Advertisment

ଏ ସରକାରକୁ ଲଜ୍ଜା! ରାସ୍ତାଟିଏ କରିପାରିଲାନି, ଜୀବନ ନେଇଗଲା

ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ । ଫଳରେ ଆମ୍ବୁଲାନ୍ସ ପାଖକୁ ପାଖାପାଖି ୧ କିଲୋମିଟର ଷ୍ଟ୍ରେଚରରେ ବୁହାହୋଇ ଆସିଲେ ରୋଗଗ୍ରସ୍ତ ମହିଳା । ଶେଷରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ଜୀବନ ଗଲା।

author-image
Manoranjan Behera
ଅଦ୍ୟତନ ହୋଇଛି
Woman Lost Her Life

Woman Lost Her Life

ସରକାରଙ୍କ ମାଳମାଳ ଯୋଜନା କ’ଣ ଆଖି ଦେଖାଣିଆ? ପ୍ରଶାସମର ଅଣଦେଖା ପାଇଁ ଚାଲିଗଲା ଜଣେ ନିରୀହ ମହିଳାଙ୍କ ଜୀବନ। ୨୦ ବର୍ଷ ଧରି ରାସ୍ତା ମରାମତି ପାଇଁ ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଶାସନ ଶୁଣିଲାନି । ଏହି ମରଣଯନ୍ତା ପାଲଟିଥିବା ରାସ୍ତା ପାଇଁ ଚାଲିଗଲା ଜଣଙ୍କ ଜୀବନ । ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସ ପଶି ପାରିଲାନି, ସେଥିପାଇଁ ଚାଲିଗଲା ମହିଳାଙ୍କ ଜୀବନ । ଏତେ ସବୁ ଘଟଣା ପରେ ସରକାରଙ୍କ ପାରିବାପଣିଆ ଉପରେ ଏବେ ଉଠୁଛି ପ୍ରଶ୍ନ ।

Advertisment

ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବିକଶିତ ଜିଲ୍ଲା କଟକର ସାଲେପୁର ବ୍ଲକ କେରେଙ୍ଗା ଅଞ୍ଚଳରେ । ଗାଁର ରାସ୍ତାର ଅବସ୍ଥା ଏତେ ଶୋଚନୀୟ ଯେ କିଛିଦିନ ତଳେ ଗାଁର ଜଣେ ରୋଗଗ୍ରସ୍ତ ମହିଳାଙ୍କ ଜୀବନ ଚାଲିଯାଇଛି । ରାସ୍ତାରେ ଗାଡ଼ିମୋଟର ଯିବା ତ ଦୂର କଥା ଲୋକେ ଚାଲିକି ଯିବା ମଧ୍ୟ କଷ୍ଟକର ହୋଇପଡ଼ିଛି ।

ଘର ଦୁଆରକୁ ପହଞ୍ଚିପାରିଲାନି ଆମ୍ବୁଲାନ୍ସ, ଶେଷରେ ଷ୍ଟ୍ରେଚର୍‌ରେ ବୁହା ହୋଇ ଆମ୍ବୁଲାନ୍ସ ଯାଏଁ ଯିବା ବାଟରେ ହିଁ ମହିଳାଙ୍କ ଚାଲିଗଲା ପ୍ରାଣ । ମୃତ ମହିଳା ଜଣକ ହେଲେ ଗାଁର ସ୍ୱର୍ଗତଃ ନଟବର ବିଶ୍ୱାଳଙ୍କ ବୋହୂ ଗୌରୀବାଳା ବିଶ୍ୱାଳ । ତେବେ ଏ ଘଟଣାକୁ ନେଇ ସରକାରଙ୍କୁ ଦାୟୀ କରିଛନ୍ତି ଗାଁଲୋକ । ବାରମ୍ବାର ସରପଞ୍ଚ ଓ ବିଧାୟକଙ୍କୁ ଭେଟି ଗାଁ ରାସ୍ତା ମରାମତି ନେଇ ଅଭିଯୋଗ କରିଥିଲେ ମଧ୍ୟ ସେମାନେ ଗାଁ ଲୋକଙ୍କ କଥାକୁ ଅଣଦେଖା କରିଥିବା କହିଛନ୍ତି ଗାଁଲୋକେ ।

Advertisment

ମୃତକ ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନାହିଁ । କଥା କହୁକହୁ ଛଳଛଳ ହୋଇପଡ଼ୁଛି ଆଖି । ମନରେ ଗୋଟିଏ ଦୁଃଖ ରହିଗଲା ଯେ ଯଦି ଆଜି ରାସ୍ତାଟି ଠିକ୍‌ ଥାଆନ୍ତା, ତେବେ ଆଜି ତାଙ୍କ ପରିବାରର ସେହି ସଦସ୍ୟ ଜଣକ ଜୀବିତ ଥାନ୍ତେ । ଭୋଟ ବେଳେ ଜନପ୍ରତିନିଧି ପ୍ରତିଶ୍ରୁତି ଦେଉଛନ୍ତି କି ରାସ୍ତା ମରାମତି କରିଦେବେ, କିନ୍ତୁ ନିର୍ବାଚନ ପରେ ତାଙ୍କର ଦେଖା ବି ମିଳୁନି ।

ଗୋଟିଏ ପଟେ ସରକାର କହୁଛନ୍ତି ପ୍ରତି ଗାଁକୁ ରାସ୍ତା ହେବ ଏବଂ ମୁଖ୍ୟ ସଡ଼କ ସହ ସଂଯୋଗ କରାଯିବ । କିନ୍ତୁ ସରକାରଙ୍କ ପ୍ରତିଶ୍ରୁତି କେତେ ଦୂର କାର୍ଯ୍ୟକାରୀ ହେଉଛି, ତାହା ଏହି ଘଟଣା ସ୍ପଷ୍ଟ କରିଦେଉଛି । ତେବେ ଏହି ରାସ୍ତା ପାଇଁ ଆଉ କାହା ଜୀବନ ନଯାଉ ବୋଲି ସରକାରଙ୍କ ନିକଟରେ ଗୁହାରି କରିଛନ୍ତି ଗାଁ ଲୋକେ । ହେଲେ ସରକାରଙ୍କ ଦୃଷ୍ଟି କେବେ ପଡ଼ୁଛି, ତା ଉପରେ ନଜର ରହିଛି ।

Special Story Bad Road Woman Lost Her Life
Advertisment
Advertisment