• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଇନଗତ ଲଢ଼େଇରେ ବାଜି ମାରିଛନ୍ତି ତପସ୍ୱିନୀ । ହେଲେ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ମାସକ ଖର୍ଚ୍ଚ ୧୭ ହଜାର ଟଙ୍କା ଦେଉନାହାନ୍ତି ସ୍ୱାମୀ । ନୋ ୱର୍କ ନୋ ପେରେ ଅଛନ୍ତି ସୁମିତ୍‌ । ଏପରିସ୍ଥଳେ ସ୍ତ୍ରୀ ତପସ୍ୱିନୀକୁ ଟଙ୍କା ଦେବା ପାଇଁ  ଅସମର୍ଥ । ସୁମିତ ଟଙ୍କା ଯୋଗାଡ଼ କରିବାରେ ଅସମର୍ଥ । ଏବେ ବି ତାଙ୍କର ଶାରୀରିକ ଓ ମାନସିକ ଅବସ୍ଥା ଠିକ ନାହିଁ । ଆଜି କୋର୍ଟରେ ଡେଟ୍ ଥିବାରୁ ହାଜର ହୋଇ ଏପରି କହିଛନ୍ତି ଡାକ୍ତର ସୁମିତ୍ ।

ଦୀର୍ଘ ମାସ ପରେ ମିଡିଆ ସାମ୍ନାକୁ ଆସିଛନ୍ତି ସୁମିତ୍ । ଆଜି ବ୍ରହ୍ମପୁର ଫ୍ୟାମିଲି କୋର୍ଟରେ ଡ. ସୁମିତ ଓ ତାଙ୍କ ସ୍ତ୍ରୀ ତପସ୍ୱିନୀଙ୍କ କାଉନସେଲିଂ ତାରିଖ ଥିଲା । ତେବେ କାଉନସିଲିଂକୁ ସୁମିତ ଆସିଥିବା ବେଳେ ସ୍ତ୍ରୀ ତପସ୍ୱିନୀ ଆସିନଥିଲେ । ତେବେ ତପସ୍ୱିନୀ କାହିଁକି କୋର୍ଟରେ ହାଜର ହୋଇନାହାନ୍ତି ତାହା ଜଣାପଡି ନାହିଁ । ତପସ୍ୱିନୀ ସୁମିତଙ୍କୁ ଆଦୌ ସହଯୋଗ କରୁନଥିବାରୁ ଓ ସେ ତାଙ୍କ ପରିବାର ଭୟଭୀତ ହୋଇ ରହିଥିବା କଥା ଗଣମାଧ୍ୟମ ଆଗରେ କହିଛନ୍ତି ।

ସେପଟେ ସୁମିତଙ୍କ ଓକିଲ କହିବା ଅନୁସାରେ ତପସ୍ୱିନୀ କୋର୍ଟକୁ ସହଯୋଗ କରିନାହାନ୍ତି । ଅନ୍ୟପଟେ ଆଜି ୧୦ ତାରିଖ ହୋଇଥିବା ବେଳେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସୁମିତ୍ ୧୭ ହଜାର ଟଙ୍କା ତପସ୍ୱିନୀଙ୍କୁ ଦେବା କଥା । କିନ୍ତୁ ବର୍ତ୍ତମାନ ସେ ଆର୍ଥିକ ସମସ୍ୟାରେ ଅଛନ୍ତି । ତେଣୁ ସେ ବର୍ତ୍ତମାନ ସୁଦ୍ଧା ଏହି ଟଙ୍କା ଦେଇ ପାରି ନଥିବା ସୁମିତଙ୍କ ଓକିଲ କହିଛନ୍ତି ।