/odishatv-khabar/media/post_attachments/uploadimage/library/16_9/16_9_0/IMAGE_1646201752.jpg)
Bhubaneswar GRP seizes 32 kg
ରାଜଧାନୀ ଭୁବନେଶ୍ୱରରୁ ୧୨ କୋଟିର ସୁନା ଜବତ । ମୁମ୍ବାଇରୁ କୋଣାର୍କ ଏକ୍ସପ୍ରେସରେ ଆସିଥିବା ୩୨ କେଜି ସୁନା ଜବତ କରିଛି ଜିଆରପି । ସୁନା ଜବତ କରିବା ସହ ୪ ଜଣକୁ ଅଟକ ରଖାଯାଇଛି । ତେବେ ଏତେ ପରିମାଣର ସୁନା କେଉଁଠୁ ଆଣୁଥିଲେ ତଥା କାହାପାଇଁ ଆଣୁଥିଲେ କିଛି ସ୍ପଷ୍ଟ ହୋଇନି । ବର୍ତ୍ତମାନ ଅଟକ ରଖିଥିବା ଲୋକଙ୍କୁ ପଚରାଉଚରା କରାଯାଉଛି । ଶୀଘ୍ର କିଛି ସୂଚନା ମିଳିବ ବୋଲି ଆଶା ରହିଛି ।
ତେବେ ସୁନା ଆସୁଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ଜିଆରପି । ଖବର ପାଇବା ପରେ ମୁମ୍ବାଇରୁ ଭୁବନେଶ୍ୱର ଆସୁଥିବା କୋଣାର୍କ ଏକ୍ସପ୍ରେସ ଉପରେ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ଏକାଥରକେ ୩୨ କେଜି ସୁନା ଜବତ ହୋଇଛି ଓ ୪ ଜଣକୁ ଅଟକ ରଖାଯାଇଛି । ପଚରାଉଚରା ପରେ ଜଣାପଡ଼ିଛି ଅଟକ ଥିବା ୪ ଜଣ ମୁମ୍ବାଇର ଏକ ସୁନା ଦୋକାନ କର୍ମଚାରୀ । ସେମାନେ ଭୁବନେଶ୍ୱରର କିଛି ଦୋକାନକୁ ସୁନା ବିକ୍ରି କରିବା ଉଦ୍ଦେଶ୍ୟରେ ଆସିଥିବା କହିଛନ୍ତି ।
ହେଲେ ଏତେ ଟଙ୍କାର ସୁନା ଆଣିଥିବା ବେଳେ ସେ ସମ୍ପର୍କୀତ କାଗଜପତ୍ର ଦେଖାଇ ପାରୁ ନାହାନ୍ତି ୪ ଜଣ । ସେମାନଙ୍କ ନିକଟରୁ କିଛି କାଗଜପତ୍ର ଜବତ କରିବା ସହ ଘଟଣାର ତଦନ୍ତ କରୁଛି ଜିଆରପି ପୋଲିସ୍ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)