• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଘନଉଥିବା ବେଳେ ଜଣେ ପ୍ରଶାସନିକ ଅଧିକାରୀ ତିନି ତିନିଟି ଗୁରୁତ୍ୱପୂର୍ଣ୍ଣ ପଦରେ ରହିବାକୁ ନେଇ ପ୍ରଶ୍ନ । ଆଇଏଏସ୍ ଅଫିସର୍ ବୀର ବିକ୍ରମ ଯାଦବ ପୂର୍ତ୍ତ ସଚିବ ସହ ଓବିସିସିର ଅଧ୍ୟକ୍ଷ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ମଧ୍ୟ ଦାୟିତ୍ୱ ତୁଲାଉଛନ୍ତି, ଯାହାକୁ ନେଇ କଡ଼ା ଆପତ୍ତି ଜଣାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଯିଏ ଟେଣ୍ଡର ଡାକୁଛନ୍ତି ସେ ହିଁ ଠିକାଦାର ବୋଲି ଅପରାଜିତା ଅଭିଯୋଗ କରିବା ସହ ଏହା ପଛରେ ଷଡ଼ଯନ୍ତ୍ର ଥିବା କହିଛନ୍ତି । ସେପଟେ ଏଭଳି ଅଭିଯୋଗର ଯଥାର୍ଥତା ନାହିଁ ବୋଲି କହିଛି ବିଜେଡି ।

ଜଟିଳ ହେଉଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ । ବଢୁଛି ରାଜ୍ୟ ସରକାରଙ୍କ ପାଇଁ ଅଡୁଆ । ନିଷିଦ୍ଧାଞ୍ଚଳରେ ବେଆଇନ ନିର୍ମାଣ ନେଇ ଚାରିଆଡ଼ୁ ସମାଲୋଚନା ପରେ ଏବେ ପୁଣି ଟେଣ୍ଡରରେ ସ୍ୱଛତା ନେଇ ପ୍ରଶ୍ନ । କାରଣ ପୂର୍ତ୍ତ ସଚିବ ସହ ଓବିସିସିର ଅଧ୍ୟକ୍ଷ ଥିବା ଆଇଏଏସ୍ ଅଧିକାରୀ ବୀର ବିକ୍ରମ ଯାଦବ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ବି ଦାୟିତ୍ୱ ତୁଲାଉଛନ୍ତି । ଏହା ସଂଯୋଗ ମାତ୍ର ନା କୌଣସି ବିଶେଷ ଉଦ୍ଦେଶ୍ୟ ସାଧନ ଲାଗି ଉଦ୍ଦିଷ୍ଟ ବୋଲି ପ୍ରଶ୍ନ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଶ୍ରୀମନ୍ଦିର ପରିଚାଳାନ ସମିତି -SJTA ଟେଣ୍ଡର ଘୋଷଣା କରୁଛି ଆଉ ଟେଣ୍ଡର ପାଉଛି ।

 

ଓବିସିସି ଅର୍ଥାତ୍ ପଇସା ଦେଉଥିବା ବ୍ୟକ୍ତି ହିଁ ଭିନ୍ନ ସଂସ୍ଥା ଜରିଆରେ ପଇସା ପାଉଛନ୍ତି । ଯେ ଟେଣ୍ଡର ଡାକୁଛନ୍ତି ସେ ହିଁ ଠିକାଦାର ବୋଲି ସାମ୍ବାଦିକ ସମ୍ବିଳନୀ କରି କହିଛନ୍ତି ଅପରାଜିତା । ଏହା ସୁଚିନ୍ତିତ ଷଡଯନ୍ତ୍ର ବୋଲି ସେ ଅଭିଯୋଗ କରିଛନ୍ତି । ପ୍ରକ୍ରିୟାର ସ୍ୱଛତା ଓ ପାରଦର୍ଶିତାକୁ ନେଇ ସେ ପ୍ରଶ୍ନ କରିଛନ୍ତି । ଏହାଦ୍ୱାରା ଆର୍ଥିକ ପକ୍ରିୟାରେ ସର୍ବନିମ୍ନ ଶୃଙ୍ଖଳାର ଉଲଘଂନ କରାଯାଇନି କି ବୋଲି ସେ ଜାଣିବାକୁ ଚାହିଁଛନ୍ତି ।

ତେଣେ ୪ ନଭେମ୍ବର ୨୦୧୯ରେ ସୁପ୍ରିମକୋର୍ଟ ସ୍ଥାୟୀ ଶ୍ରମନ୍ଦିର ମୁଖ୍ୟ ପ୍ରଶାସକ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦେଇଥିଲେ ହେଲେ ଏଯାଏଁ ତାହା କରାଯାଇନାହିଁ । ଏହା କୋର୍ଟଙ୍କ ଆଦେଶର ଖୋଲା ଉଲ୍ଲଙ୍ଘନ ବୋଲି ଅପରାଜିତା କହିଛନ୍ତି । ବିଜେଡି କହିଛି ଅପରାଜିତା ଉଠାଉଥିବା ପ୍ରଶ୍ନର କୌଣସି ଯଥାର୍ଥତା ନାହିଁ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ମୋଟ୍ ୮ଶହ କୋଟି ଟଙ୍କା ଖର୍ଚ୍ଚ ହେବ । ଓଡିଶା ବ୍ରିଜ୍ କଷ୍ଟ୍ରକସନ୍ କୋର୍ପେରସନ୍-ଓବିସିସି ଓ ଟାଟାର ମିଳିତ ଉଦ୍ୟମରେ ନିର୍ମାଣ କାମ ଚାଲିଛି । ଏତେ ବଡ଼ ପ୍ରକଳ୍ପ ବୋଇଥିବାରୁ ଏହାର ସ୍ୱଛତାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ । ସେପଟେ ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ କହିଛନ୍ତି ଯେ, ଜଣେ ବ୍ୟକ୍ତି ତିନିଟି ସଂସ୍ଥାରେ ରହି ଟେଣ୍ଡର ଡାକି ଟେଣ୍ଡର ପାଇବା ଦ୍ୱାରା ଗଡବଡ ହେବାର ଆଶଙ୍କା ରହିଛି । ଏହାକୁ ନେଇ ସନ୍ଦେହ ପ୍ରକାଶ ପାଇବା ସ୍ୱାଭାବିକ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ନିଇତି ନୂଆ ନୂଆ କେଁ ସାମ୍ନାକୁ ଆସୁଛି । ତେଣୁ ସରକାର ପୂରା ପ୍ରକ୍ରିୟା ସ୍ୱଚ୍ଛତା ଆଣନ୍ତୁ ବୋଲି ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀ ଦାବି ଜଣାଇଛନ୍ତି ।