦ୍ୱିପ୍ରହରେ ଏମିତି ଦୁର୍ନୀତି ସମସ୍ତଙ୍କୁ ଚକିତ କରିଛି ।

 

  • Reported by:
  • Manoj Muni