/odishatv-khabar/media/post_attachments/uploadimage/library/16_9/16_9_0/IMAGE_1644555279.jpg)
Aseema Panda & Humane Sagar Rock Odia Version Of Swami Swami
ପୁଷ୍ପା ଫିଲ୍ମର ସାମି ସାମି ଗୀତ ଦେଶରେ ଭାରି ଟ୍ରେଣ୍ଡରେ ରହିଥିବାବେଳେ ଏବେ ଓଡ଼ିଶାରେ ଭାଇରାଲ୍ ହେଉଛି ସ୍ୱାମୀ ସ୍ୱାମୀ ଗୀତ । ଏମିତିକି ଓଡ଼ିଶାରେ ସ୍ୱାମୀ ମୋ ସ୍ୱାମୀ ଗୀତର ଟ୍ରେଣ୍ଡ ବଢୁଛି । ଫଳରେ ଛକ ଛକରେ, ପ୍ରତି ବ୍ୟାଣ୍ଡପାର୍ଟିରେ ବାଜୁଛି ସ୍ୱାମୀ ସ୍ୱାମୀ। ଏହି ଓଡ଼ିଆ ଗୀତଟି ଏତେ ଲୋକପ୍ରିୟ ହୋଇଛି ଯେ, ଯେଉଁଠି ଶୁଣିବେ କିଏ ନା କିଏ ଏହି ଗୀତକୁ ବଜାଉଥିବେ ନଚେତ୍ ଶୁଣିଥିବେ।
ଓଡ଼ିଆ ଗାୟକ ହ୍ୟୁମାନ ସାଗର ଓ ଗାୟିକା ଅସୀମା ପଣ୍ଡା ଏହି ଗୀତରେ କଣ୍ଠଦାନ କରିଛନ୍ତି। ଆଉ ଏହି ଗୀତକୁ ନେଇ ଏବେ ଭାରି ଚର୍ଚ୍ଚା। ଏହି ଗୀତ ଏବେ ସୋସିଆଲ ମିଡିଆରେ ସେନସେସନ୍ ପାଲଟିଛି। ଆଉ ଏହି ଗୀତକୁ ନେଇ ଏବେ ସମସ୍ତଙ୍କର ଚର୍ଚ୍ଚା।
ଲୋକମାନେ କହିବାରେ ଲାଗିଲେଣି କି ତେଲୁଗର ସାମି ସାମି ଗୀତକୁ ଫୁଲ ଦମ୍ରେ ଟକ୍କର ଦେଉଛି ସ୍ୱାମୀ ସ୍ୱାମୀ ଗୀତ। କେବଳ ଦେଶରେ ନୁହେଁ ବରଂ ଓଡ଼ିଶାରେ ବି ପୁଷ୍ପାର ଟ୍ରେଣ୍ଡ ଏବେ ଜୋରସୋରରେ ଦେଖିବାକୁ ମିଳିଛି।
କିଛି ଦିନ ପୂର୍ବରୁ ଓଡିଶା ପରିବହନ ବିଭାଗ ଟ୍ୱିଟ୍ କରି କହିଥିଲା କି ପୁଷ୍ପା ହେଉ କି ପୁଷ୍ପ ରାଜ୍, ବିନା ହେଲେମେଟ୍ରେ ସମସ୍ତଙ୍କର କଟିବ ଚାଲାଣ। କେବେ STA ଓଡ଼ିଶା ନୁହେଁ ବରଂ ବିଏମସି ପକ୍ଷରୁ ମଧ୍ୟ ପୁଷ୍ପାକୁ ନେଇ ଟ୍ୱିଟ୍ କରାଯାଇଛି।
ଏହାସହ ଟ୍ୱିଟ୍ରେ ବିଏମସି ପକ୍ଷରୁ କୁହାଯାଇଛି ଯେ, ଦିନ ହେଉ କି ରାତି...ଘର ମଇଲା ପକାଇବା କେବଳ ଡଷ୍ଟବିନ୍ରେ। ଆଉ ତା’ ହାଜ୍ ଟ୍ୟାଗ୍ ରଖାଯାଇଛି ପୁଷ୍ପା ଫଲ ଏନଭାରମେଂଟ୍। ଆଉ ଏହି ଟ୍ୱିଟ୍କୁ ନେଇ ଏବେ ଚର୍ଚ୍ଚା ଚାଲିଛି। ସେ ଯାହା ବି ହେଉ, ଏବେ ସବୁଠି ପୁଷ୍ପାର ହିଁ ଚାଲିଛି କ୍ରେଜ୍।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)