/odishatv-khabar/media/post_attachments/uploadimage/library/16_9/16_9_0/IMAGE_1648442532.jpg)
Basudevpur Tension erupts after biker dies in road mishap
ଜାମୁଝାଡି-ବାସୁଦେବପୁର ରାସ୍ତାରେ ମର୍ମନ୍ତୁଦ ବାଇକ୍ ଦୁର୍ଘଟଣା ଘଟିଛି । ପଟାପୋଲ ନିକଟରେ ନିର୍ମାଣଧୀନ ପୋଲ ନିକଟରେ ବାଇକ୍ ଖସିପଡିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି ।
ମୃତକ ଜଣକ ହେଲେ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ବାଷଠି ଗାଁର ବିପିନ ବେହେରା । ବିପିନଙ୍କ ମୃତ୍ୟୁପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିକରି ଲୋକମାନେ ଜାମୁଝାଡି-ବାସୁଦେବପୁର ରାସ୍ତା ଅବରୋଧ କରିଛନ୍ତି ।
#ଦୁର୍ଘଟଣା_ପରେ_ଉତ୍ତେଜନା
•ବାସୁଦେବପୁର ପଟାପୋଲ ନିକଟରେ ଦୁର୍ଘଟଣା; ବାଇକ୍ ଆରୋହୀ ମୃତ
•ନିର୍ମାଣାଧୀନ ପୋଲରେ ପିଟି ହୋଇ ବାଇକ୍ ଚାଳକଙ୍କ ମୃତ୍ୟୁ
•କ୍ଷତିପୂରଣ ଦାବିରେ ଟାୟାର ଜାଳି ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ#Bhadrak#Odisha#OTVpic.twitter.com/lF4P3XoCnq— ଓଟିଭି (@otvkhabar) March 28, 2022
ସୂଚନା ଅନୁସାରେ, ଗତ କିଛି ଦିନ ଧରି ପଟାପୋଲ ନିକଟରେ ନିର୍ମାଣକାମ ଚାଲୁ ରହିଥିଲେ ମଧ୍ୟ ସେଠାରେ ଡାଇଭର୍ସନ ପାଇଁ କୌଣସି ସୂଚନା ନଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ତେବେ ଏନେଇ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)