Advertisment

ପୁଅଝିଅଙ୍କ ଚିନ୍ତାରେ ବୃଦ୍ଧ ଦମ୍ପତି : ସହାୟତା ଯୋଗାଇ ଦେବାକୁ ସରକାରଙ୍କୁ ଗୁହାରୀ

ଏମାନଙ୍କୁ ସାହା ହୁଅ ସରକାର। ଦୁଇ ପିଲାଙ୍କୁ ନେଇ ଅଭାବ ଅନାଟନରେ ଦିନ କାଟୁଛନ୍ତି ଏ ବୃଦ୍ଧ ଦମ୍ପତି...

author-image
Prangyan Parimita
Special Story

Special Story

ବୁଢ଼ା ବୟସରେ ବୋଝ ପାଲଟିଛି ଭେଣ୍ଡିଆ ପୁଅ । ଏକମାତ୍ର ପୁଅ ମାନସିକ ବିକାରଗ୍ରସ୍ତ ହୋଇଥିବା ବେଳେ ଝିଅ ମଧ୍ୟ ଭିନ୍ନକ୍ଷମ । ଉଭୟଙ୍କ ପାଇଁ ଚିନ୍ତାରେ ବୃଦ୍ଧ ଦମ୍ପତି । ପୁଅ ନିଜେ କିଛି କରିପାରୁନି । ତା’ର ଗାଧୋଇବ, ଖାଇବା, ସବୁ କରନ୍ତି ବୁଢ଼ାବାପାମା’ । ପ୍ରତିଦିନ ପୁଅର ଏମିତି ସେବା କରୁଛନ୍ତି ବରଗଡ଼ ଜିଲ୍ଲା କଳାପାଣି ଗାଁର ଲିଙ୍ଗରାଜ ବାରିକ ଓ ପତ୍ନୀ ଲକ୍ଷ୍ମୀ ବାରିକ। ବୟସର ଅପରାହ୍ନରେ ଭାରି କଷ୍ଟରେ ଅଛନ୍ତି ଉଭୟେ ।

Advertisment

ଯେଉଁ ସମୟରେ ବାପା ମାଆଙ୍କ ସେବା ପୁଅ କରିବା କଥା, ସେହି ବୟସରେ ବାପା ମାଆଙ୍କ ସେବାକୁ ଚାହିଁ ରହିଛି ନିକୁଞ୍ଜ । ଯେତେବେଳେ ନିକୁଞ୍ଜଙ୍କୁ ୧୮ ବର୍ଷ ହୋଇଥିଲା, ହଠାତ ସେ ମାନସିକ ଭାରସାମ୍ୟ ହରାଇ ବସିଥିଲେ । ଚିକିତ୍ସା ପାଇଁ ତାଙ୍କୁ ବରଗଡ଼ ଓ ବୁର୍ଲା ମେଡିକାଲ ନେଇଥିଲେ ମଧ୍ୟ କିଛି ଲାଭ ହେଲାନାହିଁ । ଶେଷରେ ଭାଗ୍ୟକୁ ଆଦରି ପୁଅ ସେବା କରି ଆସୁଛନ୍ତି ଲିଙ୍ଗରାଜ ।

ନିକୁଞ୍ଜଙ୍କ ଭଳି ଝିଅ ତପସ୍ୱିନୀ ମଧ୍ୟ ଭିନ୍ନକ୍ଷମ। ଜନ୍ମରୁ ଗୋଟିଏ ଗୋଡ ଭିନ୍ନକ୍ଷମ ହୋଇଥିବାରୁ ଚିନ୍ତାରେ ବାପାମାଆ। ପରିବାର ଚଳାଇବା କଷ୍ଟକର ହେବାରୁ ଲିଙ୍ଗରାଜ ଏବେ ଗାଁ ମୁଣ୍ଡରେ ଏକ ସେଲୁନଟିଏ କରିଛନ୍ତି। ସେଥିରୁ ଯାହା କିଛି ମିଳୁଛି କଷ୍ଟେ ମଷ୍ଟେ ପରିବାର ଚଳୁଛନ୍ତି।

Advertisment

ସେମାନଙ୍କର ଜମିବାଡ଼ି କି ଘର ଖଣ୍ଡିଏ ଲିଙ୍ଗରାଜଙ୍କର ନାହିଁ। ପର ଘରେ ସମସ୍ତେ ମୁଣ୍ଡ ଗୁଞ୍ଜିଛନ୍ତି। ଏ ନେଇ ବରଗଡ଼ ଉପ-ଜିଲ୍ଲାପାଳ କହିଛନ୍ତି, ଅଭାବ ଅନାଟନରେ ଚଳୁଥିବା ଲିଙ୍ଗରାଜଙ୍କ ପରିବାରକୁ ସମସ୍ତ ସହାୟତା ଦିଆଯିବ । ଲିଙ୍ଗରାଜଙ୍କ ପରିବାରକୁ ସହାୟତା ସହ ନିକୁଞ୍ଜଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବାକୁ ଦାବି ହେଉଛି । ଏହା କଲେ ଏ ପରିବାରର ଦୁଃଖ ଦୂର ହୋଇପାରିବ।

ବରଗଡରୁ ଦୀପକ ଶର୍ମାଙ୍କ ରିପୋର୍ଟ

Tragic Story
Advertisment
Advertisment