/odishatv-khabar/media/post_attachments/uploadimage/library/16_9/16_9_0/IMAGE_1659150782.jpg)
BGMI Banned In India
ପବଜୀ ପ୍ରେମୀଙ୍କୁ ବଡ଼ ଝଟକା । ଗୁଗୁଲ୍ ପ୍ଲେ ଏବଂ ଆପଲ୍ ଆପ୍ ଷ୍ଟୋରରୁ ବ୍ୟାନ୍ ହେଲା ବ୍ୟାଟେଲ୍ ଗ୍ରାଉଣ୍ଡ ମୋବାଇଲ୍ ଇଣ୍ଡିଆ (Battlegrounds Mobile India) । ଫଳରେ ବର୍ତ୍ତମାନ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ୟୁଜର୍ସମାନେ ନିଜ ସ୍ମାର୍ଟଫୋନରେ ଏହାକୁ ଡାଉନଲୋଡ୍ କରିପାରିବେ ନାହିଁ ।
ପ୍ଲେଷ୍ଟୋର୍ରୁ ଗାୟବ ହେଲା ବ୍ୟାଟଗ୍ରାଉଣ୍ଡ ମୋବାଇଲ୍ ଇଣ୍ଡିଆ :-
୨୦୨୦ ରେ ଭାରତରେ PUBG ମୋବାଇଲ୍ ନିଷେଧ ହେବା ପରେ ଗତ ବର୍ଷ ଭାରତରେ BGMI ଖେଳ ଆରମ୍ଭ କରାଯାଇଥିଲା । BGMI ମଧ୍ୟ କ୍ରାଫ୍ଟନ୍ ନାମକ ସମାନ କମ୍ପାନୀ ଦ୍ୱାରା ନିର୍ମିତ ଯାହାକି PUBG ମୋବାଇଲ୍ ଗେମ୍ ତିଆରି କରିଥିଲା । ହେଲେ ଏବେ ବ୍ୟାଟେଲ୍ ଗ୍ରାଉଣ୍ଡ ମୋବାଇଲ୍ ଇଣ୍ଡିଆ (BGMI) ହଠାତ୍ ଗୁଗୁଲ୍ ପ୍ଲେ ଷ୍ଟୋର ଏବଂ ଆପଲ୍ ଆପରୁ ଗାୟବ ହୋଇଯାଇଛି। ଉଭୟ ଷ୍ଟୋରରୁ BGMIର କୌଣସି ଗେମ୍ ନଥିବାରୁ ଖେଳାଳିମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଟ୍ୱିଟର୍ରେ ଟ୍ରେଣ୍ଡ ହେଉଛି BGMI ହ୍ୟାସ୍ଟ୍ୟାଗ:-
ପ୍ଲେଷ୍ଟୋର୍ରୁ BGMIର ସମସ୍ତ ଗୋମ୍ ବ୍ୟାନ୍ ହେବା ପରେ ଖେଳାଳୀ ମାନେ ସୋସିଆଲ୍ ମିଡ଼ିଆରେ ନିଜ ଅସନ୍ତୋଷ ଜାହିର କରିଛନ୍ତ । ଏମିତିକି ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମ ଟ୍ୱିଟର୍ରେ ଏବେ BGMI ହ୍ୟାସଟ୍ୟାଗ ଟ୍ରେଣ୍ଡ କରୁଛି । ଅନେକ ଲୋକ ଏହା ମଧ୍ୟ କହିଛନ୍ତି ଯେ ଖେଳ ସହ ଜଡିତ କିଛି ଘଟଣା ଯୋଗୁଁ ଏହି ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି ।
ବିନା ନୋଟିସ୍ରେ ପ୍ଲେଷ୍ଟୋର୍ରୁ ହଟିଲା :-
BGMIକୁ ପ୍ଲେଷ୍ଟୋର୍ରୁ ହଟାଇବା ପାଇଁ ପୂର୍ବରୁ କୌଣସି ନୋଟିସ୍ କିମ୍ୱା ଆଲର୍ଟ କରାଯାଇନଥିଲା । ପ୍ଲେ ଷ୍ଟୋରରୁ ବ୍ୟାଟଗ୍ରାଉଣ୍ଡ ମୋବାଇଲ୍ ଇଣ୍ଡିଆ ହଟାଇବା ପରେ ଏବେ ସେହି ସମ୍ପର୍କରେ ଗୁଗୁଲ ଏକ ବିବୃତ୍ତି ଜାରି କରିଛି । ଯେଉଁଥିରେ କୁହାଯାଇଛି ଯେ, ସରକାରୀ ନିର୍ଦ୍ଦେଶ ପରେ ବ୍ୟାଟଗ୍ରାଉଣ୍ଡ ମୋବାଇଲ୍ ଇଣ୍ଡିଆକୁ ପ୍ଲେ-ଷ୍ଟୋର୍ରୁ ହଟାଇ ଦିଆଯାଇଛି । ନ୍ୟୁଜ୍ ଏଜେନ୍ସି ରିୟୁଟର୍ସର ରିପୋର୍ଟ ଅନୁଯାୟୀ, ‘ଗୁଗୁଲର ମୁଖପାତ୍ର ଏହି ବିଷୟରେ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ଟ୍ୱିଟ୍ରେ ଲେଖାଯାଇଛି, ସରକାରୀ ନିର୍ଦ୍ଦେଶ କ୍ରମେ ପ୍ଲ-ଷ୍ଟୋରରୁ BGMIକୁ ବ୍ୟାନ୍ କରାଯାଇଛି ।’ ତେବେ କାହିଁକି ଏଭଳି ପଦକ୍ଷେପ ନିଆଯାଇଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନି ।
Really comes as a shocker because the Growth of Esports in India has been tremendous.
All will come down to a stop if something happens to BGMI(Top esports game in India)
Trust will be broken.
People who HOPED, will remain hopeless.
I hope you look into the matter @GoI_MeitY— MortaL (@Mortal04907880) July 28, 2022
ସୂଚନା ଅନୁସାରେ, ଏହି ଖେଳକୁ ଡେଭ୍ଲପ୍ କରିଥିବା କମ୍ପାନୀ ‘କ୍ରାଫ୍ଟନ୍’ ମଧ୍ୟ ଭାରତରେ ‘BGMI’ ଆରମ୍ଭ ହେବା ପୂର୍ବରୁ ଚୀନ୍ କମ୍ପାନୀ ସହିତ ସବୁ ସମ୍ପର୍କ ବିଚ୍ଛିନ୍ନ କରିଥିଲା । କେବଳ ଏତିକି ନୁହେଁ ଭାରତୀୟ ୟୁଜର୍ସଙ୍କ ତଥ୍ୟ ସଂରକ୍ଷିତ ରହିବ ଏବଂ ବ୍ୟବହାରକାରୀଙ୍କ ଗୋପନୀୟତା। ଯତ୍ନ ନିଆଯିବ ବୋଲି ମଧ୍ୟ କହିଥିଲା। ଯାହା ପରେ ଭାରତରେ ଖେଳ ପାଇଁ କମ୍ପାନୀ ୧୦୦ ମିଲିୟନ୍ ଡଲାରରୁ ଅଧିକ ପୁଞ୍ଜିନିବେଶ କରିଥିଲା। ଫଳରେ ୨୦୨୦ରେ PUBG ବ୍ୟାନ୍ ହୋଇଥିବା ପରେ BGMI କୁ PUBGର ଏକ ନୂଆ ଅବତାର ଭାବରେ ଲଞ୍ଚ କରାଯାଇଥିଲା । ଏହାର ବ୍ୟବହାରକାରୀଙ୍କ ସଂଖ୍ୟା ୧୦୦ ମିଲିୟନ୍ ମାର୍କ ଅତିକ୍ରମ କରିଥିବା ଜଣାପଡିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)