• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବାଲେଶ୍ୱର: ପ୍ଲାଷ୍ଟିକ ଯୁଗରେ କମିବାରେ ଲାଗିଛି ବାଉଁଶ ତିଆରି ସାମଗ୍ରୀର ଚାହିଦା । ହାତ ତିଆରି ସାମଗ୍ରୀର ଚାହିଦା ଦିନକୁ ଦିନ ଜମିବାରେ ଲାଗିଛି । ଯାହା ଏବେ ବାଉଁଶ କାରିଗରିକୁ ରୋଜଗାରର ପନ୍ଥା ବାଛିଥିବା କାରିଗରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଲାଣି । ଏଭଳି କିଛି ଦୁଃଖନୀୟ ଘଟଣା ବାଲେଶ୍ୱର ଜିଲ୍ଲାର ଔପଦା ବ୍ଲକର ପ୍ରତାପପୁର ଠାରେ ଦେଖିବାକୁ ମିଳିଛି । ଆସନ୍ତୁ ଜାଣିବା ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକର ପ୍ରତାପପୁର ବାଉଁଶ କାରିଗରଙ୍କ ଦୁଃଖର କାହାଣୀ ।

ବାଉଁଶରେ ତିଆରି ହାତ ତିଆରି ସାମଗ୍ରୀର ଚାହିଦା ବେଶ ଅଧିକ ଥାଏ । ଏସବୁ ସାମଗ୍ରୀ ଆଖିକୁ ଯେତିକି ସୁନ୍ଦର ଲାଗେ, ଏହାକୁ ତିଆରି କରିବା ବି ସେତିକି ସମୟ ସାପେକ୍ଷ ଥାଏ । ହେଲେ ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ତଳକିଆ ପଞ୍ଚାୟତ ପ୍ରତାପପୁର ଗାଁର ବାଉଁଶ କାରିଗର ଏବେ ଅବହେଳିତ ଅବସ୍ଥାରେ ରହୁଛନ୍ତି । ଏହି ବୃତ୍ତି ଗ୍ରାମବାସୀଙ୍କର ଏକମାତ୍ର ରୋଜଗାରର ପନ୍ଥାଥିବା ବେଳେ ଏବେ ଏଥିରେ ବାଧକ ସାଜିଛି ପ୍ଲାଷ୍ଟିକ ତିଆରି ସାମଗ୍ରୀ । ପ୍ଲାଷ୍ଟିକର ଦରଦାମ କମ ରହୁଥିବାରୁ ଲୋକେ ବାଉଁଶ ଅପେକ୍ଷା ପ୍ଲାଷ୍ଟିକକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଏହା ବାଉଁଶ ତିଆରି ସାମଗ୍ରୀ ଅପେକ୍ଷା ପ୍ଲାଷ୍ଟିକ ଲୋକଙ୍କ ପାଖେ ଅଧିକ ଆଦୃତ ହୋଇପାରିଛି ।

ପୂର୍ବରୁ ବାଉଁଶ ତିଆରି ସାମଗ୍ରୀ ତଥା ଡାଲା, କୁଲା,ଫୁଲ ଚାଙ୍ଗୁଡି ଆଦି ଚାହିଦା ବେଶ ଅଧିକ ରହିଥିଲା । ତେବେ ଏହି ସାମଗ୍ରୀ ତିଆରି କରୁଥିବା କାରିଗର ନିଜ କୌଳିକ ବୃତ୍ତିରୁ ମୁହଁ ଫେରାଇବାରେ ଲାଗିଲେଣି । ବାଉଁଶରେ ତିଆରି ଅନେକ ସାମଗ୍ରୀକୁ ବିକ୍ରି କରି ପରିବାର ପ୍ରତିପୋଷଣ କରିଥାଆନ୍ତି ଏହି ବାଉଁଶ କାରିଗର । କିନ୍ତୁ ପ୍ଲାଷ୍ଟିକ ତିଆରି ସାମଗ୍ରୀର ଚାହିଦା ବଢିବା ହେତୁ ଲୋକେ ବାଉଁଶ କାରିଗରଙ୍କୁ ନିଜ ବୃତ୍ତି ଛାଡିବାକୁ ପଡୁଛି । କିନ୍ତୁ ଏଯାଏଁ ସରକାରଙ୍କ ପକ୍ଷରୁ କୌଣସି ସାହାର୍ଯ୍ୟ କିମ୍ବା ପ୍ରୋତ୍ସାହନ ମିଳିନାହିଁ । ତେବେ ସରକାର ଏ ଦିଗରେ ଧ୍ୟାନ ଦେଇ ସେମାନଙ୍କୁ ପ୍ରୋତ୍ସାହିତ କରିବା ସହ ଏହି ସାମଗ୍ରୀର ବିକ୍ରିପାଇଁ ଉପଯୁକ୍ତ ବଜାର ସୁବିଧା ଯୋଗାଇଦେବାର ଆବଶ୍ୟକତା ରହିଥିବା କହିଛନ୍ତି ଗ୍ରାମବାସୀ । ଗ୍ରାମବାସୀଙ୍କୁ ଏହି ସୁବିଧା ମିଳିବା ନେଇ ସରକାରଙ୍କ ଆଖି କେବେ ଫିଟିବ ତାହା ଦେଖିବାକୁ ରହିଲା ।