/odishatv-khabar/media/post_attachments/uploadimage/library/16_9/16_9_0/IMAGE_1679399974.jpg)
Forest Fire
ରାଜ୍ୟରେ ଜଳିଛି ୭୦୭୦ ହେକ୍ଟର ଜଙ୍ଗଲ । ୨୦୨୨ରେ ଜଙ୍ଗଲରେ ନିଆଁ ଲାଗିବାରୁ ୮୪୫୦ ହେକ୍ଟର ଜଙ୍ଗଲ ନଷ୍ଟ ହୋଇଛି । ଏବର୍ଷ ମାର୍ଚ୍ଚ ୧୭ ସୁଦ୍ଧା ୭୦୭୦ ହେକ୍ଟର ଜଙ୍ଗଲ ନିଆଁରେ କ୍ଷତିଗ୍ରସ୍ତ ବୋଲି ବିଧାୟକ ଗଣେଶ ରାମ ଖୁଣ୍ଟିଆଙ୍କ ପ୍ରଶ୍ନରେ ଜଙ୍ଗଲ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ।
ସେପଟେ ରାଜ୍ୟରେ ଚଳିତ ବର୍ଷ ୨୭୭୬ ବନ୍ୟଜନ୍ତୁଙ୍କ ମୃତ୍ୟୁ ହୋଇଛି । ୨୦୧୭-୧୮ରୁ ୨୦୨୧-୨୨ ମଧ୍ୟରେ ୨୭୭୬ ବନ୍ୟଜନ୍ତୁଙ୍କ ମୃତ୍ୟୁ ହୋଇଛି । ଗୃହରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ଏହି ସୂଚନା ଦେଇଛନ୍ତି । ୪୧୬ ହାତୀ ମଧ୍ୟ ମରିଛନ୍ତି । ହାତୀ ଉପଦ୍ରବରୁ ୬୬୯ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ହାତୀ ଉପଦ୍ରବରେ ୭୪୧ଟି ଗୃହପାଳିତ ପଶୁ ମରିଥିବା ସୂଚନା ମିଳିଛି । ୫ ବର୍ଷରେ ୯୧୫୯ ଗୋଟି ଘର ହାତୀ ଭାଙ୍ଗିଛନ୍ତି । କ୍ଷୟକ୍ଷତି ପାଇଁ ୫ ବର୍ଷରେ ମିଳିଛି ଶହେ କୋଟି ୯୩ ଲକ୍ଷ ଟଙ୍କା ।
ଜଙ୍ଗଲ ନିଆଁକୁ ନେଇ ରାଜ୍ୟ-କେନ୍ଦ୍ର ଦୋଷ ଠେଲାଠେଲି । ଚାରିଆଡ଼େ ଜଙ୍ଗଲ ହୁତ୍ ହୁତ୍ ହୋଇ ଜଳିବା ପରେ ବିଧାନସଭାରେ ଏ ପ୍ରସଙ୍ଗ ଉଠିଥିଲା । ଜଙ୍ଗଲ ନିଆଁ ସରଗରମ ଆଲୋଚନା ବେଳେ ସରକାରଙ୍କୁ ଟାର୍ଗେଟ୍ କରିଥିଲେ ଉଭୟ କଂଗ୍ରେସ ଓ ବିଜେପି । ଜଙ୍ଗଲ ନିଆଁକୁ ନେଇ ଟେନସନ୍ରେ ରାଜ୍ୟ ସରକାର । ନିଆଁ ଆୟତ୍ତ କରିବାକୁ ବାଟ ପାଉନି ଜଙ୍ଗଲ ବିଭାଗ । ଦିନେ କି ଦୁଇ ଦିନ ନୁହେଁ, ଲଗାତର ୨ ମାସ ହେଲାଣି ଜଳୁଛି ଜଙ୍ଗଲ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)