Advertisment

ପୁଅ ଖବର ବାପ ପାଖରେ ନାହିଁ ! କହିବି କହିବି କହି ପୋଲିସକୁ ବି ମିଛ କହିଲେ ସୁମିତ୍‌ଙ୍କ ବାପା

ତପସ୍ୱିନୀ-ସୁମିତଙ୍କ ମାମଲାର ତଦନ୍ତ ପାଇଁ ସୁମିତଙ୍କ ଘରେ ପହଞ୍ଚିଛି ପୋଲିସ । ବ୍ରହ୍ମପୁର ଏସପିଙ୍କ ନେତୃତ୍ୱରେ ପୋଲିସ ଟିମ୍ ସୁମିତଙ୍କ ଘରକୁ ଯାଇ ପଚରାଉଚରା କରୁଛି.

author-image
Prangyan Parimita
ଅଦ୍ୟତନ ହୋଇଛି
sumit-tapaswini

sumit-tapaswini

ବ୍ରହ୍ମପୁର : ଘରେ ବାହାରେ ନିଜ ଗାଡି ରଖି ସୁମିତ ଏବେ କୁଆଡେ ଅନ୍ତର୍ଧ୍ୟାନ ହୋଇଯାଇଛନ୍ତି । ନା ଡିଉଟି ଯାଉଛନ୍ତି ନା ପତ୍ନୀଙ୍କୁ ଘରକୁ ନେଉଛନ୍ତି । ଆଉ ଏଥିପାଇଁ ଡାକ୍ତର ସୁମିତ ଓ ପତ୍ନୀ ତପସ୍ୱିନୀଙ୍କ ପାରିବାରିକ ବିବାଦ ମାମଲାରେ ପୋଲିସ୍ ତଦନ୍ତ ଆରମ୍ଭ କରିଛି । ଆଜି ବ୍ରହ୍ମପୁର ଏସପିଙ୍କ ନେତୃତ୍ୱରେ ପୋଲିସ୍ ଟିମ୍ ସୁମିତଙ୍କ ଘରକୁ ପହଞ୍ଚିଥିଲେ । ସୁମିତ କେଉଁଠି ସେ ସମ୍ପର୍କରେ ପଚରାଉଚରା କରିଥିଲା । ବାହାରେ ବୋହୂ ବସି ଥଣ୍ଡାରେ ହଇରାଣ ହେଉଥିବା ବେଳେ ସୁମିତଙ୍କୁ ଡାକି ସମସ୍ୟା ସମଧାନ କରିବାକୁ ପୋଲିସ ଚାହିଁଥିବା ବେଳେ ସୁମିତଙ୍କ ବାପା କିନ୍ତୁ ନଛୋଡ଼ବନ୍ଧା ।

Advertisment

ପୋଲିସ ପଚାରିବାରୁ ବି ମିଛ କହୁଛନ୍ତି । କହୁଛନ୍ତି ମୁ କହିବି, ହେଲେ କହୁନାହାନ୍ତି । କେବେ କହିବ ପଚାରିବାରୁ ଗ୍ରୀଲ ପାଖରୁ ଘର ଭିତରକୁ ପଳେଇ ଗଲେ । ପୋଲିସ ବି ଅନ୍ୟ ଉପାୟ ନପାଇ ସେଇଠୁ ପଳାଇ ଆସିଲା । ତେବେ ସବୁଠି ଏବେ ଗୋଟିଏ ଚର୍ଚ୍ଚା, ସୁମିତଙ୍କୁ କଣ ହୋଇଛି । ଏମିତି କୋଉ ରୋଗର ଚିକିତ୍ସା ହେଉଛନ୍ତି ଯେ ଲୁଚାଚୋରାରେ ବିଶ୍ରାମ ନେଉଛନ୍ତି । ଆଉ ସେ ବନବାସରେ ଥିବା ସିକ୍ରେଟ ସ୍ଥାନଟି କୋଉଠି, ଯାହାକୁ ପୋଲିସକୁ କହିବାକୁ ସୁମିତର ବାପା ଠିକ ମଣିଲେ ନାହିଁ। ଆଉ ପୋଲିସ ବି ତାଙ୍କ ଠାରୁ କଥାକୁ ହାସଲ ନକରି ଚାଲିଆସିବା ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି।

ସୁମିତ ନିଖୋଜ ନେଇ ଆସିକା ଥାନାରେ ତପସ୍ୱିନୀ ଅଭିଯୋଗ କରିଥିବା ବେଳେ ଏଯାଏଁ ସୁମିତକୁ ଖୋଜି ପାଉନି ପୋଲିସ । କୋର୍ଟ ତାରିଖରେ ବି ଆସି ଉପସ୍ଥିତ ହୋଇନଥିଲେ ସୁମିତ । କୋର୍ଟ ନିର୍ଦ୍ଦେଶ ଅନୁସାରେ ସ୍ତ୍ରୀଙ୍କ ଖର୍ଚ୍ଚ ବହନ, ଘର ଖୋଜିବାକୁ କହିଥିବା ବେଳେ ଏବେ ସୁମିତଙ୍କ ଖୋଜଖବର ମିଳୁନଥିବାରୁ ପୋଲିସର ଭୂମିକା ଉପରେ ମଧ୍ୟ ସନ୍ଦେହ ଜାତ ହେଉଛି ।

Advertisment

ସେପଟେ ଗତକାଲିଠୁ ଶ୍ୱଶୁର ଘର ସାମ୍ନାରେ ଧାରଣାରେ ବସିଛନ୍ତି ତପସ୍ୱିନୀ । ଶୀତ କାକରକୁ ଖାତିର ନକରି ବ୍ରହ୍ମାନଗର ଶାଶୁଘର ସମ୍ମୁଖରେ ଅସ୍ଥାୟୀ ତମ୍ବୁ କରି ଧାରଣା ଦେଇଛନ୍ତି । ଏଥର ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଉଠିବେ ନାହିଁ ବୋଲି ଜିଦରେ ଅଟଳ ତପସ୍ୱିନୀ । ଦିନକ ପରେ ଅର୍ଥାତ୍ ସୋମବାର SDJM କୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ଅଛି । ହେଲେ ଆସିକା ଗେଷ୍ଟ ହାଉସ୍ ଛାଡ଼ିବା ପରେ ତପସ୍ୱିନୀ ରହିବା ପାଇଁ ସ୍ଥାନ ନଥିବାରୁ ଶ୍ୱଶୁର ଘର ସମ୍ମୁଖରେ ଧାରଣା ଦେଇଥିବା କହିଛନ୍ତି ।

Tapaswini-Sumit Dispute
Advertisment
Advertisment