Advertisment

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଦୁଇ ନାବାଳିକା

ଗାଧୋଇବା ସମୟରେ ହିଁ ଉଭୟେ ପାଣିରେ ବୁଡ଼ି ଯାଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ବାଲେଶ୍ୱର ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

ଅଦ୍ୟତନ ହୋଇଛି
Two minor girls drown in pond

Two minor girls drown in pond

Advertisment

ବାଲେଶ୍ୱର ସଦର ବ୍ଲକ ଓଡ଼ଙ୍ଗିରେ ଅଘଟଣ । ଗୋଟିଏ ପୋଖରୀରେ ପଡ଼ି ଦୁଇ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଦୁଇଟି ଯାକ ଝିଅ ଗାଧୋଇବାକୁ ପୋଖରୀକୁ ଯାଇଥିଲେ ।

Advertisment

ସେଠାରେ ଗାଧୋଇବା ସମୟରେ ହିଁ ଉଭୟେ ପାଣିରେ ବୁଡ଼ି ଯାଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ବାଲେଶ୍ୱର ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି ।

ମୃତ ନାବାଳିକା ଦ୍ୱୟଙ୍କ ବୟସ ଜଣାପଡ଼ିଛି । ଜଣଙ୍କ ବୟସ ୧୦ ବର୍ଷ ହୋଇଥିବାବେଳେ ଅନ୍ୟ ଜଣେ ନାବାଳିକାର ବୟସ ୧୨ ବର୍ଷ ବୋଲି ଜଣାପଡ଼ିଛି । ଦୁଇଜଣ ନାବାଳିକାଙ୍କ ଏପରି ମୃତ୍ୟୁକୁ ନେଇ ସାରା ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

Advertisment
Drowning Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ