/odishatv-khabar/media/post_attachments/uploadimage/library/16_9/16_9_0/IMAGE_1666263371.jpg)
Special story
ପୁଅ କରିଛି ବିଡିଓ ଚାକିରି । ଜଣେ ଉଚ୍ଚପଦସ୍ଥ ଅଧିକାରୀ ହୋଇଥିବା ବେଳେ ମୋଟା ଅଙ୍କର ଦରମା ବି ମିଳୁଛି । ଟଙ୍କାପଇସାର ଅଭାବ ନାହିଁ କହିଲେ ଚଳେ । ହେଲେ ବର୍ଷ ବର୍ଷ ଧରି ବାପା ମାଆ ପାଉଛନ୍ତି ରାସନ ଚାଉଳ । ଦୀର୍ଘ ୩ ବର୍ଷ ହେବ ବିଡିଓଙ୍କ ବାପା ମାଆ ପାଉଛନ୍ତି ରାସନ କାର୍ଡର ସୁବିଧା ପାଉଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ସହିରା ପଂଚାୟତରୁ ।
ମଠସାହି ଗାଁର ଅଭିଷେକ ଦାଶ, ବାଲେଶ୍ୱର ସିମୁଳିଆ ବ୍ଲକର ବିଡିଓ । ତାଙ୍କ ବାପା ମାଆଙ୍କ ନାଁରେ ରାସନ କାର୍ଡ ରହିଛି । ବର୍ଷେ କି ଦୁଇବର୍ଷ ନୁହେଁ ଦୀର୍ଘ ତିନି ବର୍ଷ ହେବ ବିଡ଼ିଓଙ୍କ ବାପାମା’ ରାସନ କାର୍ଡ ମାଧ୍ୟମରେ ଡ଼ିଲରଙ୍କଠାରୁ ଚାଉଳ ଉଠାଉଥିବା ଅଭିଯୋଗ ହୋଇଛି। ଏମିତିକି ନିଜ ଗାଁ ଲୋକମାନେ ରାସନ କାର୍ଡ ଥିବା ଜାଣିପାରିବେ ବୋଲି ଅନ୍ୟ ଗାଁର ଡିଲରଙ୍କଠାରୁ ଚାଉଳ ଉଠାଉଛନ୍ତି ।
ତେବେ ଘଟଣାକୁ ନେଇ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି । ଏହାର ତଦନ୍ତ ପାଇଁ ଦାବି କରିଛନ୍ତି । ସେପଟେ ଆଳି ବିଡିଓ କହିଛନ୍ତି, ତଦନ୍ତ ପରେ କାର୍ଯ୍ୟାନୁଷ୍ଠଆନ ନିଆଯିବ । ଅନ୍ୟପଟେ ଅଭିଶେକ କହିଛନ୍ତି ଚାକିରି ପୂର୍ବରୁ ବାପା ମାଆଙ୍କ ନାଁରେ ରାସନ କାର୍ଡ ଥିଲା । ଚାକିରି ପରେ କାର୍ଡ ରହିବା କଥା ନୁହେଁ ।
ସୂଚନାଯୋଗ୍ୟ, ସମାଜର ଆର୍ଥିକ ଅନଗ୍ରସର ଲୋକଙ୍କ ମୁହଁରେ ଆହାର ଦେବାକୁ ସରକାର ଯୋଗାଉଛନ୍ତି ରାସନ ଚାଉଳ। ଏଥିନିମନ୍ତେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହା କିନ୍ତୁ ବାଟମରଣା ହେବାରେ ଲାଗିଛି। ଆର୍ଥିକ ସ୍ୱଚ୍ଛଳ ଶ୍ରେଣୀର ଲୋକେ ବି ଏହାର ଫାଇଦା ଉଠାଇବାକୁ ପଛାଉ ନାହାନ୍ତି। ଗରିବ ଲୋକ ଟିଏ ରାସନ କାର୍ଡ ପାଇବାରୁ ବଞ୍ଚିତ ହେଉଥିବା ବେଳେ କେମିତି ବିଡ଼ିଓଙ୍କ ବାପାମା’ଙ୍କ ନାଁରେ କାର୍ଡହେଲା ସେ ନେଇ ପଂଚାୟତର ଲୋକମାନେ ପ୍ରଶ୍ନ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)