• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବ୍ୟାଙ୍କରୁ କୋଟିଏ ଟଙ୍କାର ଗହଣା ଲୁଟ୍ । ଢେଙ୍କାନାଳ ରାସୋଳ ଥାନା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି । ବ୍ୟାଙ୍କ କର୍ମଚାରୀଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିଲେ ୪ ଦୁର୍ବୃତ୍ତ । ଲକରରୁ ସୁନାଗହଣା ସହ ନଗଦ ୭/୮ ଲକ୍ଷ ଟଙ୍କା ଲୁଟି ନେଇଗଲେ । ଲୁଟି ହୋଇଥିବା ସୁନାଗହଣାର ଆନୁମାନିକ ମୂଲ୍ୟ କୋଟିଏରୁ ଊର୍ଦ୍ଧ୍ୱ ହେବ ବୋଲି କୁହାଯାଉଛି । ଦୁର୍ବୃତ୍ତଙ୍କ ମାଡ଼ରେ ୨ ବ୍ୟାଙ୍କ କର୍ମଚାରୀ ଆହତ ହୋଇଛନ୍ତି । 

ସୂଚନା ଅନୁସାରେ ବ୍ୟାଙ୍କ ବନ୍ଦ କରିବାର କିଛି ସମୟ ପୂର୍ବରୁ ଚାରିଜଣ ଯୁବକ ଦୁଇଟି ମୋଟର ସାଇକେଲରେ ଆସି ରାସୋଳ ଥାନା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ପଶିଥିଲେ। ମୁହଁରେ ମୁଖା ପିନ୍ଧିଥିବା ସହ ହାତରେ ଛୁରି ,ଭୁଜାଲି ଓ ଲୁହାର ପଞ୍ଚ ବ୍ୟବହାର କରିଥିଲେ ଡକାୟତ ମାନେ । ବ୍ୟାଙ୍କ ମ୍ୟାନେଜରଙ୍କ ସମେତ ତିନିଜଣଙ୍କୁ ଷ୍ଟ୍ରଙ୍ଗରୁମରେ ତାଲା ପକାଇ ଦେଇଥିଲେ । ଡକାୟତମାନେ ଲକର ଭିତରୁ ସୁନା ଗହଣା ଲୁଟି ନେଇଛନ୍ତି ଯାହାର ମୂଲ୍ୟ ଆନୁମାନିକ ଏକ କୋଟିରୁ ଉର୍ଦ୍ଧ୍ଵ ହେବ ବୋଲି ଅନୁମାନ କରାଯାଉଛି ।

ଏହି ଡକାୟତି ଘଟଣାରେ ଗୋବିନ୍ଦପୁର ନିକଟରେ ୫ ଜଣଙ୍କୁ ଗୋଡ଼େଇ ଧରିଲା ପୋଲିସ। ସୁନା ଗହଣା, ଟଙ୍କା ସହ ୨ଟି ବାଇକ୍ ଓ ଗୋଟିଏ କାର୍ ମଧ୍ୟ ଜବତ କରିଛି। ୫ ଅଭିଯୁକ୍ତଙ୍କୁ ସଦର ଥାନା ପୋଲିସ ପଚରାଉଚରା କରୁଛି।