Advertisment

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ ପାଇଁ ପୁରୀରେ ASI ଟିମ୍

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲାଗି ଚାଲିଥିବା ସମସ୍ତ କାର୍ଯ୍ୟକୁ ତନତନ କରି ଅନୁଧ୍ୟାନ କରୁଛି ASI ଟିମ୍

author-image
Prangyan Parimita
ଅଦ୍ୟତନ ହୋଇଛି
asi team

asi team

ପୁରୀରେ ଉଚ୍ଚସ୍ତରୀୟ ASI ଟିମ୍ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ ପାଇଁ ପୁରୀ ଆସିଛନ୍ତି ASI ଟିମ୍ । ଆଞ୍ଚଳିକ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଉଚ୍ଚସ୍ତରୀୟ ଟିମ୍ ପୁରୀ ଆସିଛି । OBCC ଓ ଟାଟା ପ୍ରୋଜେ କର୍ତ୍ତୃପକ୍ଷଙ୍କ ସହ ଜିଲ୍ଲାପାଳ ମଧ୍ୟ ଅଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଚାଲିଥିବା ସମସ୍ତ କାର୍ଯ୍ୟକୁ ତନ୍ନତନ୍ନ କରି ଅନୁଧ୍ୟାନ କରିବ ଟିମ୍ । ଏଏସ୍ଆଇର ଆଞ୍ଚଳିକ ନିର୍ଦ୍ଦେଶକ ଦିଲ୍ଲୀପ ଖମାରୀ, ସୁପରିଣ୍ଟେଣ୍ଡେଣ୍ଟ ଆରକୋଲୋଜିଷ୍ଟ ଅରୁଣ ମଲ୍ଲିକ, ଆସିଷ୍ଟାଣ୍ଟ ସୁପରିଣ୍ଟେଣ୍ଡେଣ୍ଟ ଆର୍କୋଲୋଜିଷ୍ଟ ଚିତ୍ତରଞ୍ଜନ ଦାଶ, ଓବିସିସିର ଅଧିକାରୀ, ଟାଟା ପ୍ରୋଜେକ୍ଟ ଅଧିକାରୀଙ୍କ ସହ ମିଳିତ ଅନୁଧ୍ୟାନ କରିବେ।

Advertisment

କେତୋଟି ପ୍ରକଳ୍ପ ଦକ୍ଷିଣ ଦ୍ୱାର, ପଶ୍ଚିମଦ୍ୱାର, ପୂର୍ବଦ୍ୱାର ଏବଂ ଉତ୍ତରଦ୍ୱାରରେ କରାଯାଇଛି, କେତେ ଗଭୀର ଖୋଳାଯାଇ ଏସମସ୍ତ ନିର୍ମାଣ କରାଯାଇଛି ତାର ଅନୁଧ୍ୟାନ କରିବ ଟିମ୍ । କେତେ ଚଉଡା ଓ ଲମ୍ବାରେ ପିଲାର କରାଯାଇଛି, କେତେ ଉଚ୍ଚତାରେ କରାଯାଇଛି ଏବଂ ଆହୁରି କଣ କଣ ଏହି ପ୍ରକଳ୍ପ ଅଧିନରେ ନିର୍ମାଣ କରାଯିବ ସେ ସବୁର ଅନୁଧ୍ୟାନ କରିବ ଟିମ୍ । ତେବେ ଅନୁଧ୍ୟାନ ପରେ ସେଗୁଡ଼ିକ ରେକର୍ଡଭୁକ୍ତ କରାଯିବ ।

ନିର୍ମାଣାଧୀନ ପ୍ରକଳ୍ପ ନେଇ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି । ଆଗାମୀ ୭ ସୁଦ୍ଧା ସତ୍ୟପାଠ ଦାଖଲ ପାଇଁ ASIକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଜଏଣ୍ଟ ଇନସପେକ୍ସନ କରାଯାଇ ସତ୍ୟପାଠ ଦାଖଲ କରାଯିବ ବୋଲି ଏଏସ୍ଆଇ ପକ୍ଷରୁ ସୂଚନା ଦିଆଯାଇଛି ।

Advertisment
Srimandir Heritage Corridor Project ASI Team
Advertisment
Advertisment