• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବଢିବ ଓମଫେଡ୍ କ୍ଷୀର ଦର । ଏପ୍ରିଲ ୨୧ ରୁ ଓମଫେଡ କ୍ଷୀର ଲିଟର ଫିଛା ୨ ଟଙ୍କା ବୃଦ୍ଧି ପାଇବ । ଏହା ଦ୍ୱାରା ୫ ଶହ ମିଲିଲିଟର କ୍ଷୀରର ଦାମ ୨୩ ଟଙ୍କା ବଦଳରେ ୨୪ ଟଙ୍କାରେ ବିକ୍ରି କରାଯିବ ।

ଚାଷୀଙ୍କ ଦାବି ଓ ଦୁଗ୍ଧ ଉତ୍ପାଦନ ଖଚ୍ଚ ବୃଦ୍ଧିକୁ ଦୃଷ୍ଟିରେ ସଂସ୍ଥା ପକ୍ଷରୁ ଦାମ ବଢାଯାଇଛି । ଓମଫେଡ୍ ଗୋଲ୍ଡ ଓ ପ୍ରିମିୟମ କ୍ଷୀରର ଦର ୫ଶହ ମିଲିଲିଟରକୁ ୨୪ ଟଙ୍କା ରଖାଯାଇଥିବା ବେଳେ, ଟୋନଡ୍ କ୍ଷୀରର ମୂଲ୍ୟ ୨୧ଟଙ୍କା ରଖାଯାଇଛି ।

ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ସତ୍ତ୍ୱେ ଗତ ଦୁଇବର୍ଷ ହେଲା ଦରବୃଦ୍ଧି କରାଯାଇନଥିବା ସଂସ୍ଥା ପକ୍ଷରୁ କୁହାଯାଇଛି ।

କେବଳ ଏତିକି ନୁହେଁ ଓମଫେଡ୍‌ ଚା’ ସ୍ପେଶାଲ ଦୋକାନୀଙ୍କ ପାଇଁ ଏକ ନୂଆ ପ୍ରକାର ଦୁଗ୍ଧ ବିକ୍ରକରିବାକୁ ଯାଉଛି । ଏହାର ଦାମ ୫ ଶହ ମିଲିଲିଟର ପିଛା ୨୩ ଟଙ୍କା ରଖାଯାଇଥିବା ବେଳେ, ପ୍ରାରମ୍ଭିକ ପଯର୍ଯ୍ୟାୟରେ ଭୁବନେଶ୍ୱର, କଟକ ଓ ପୁରୀରେ ଉପଲବ୍ଧ ହେବ ।

ଅନ୍ୟପକ୍ଷେ, ଖାଉଟିଙ୍କୁ ବାଧୁଛି ମହଙ୍ଗା ମାଡ । ଦିନକୁ ଦିନ କ୍ରମାଗତ ଭାବରେ ବିଭିନ୍ନ ସାମଗ୍ରୀର ମୂଲ୍ୟ ବଢ଼ିବାରୁ ଜନତାଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ପେଟ୍ରୋଲ୍ ଡିଜେଲ୍ ଦର ଠାରୁ ଆରମ୍ଭ କରି ଲେମ୍ୱୁ ଓ ବସ୍‌ ଭଡ଼ା ପର୍ଯ୍ୟନ୍ତ ସବୁକିଛିର ମୂଲ୍ୟ ଅହେତୁକ ବୃଦ୍ଧି ପାଇପାରେ ଲାଗିଛି । ଫଳରେ ଦରବୃଦ୍ଧି ଜନସାଧାରଣଙ୍କ ପାଇଁ ଅସହ୍ୟ ହୋଇପଡୁଛି ।