• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଏଣିକି ଓଡିଶା ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କୁ ଆଇନଜୀବୀମାନେ ଆଉ ‘MY LORD’, ‘YOUR LORDSHIP’, ‘YOUR HONOUR’ ସମ୍ବୋଧନ କରିପାରିବେନି । ଏନେଇ ହାଇକୋର୍ଟ ମୁଖ୍ୟବିଚାରପତିଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।  ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କୁ ନେଇ ଗଠିତ ଏହି ଖଣ୍ଡପୀଠରେ ମାମଲା ଶୁଣାଣି ସମୟରେ ବିଚାରପତିଙ୍କୁ ଆଇନଜୀବୀ ଓ ପକ୍ଷମାନେ ‘ସାର୍’ ବୋଲି ସମ୍ବୋଧନ କରିପାରିବେ।

ନୂଆ ବର୍ଷ ପରେ ଆଜି ହେଉଛି ହାଇକୋର୍ଟର ପ୍ରଥମ କାର୍ଯ୍ୟ ଦିବସ ।  ଆଜିଠାରୁ ହାଇକୋର୍ଟ ଖୋଲିଥିବା ବେଳେ ପ୍ରକାଶିତ ଚଳିତ ବର୍ଷର ପ୍ରଥମ ସାପ୍ତାହିକ ମାମଲା (Weekly Cause List) ତାଲିକାରେ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ପାଇଁ ପ୍ରକାଶିତ ତାଲିକାରେ ଏଭଳି ଅପିଲ କରାଯାଇଛି।  ଏହି ଖଣ୍ଡପୀଠରେ ମୁଖ୍ୟ ବିଚାରପତି ଓ ବିଚାରପତିଙ୍କୁ ‘MY LORD’, ‘YOUR LORDSHIP’, ‘YOUR HONOUR’ ଭାବେ ସମ୍ବୋଧନ ନ କରିବାକୁ ଆଇନଜୀବୀ ଓ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହୁଥିବା ପକ୍ଷଙ୍କୁ ଅନୁରୋଧ କରାଯାଇଛି। 

ଏଥିସହ ସମ୍ବୋଧନ ପୂର୍ବରୁ ‘HON'BLE’ ଉପସର୍ଗ ଯୋଗ ନ କରିବାକୁ ଅନୁରୋଧ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍ . ମୁରଲୀଧର ଓ ଜଷ୍ଟିସ ଆର. କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ପାଇଁ ପ୍ରକାଶିତ ତାଲିକାରେ ଏ ନେଇ ଉଲ୍ଲେଖ ରହିଛି।