/odishatv-khabar/media/post_attachments/uploadimage/library/16_9/16_9_0/IMAGE_1635066512.jpg)
BaIdhara Ghadei
ଭୁବନେଶ୍ୱର: ଦୁବାଇରେ ଫସିଥିବା ଅସୁସ୍ଥ ଓଡ଼ିଆ ଯୁବକଙ୍କ ଉଦ୍ଧାର ପାଇଁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ । ଓଡ଼ିଆ ଯୁବକ ବାଇଧର ଘଡ଼ାଇଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ଦୁବାଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଚିଠି ଲେଖି ନିବେଦନ କରିଛନ୍ତି ବୈଜୟନ୍ତ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ପନ୍ତୁରୀ ଗାଁର ବାଇଧର ଘଡ଼ାଇ କର୍ମ ସଂସ୍ଥାନ ପାଇଁ ଦୁବାଇ ଯାଇଥିଲେ ।
Also Read
ସେଠାରେ ଏକ ଘରୋଇ କଂପାନୀରେ ୫ ମାସ ହେବ କାମ କରି ଆସୁଥିଲେ । କିନ୍ତୁ ହଠାତ ଅସୁସ୍ଥ ହୋଇପଡ଼ିଥିଲେ । ତେବେ ଚିକିତ୍ସାରେ କୌଣସି ସୁଫଳ ନମିଳିବାରୁ କଂପାନୀରୁ ଇସ୍ତଫା ଦେଇ ବାଇଧର ଭାରତ ଫେରିଆସିବାକୁ ସ୍ଥିର କରିଥିଲେ । ତେବେ କଂପାନି କର୍ତ୍ତୃପକ୍ଷ ତାଙ୍କୁ ବକେୟା ଦରମା ଦେଉନଥିବାରୁ ଅର୍ଥାଭାବରେ ଭୋକ ଉପାସରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ବାଇଧର । ଏନେଇ ବାଇଧରଙ୍କ ବାପା ନିରାକାର ଘଡ଼ାଇ ପୁଅକୁ ସ୍ୱଦେଶ ଫେରାଇ ଆଣିବାକୁ ବୈଜୟନ୍ତ ପଣ୍ଡାଙ୍କୁ ନିବେଦନ କରିଥିଲେ । ଏଥିରେ ବୈଜୟନ୍ତ ନିଜେ ହସ୍ତକ୍ଷେପ କରିବାର ସହ ଦୁବାଇରେ ଅବସ୍ଥାପିତ ରାଷ୍ଟ୍ରଦୂତଙ୍କୁ ଚିଠି ଲେଖି ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)