Advertisment

ନିଜ ଜିଦିରେ ଅଟଳ ତପସ୍ୱିନୀ, ଘର ଭିତରକୁ ଗଲେନି

ସୁମିତଙ୍କ ଓକିଲ କହିଛନ୍ତି ଯେ, କୋର୍ଟ କହିଥିଲେ ବ୍ରହ୍ମପୁର ବ୍ରହ୍ମାନଗରର ଗଣେଶ ନିବାସରେ ତପସ୍ୱିନୀଙ୍କୁ ରହିବାକୁ ଦିଆଯାଉ।

author-image
Chandan Shishu
Tapaswini-Sumit Dispute

Tapaswini-Sumit Dispute

ବ୍ରହ୍ମପୁର: କୋର୍ଟଙ୍କ ରାୟ ପରେ ବି ତପସ୍ୱିନୀ ଗତକାଲି ସୁମିତଙ୍କ ଘରର ଗ୍ୟାରେଜରେ ରାତି କାଟିଛନ୍ତି। ସୁମିତଙ୍କ ପରିବାର ପକ୍ଷରୁ ଯେଉଁ ଘର ଦିଆଯାଉଥିଲା, ତାହା ଜଣେ ମହିଳା ପାଇଁ ରହିବାକୁ ଅଯୋଗ୍ୟ ଥିଲା ବୋଲି ତପସ୍ୱିନୀ ଅଭିଯୋଗ କରିଛନ୍ତି। ତା ବଦଳରେ ସେ ସୁମିତଙ୍କ ବେଡରୁମ୍‌ରେ ରହିବାକୁ ଜିଦ୍ ଧରିଥିଲେ। ହେଲେ ସୁମିତଙ୍କ ପରିବାର ଲୋକେ ବେଡରୁମ୍ ଦେବା ସମ୍ଭବ ନୁହଁ ବୋଲି ଦର୍ଶାଇଥିଲେ।

Advertisment

ପରିବାରରେ ସଦସ୍ୟଙ୍କ ସଂଖ୍ୟା ଅଧିକ ଓ ସେ ରୁମ୍‌ରେ ଜଣେ ହାର୍ଟ ପେସେଣ୍ଟ ରହୁଥିବାରୁ ଉପର ଘର ତପସ୍ୱିନୀଙ୍କୁ ଦିଆଯାଇଥିଲା ବୋଲି ସୁମିତଙ୍କ ଓକିଲ କହିଛନ୍ତି। ଏହାସହ ସେ ସ୍ପଷ୍ଟ କରିଛନ୍ତି ଯେ, କୋର୍ଟ କହିଥିଲେ ବ୍ରହ୍ମପୁର ବ୍ରହ୍ମାନଗରର ଗଣେଶ ନିବାସରେ ତପସ୍ୱିନୀଙ୍କୁ ରହିବାକୁ ଦିଆଯାଉ ସେହି ଅନୁସାରେ ତପସ୍ୱିନୀଙ୍କ ରହିବା ପାଇଁ ତାଙ୍କୁ ଉପର ଘର ଦିଆଯାଇଥିଲା ବୋଲି ସେ କହିଛନ୍ତି। 

ତପସ୍ୱିନୀଙ୍କର ଯୁକ୍ତି ଯେ, ସୁମିତଙ୍କୁ ବାହା ହୋଇ ଆସିବା ପରେ ସେ ଯେଉଁ ରୁମ୍‌ରେ ରହୁଥିଲେ, ତାଙ୍କୁ ସେଇ ରୁମ୍‌ରେ ରହିବାକୁ ଅନୁମତି ଦିଆଯିବା ଉଚିତ। ତା ବଦଳରେ ତାଙ୍କୁ ରହିବା ଲାଗି ଉପରେ ଯେଉଁ ରୁମ୍ ଦିଆଯାଉଥିଲା, ତାହା ଉପଯୁକ୍ତ ନୁହଁ କି ସୁରକ୍ଷିତ ନୁହଁ। ଏଣୁ ସେ ବାଧ୍ୟ ହୋଇ ଗ୍ୟାରେଜ ଘରେ ରହିଲେ ବୋଲି ତପସ୍ୱିନୀ ଗଣମାଧ୍ୟମକୁ କହିଛନ୍ତି। 

Advertisment
Advertisment
Advertisment