Advertisment

ମଧ୍ୟାହ୍ନ ଭୋଜନରେ ଝିଟିପିଟି; ୧୧ ଛାତ୍ରଛାତ୍ରୀ ଅସୁସ୍ଥ

ଭଦ୍ରକ ଜିଲ୍ଲା ଏଲେଖା ପ୍ରୋଜେକ୍ଟ ୟୁପି ସ୍କୁଲର ପିଲା ମଧ୍ୟାହ୍ନ ଭୋଜନ ଖାଉଥିବା ବେଳେ ସେଥିରେ ଝିଟିପିଟି ପଡିଥିବା ଦେଖିବାକୁ ମିଳିଥିଲା।

author-image
Manoranjan Behera
Mid Day Meal

Mid Day Meal

ମଧ୍ୟାହ୍ନ ଭୋଜନରେ ଝିଟିପିଟି। ସେହି ଖାଦ୍ୟ ଖାଇ ୧୧ଜଣ ଛାତ୍ରଛାତ୍ରୀ ଅସୁସ୍ଥ। ଗୁରୁତର ଅବସ୍ଥାରେ ସେମାନଙ୍କୁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି। ଭଦ୍ରକ ଜିଲ୍ଲା ଏଲେଖା ପ୍ରୋଜେକ୍ଟ ୟୁପି ସ୍କୁଲର ପିଲା ମଧ୍ୟାହ୍ନ ଭୋଜନ ଖାଉଥିବା ବେଳେ ସେଥିରେ ଝିଟିପିଟି ପଡିଥିବା ଦେଖିବାକୁ ମିଳିଥିଲା। ଏହା ପରେ ୧୧ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ। ସମସ୍ତଙ୍କୁ ନୂତନ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Advertisment

ମେଡିକାଲରେ ବ୍ଲକ ଶିକ୍ଷାଧିକାରୀ ଚକ୍ରଧର ମଲ୍ଲିକ, ବିଧାୟକ ସଂଜୀବ ମଲ୍ଲିକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀରେ ଡାକ୍ତରଖାନାରେ ପହଞ୍ଚି ଅସୁସ୍ଥ ଥିବା ଛାତ୍ରଛାତ୍ରୀମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ମଧ୍ୟାହ୍ନ ଭୋଜନ ଯୋଗାଇଥିବା ସଂସ୍ଥା ବିରୋଧରେ ବାରମ୍ବାର ଅଭିଯୋଗ ଆସିବା ସତ୍ୱେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି।

ସ୍ଥାନୀୟ ବିଧାୟକ ସଂଜୀବ ମଲ୍ଲିକ କହିଛନ୍ତି, ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହା ଆଗରୁ ଶଙ୍କରପୁର ଉର୍ଦ୍ଦୂ ୟୁଜିଏମଇ ସ୍କୁଲରେ ମଧ୍ୟ ମଧ୍ୟାହ୍ନ ଭୋଜନରେ ଝିଟିପିଟି ପଡ଼ିଥିବାର ଦେଖା ଯାଇଥିଲା। ସେହି ଖାଦ୍ୟ ଖାଇ ୪୦ରୁ ଅଧିକ ପିଲା ଅସୁସ୍ଥ ହୋଇ ପଡ଼ିଥିଲେ।

Advertisment
Quarrel Over Mid Day Meal
Advertisment
Advertisment