Advertisment

ସ୍ନାନ ଯାତ୍ରାକୁ ୨ ଦିନ: ଖଣ୍ଡୁଆପାଟ ବୁଣିବାରେ ବ୍ୟସ୍ତ କାରିଗର

ପାଖେଇ ଆସୁଛି ଘୋଷଯାତ୍ରା । ଖଣ୍ଡୁଆ ପାଟ ବୁଣିବାରେ ବ୍ୟସ୍ତ କାରିଗର । ଅରୁଆ ଅନ୍ନ ଖାଇ..ପିଲାଠୁ ବୁଢା ସମସ୍ତେ ଏକ ହୋଇ ବୁଣୁଛନ୍ତି ପାଟ।

author-image
Sarbeswar
ଅଦ୍ୟତନ ହୋଇଛି
Khandua pata

Khandua pata

ଜଗନ୍ନାଥ ସଂସ୍କୃତିରେ ଗୀତଗୋବିନ୍ଦର ସ୍ଥାନ ସ୍ଵତନ୍ତ୍ର । ଗୀତ ଗୋବିନ୍ଦ ନଶୁଣିଲେ ଚକା ଆଖିକୁ ନିଦ ଆସେନା । ମନ୍ଦିରରେ ଗୀତଗୋବିନ୍ଦ ଖଣ୍ଡୁଆ ପାଟର ଚଳଣି ତ କାହିଁକେତେ ପୁରୁଣା । ମହାପ୍ରଭୁଙ୍କ ସ୍ନାନ ଯାତ୍ରା ହେଉ କି ଘୋଷଯାତ୍ରା ଅବା ନୀଳାଦ୍ରି ବିଜେ । ସବୁ ନୀତିକାନ୍ତି ବେଳେ ଦରକାର ପଡେ ଗୀତଗୋବିନ୍ଦ ଖଣ୍ଡୁଆ ପାଟ । ହେଲେ ଜାଣିଛନ୍ତି କି, ମହାପ୍ରଭୁଙ୍କ ଲାଗି ଏଇ ଗୀତଗୋବିନ୍ଦ ଖଣ୍ଡୁଆ ପାଟ କେଉଁଠାରେ ତିଆରି ହୁଏ?

Advertisment

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଗୀତଗୋବିନ୍ଦ ଖଣ୍ଡୁଆ ପାଟ। ସେଥିପାଇଁ ବୁଣାକାର ପରିବାର ଏବେ ଭାରି ବ୍ୟସ୍ତ । ଅତି ଶୁଦ୍ଧପୂତ ହୋଇ ନିଷ୍ଠାପର ଭାବେ ଗୀତଗୋବିନ୍ଦ ଖଣ୍ଡୁଆ ପାଟକୁ ବୁଣାଯାଏ । ଏହି ବସ୍ତ୍ର ତିଆରି ସମୟରେ ଘରେ ସଂପୂର୍ଣ୍ଣ ଆମିଷ ନିଷେଧ ହେବା ସହିତ ସ୍ୱାତ୍ତିକ ଆହର କରିବାର ବିଧି ରହିଛି । ଜଗାର ସେବା ଲାଗି ପିଲାଠୁ ବୁଢା ସମସ୍ତେ ବ୍ୟସ୍ତ । କିଏ ସୂତା ଯୋଡୁଛି ତ ଆଉ କିଏ ପାଟ ସୂତାରେ ଗୀତଗୋବିନ୍ଦ ବୁଣିବାରେ ବ୍ୟସ୍ତ । ଶ୍ରୀଅଙ୍ଗ ଲାଗି ବସ୍ତ୍ର ବୁଣିବାକୁ ନିଜର ପେଷା କି ବେଉସା ନୁହେଁ ବରଂ ଏକ ସେବା ବୋଲି ଭାବି ନେଇଛନ୍ତି ନୂଆପାଟଣାର ତ୍ରିଲୋଚନ ଦାସଙ୍କ ପରିବାର ।

ସ୍ନାନଯାତ୍ରାକୁ ଆଉ ଦୁଇଦିନ । ପରେ ଘୋଷଯାତ୍ରା, ବାହୁଡ଼ା ଓ ନୀଳାଦ୍ରିବିଜେ ନୀତି ରହିଛି । ତେଣୁ ଜଗାର ବସ୍ତ୍ର ବୁଣିବାରେ ଏମାନେ ସମସ୍ତେ ବ୍ୟସ୍ତ ରହିଛନ୍ତି । କେବଳ ତ୍ରିଲୋଚନଙ୍କ ପରିବାର ନୁହନ୍ତି ବରଂ ସ୍ଥାନୀୟ ଅଂଚଳର ଅନେକ ପରିବାର ଏବେ ଶ୍ରୀଅଙ୍ଗ ଲାଗି ବସ୍ତ୍ର ବୁଣିବାରେ ବ୍ୟସ୍ତ । ନିର୍ଦ୍ଧାରିତ ସମୟ ପୂର୍ବରୁ କେମିତି ଶ୍ରୀମନ୍ଦିର ପ୍ରଶାସନ ପାଖରେ ଏହି ସବୁ ବସ୍ତ୍ର ପହଞ୍ଚିବ ସେଥିପାଇଁ ଚଳଚଞ୍ଚଳ ବୁଣାକାର ପରିବାର।

Advertisment

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୧୨ ମାସରେ ୧୩ ପର୍ବ । ସବୁ ପର୍ବପର୍ବାଣୀରେ ଶ୍ରୀଅଙ୍ଗରେ ଲାଗି ହୁଏ ଗୀତଗୋବିନ୍ଦ ଖଣ୍ଡୁଆ ପାଟ । ଏମିତିକି ସପ୍ତାହକ ୭ ଦିନ ସାତ ପ୍ରକାରର ବସ୍ତ୍ର ପରିଧାନ କରିଥାଆନ୍ତି ମହାପ୍ରଭୁ । ହେଲେ ସବୁ ବସ୍ତ୍ର ଦେଖିବାକୁ ଅଲଗା । ତେବେ ନିଜ ହାତବୁଣା ଲୁଗା ମହାପ୍ରଭୁ ପିନ୍ଧିଲେ ବହୁତ ଆନନ୍ଦ ମିଳେ ବୋଲି କହିଛନ୍ତି ବୁଣାକାର ପରିବାର ।

Rath Yatra Khandua Pata
Advertisment
Advertisment