• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

କ୍ରାଇମବ୍ରାଞ୍ଚ ଏଡିଜି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଅରୁଣ ବୋଥ୍ରା । ୧୯୯୬ ବ୍ୟାଚ୍‌ର ଆଇପିଏସ ଅରୁଣ ବୋଥ୍ରା କଟକ କ୍ରାଇମବ୍ରାଞ୍ଚର ମୁଖ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଦାୟିତ୍ ଗ୍ରହଣ କରିଛନ୍ତି ଅରୁଣ ବୋଥ୍ରା । କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ଅରୁଣ ବୋଥ୍ରାଙ୍କୁ ଦାୟିତ୍ୱ ହନ୍ତାନ୍ତର କରିଛନ୍ତି ।

ନୂତନ କରି ଦାୟିତ୍ୱ ନେବା ପରେ ରାଜ୍ୟରେ ଅପରାଧର ସ୍ଥିତି ନିୟନ୍ତ୍ରଣରେ ଥିବା କହିଛନ୍ତି ଅରୁଣ ବୋଥ୍ରା । ସମସ୍ତଙ୍କ ସହଭାଗିତାରେ କାମ କଲେ କ୍ରାଇମକୁ ରୋକାଯାଇପାରିବ ବୋଲି ସେ କହିଛନ୍ତି । ଅପରାଧିକ ମାମଲାରେ ତଦନ୍ତ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟରେ ଦୋଷୀ ସାବ୍ୟସ୍ତ କରାଇବା କ୍ରାଇମବ୍ରାଞ୍ଚର ପ୍ରଥମ କର୍ତ୍ତବ୍ୟ । ବର୍ତ୍ତମାନ ସାଇବର ଅପରାଧ ଉପରେ ଅଧିକ ପ୍ରାଧାନ୍ୟ ଦିଆଯାଉଛି, ଆଗକୁ ଲୋକଙ୍କୁ ଏ ନେଇ ଅଧିକ ସଚେତନ କରାଯିବ ବୋଲି କ୍ରାଇମବ୍ରାଞ୍ଚ ଡିଜି ଅରୁଣ ବୋଥ୍ରା କହିଛନ୍ତି ।

ସେହିପରି ବୁଧବାର ଭୁବନେଶ୍ୱର ଡିସିପି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ୍‌ ପ୍ରତୀକ ସିଂହ । ଭୁବନେଶ୍ୱର ଡିସିପି କାର୍ଯ୍ୟାଳୟରେ ସମସ୍ତ ଏସିପି, ଆଇଆଇସିଙ୍କ ସହିତ ଭେଟିବା ପରେ ଦାୟିତ୍ୱ ନେଇଥିଲେ ପ୍ରତୀକ ସିଂହ । କଟକରେ କାମ କରିବାର ଅନୁଭୂତିକୁ ପାଥେୟ କରି ଭୁବନେଶ୍ୱରରେ ଆଇନ୍ ଶୃଙ୍ଖଳା ବ୍ୟବସ୍ଥା ସଜାଡିବେ ବୋଲି ସେ କହିଥିଲେ । ବିଭିନ୍ନ ଥାନା ସହିତ ଆଲୋଚନା କରି କେଉଁ ଥାନାରେ କଣ ସମସ୍ୟା ରହିଛି, ପ୍ରଥମେ ଆଲୋଚନା କରି ପଦକ୍ଷେପ ନେବେ ବୋଲି ଡିସିପି ପ୍ରତୀକ ସିଂହ କହିଥିଲେ ।

ରାଜ୍ୟ ସରକାରଙ୍କ ପକ୍ଷରୁ ଆଇପିଏସ୍‌ ସ୍ତରରେ ବଡ଼ ଅଦଳବଦଳ ହୋଇଛି, ଜାଣନ୍ତୁ..

• ବଦଳିଲେ କଟକ ଓ ଭୁବନେଶ୍ୱର ଡିସିପି

• କଟକର ନୂଆ ଡିସିପି ହେଲେ ପିନାକ ମିଶ୍ର

• ଭୁବନେଶ୍ୱର ନୂଆ ଡିସିପି ହେଲେ ପ୍ରତୀକ ସିଂ

• ମନୋଜ କୁମାର ଛାବ୍ରା ହେଲେ ଜେଲ୍ ବିଭାଗ ଡିଜି

• ସନ୍ତୋଷ କୁମାର ଉପାଧ୍ୟାୟଙ୍କୁ ଡିଜି ଫାୟାର ସର୍ଭିସ ଦାୟିତ୍ୱ

• ଗୁଇନ୍ଦା ନିର୍ଦ୍ଦେଶକ ହେଲେ ସଞ୍ଜୀବ କୁମାର ପଣ୍ଡା

• ଅରୁଣ ବୋଥ୍ରା ହେଲେ କ୍ରାଇମବ୍ରାଞ୍ଚ ଏଡିଜି

• IGP କମ୍ୟୁନିକେସନ ହେଲେ ଏସ୍.କେ.ଗଜଭିୟେ

• ସଫିନ ଅହମ୍ମଦ କେ. ହେଲେ ଆଇଜିପି HRPC

• ଉମାଶଙ୍କର ଦାଶ ହେଲେ ଟ୍ୱିନସିଟିର ଅତିରିକ୍ତ ପୋଲିସ କମିଶନର

• ନିତି ଶେଖରଙ୍କୁ ପଶ୍ଚିମାଞ୍ଚଳ ରେଞ୍ଜ୍ ଡିଆଇଜି ଦାୟିତ୍ୱ

• ପରମାର ସ୍ମିତ ପରଷୋତ୍ତମଦାସ ହେଲେ ବରଗଡ଼ SP

• ରାହୁଲ ଜୈନ ହେଲେ ଝାରସୁଗୁଡ଼ା SP

• ଶ୍ରବଣ ବିବେକ ଏମ୍ ହେଲେ ବ୍ରହ୍ମପୁରର ନୂଆ SP

• ସିଦ୍ଧାର୍ଥ କଟାରିଆ ହେଲେ ଖୋର୍ଦ୍ଧା SP

• ନବରଙ୍ଗପୁର SP ହେଲେ ଏସ୍. ସୁଶ୍ରୀ

• ଅଭିଳାଷ ଜି. ହେଲେ କଳାହାଣ୍ଡି SP

CTC_CRIME_BRANCH_OFFICE_AVO_2PM