• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

୬୫ ବର୍ଷ ବୟସରେ ପାଠ ପଢିବେ ସୁବ୍ରତ ବାଗ୍‌ଚି । ଆଇଟି କମ୍ପାନୀ ମାଇଣ୍ଡଟ୍ରିର ସହ ପ୍ରତିଷ୍ଠାତା ତଥା ଓଡ଼ିଶା ସ୍କିଲ ଡେଭଲପମେଣ୍ଟର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚି ୬୫ ବର୍ଷରେ ପାଠ ପଢିବେ । ଏଥିପାଇଁ ତାଙ୍କୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ସୁଯୋଗ ଦିଆଯାଇଛି ।

୪୦ ବର୍ଷ ତଳେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ସେ ଆଇନ୍ ଶିକ୍ଷା ଲାଭ କରିଥିଲେ । ହେଲେ ୫ଟି ସେମିଷ୍ଟର ଶେଷ କରିବା ପରେ ତାଙ୍କୁ ଦିଲ୍ଲୀ ଛାଡିବାକୁ ପଡିଥିଲା । ସେଥିପାଇଁ ବାଗ୍‌ଚି ଶେଷ ସେମିଷ୍ଟର ପରୀକ୍ଷା ଦେଇପାରିନଥିଲେ । ଫଳରେ ତାଙ୍କ ଆଇନ୍ ଶିକ୍ଷା ଅଧୁରା ରହିଯାଇଥିଲା ।

ତେବେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏହାର ଶତବାର୍ଷିକୀ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ପୁରାତନ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଡିଗ୍ରୀ ଶେଷ କରିବାର ସୁଯୋଗ ପ୍ରଦାନ କରୁଛି । ଫଳରେ ସୁବ୍ରତ ବାଗ୍‌ଚି ତାଙ୍କ ଯୁବକ ବେଳର ସ୍ୱପ୍ନ ପୂରଣ କରିବାକୁ ଯାଉଛନ୍ତି ।