Advertisment

ଅଧାରେ ରହିଗଲା ଝିଅକୁ ଦେଖିବା, ଦେଶପାଇଁ ପାଇଁ ପ୍ରାଣବଳି ଦେଲେ ଓଡ଼ିଆ ପୁଅ

ପୁରୀ ସରକାରୀ ITIରେ ଇନଷ୍ଟ୍ରକଟର ଚାକିରି କରୁଥିବା ପତ୍ନୀ ସୁଶ୍ରୀ ସଂଗୀତା ଡ୍ୟୁଟିରେ ଥିବାରୁ ପରେ କଥା ହେବେ କହି ଫୋନ୍ ରଖିଥିଲେ। ହେଲେ ସେହି କଲ ଯେ, ସ୍ବାମୀଙ୍କ ଶେଷ କଲ ପାଲଟିଯିବ, ସେ କଥାକୁ ବିଶ୍ବାସ କରି ପାରୁ ନାହାନ୍ତି ସେ।

ଅଦ୍ୟତନ ହୋଇଛି
undefined

Army jawan Debasis Biswal's family still in denial

Advertisment

ପାଗଳୀ ପ୍ରାୟ ମାଆ, ଧୈର୍ଯ୍ୟହରା ବାପା। ଆଉ ସ୍ବାମୀଙ୍କ ସହିଦ ଖବର ଶୁଣି ଘଣ୍ଟା ଘଣ୍ଟାକୁ ମୁର୍ଚ୍ଛ ଯାଉଥିବା ପତ୍ନୀ। ସ୍ଥିତି ଏମିତି ଯେ, କାହାକୁ ବୁଝାଇବା ଯେତିକି କଷ୍ଟ, ସ୍ବାନ୍ତନା ଦେବା ଆହୁରି ଅସମ୍ଭବ ବ୍ୟାପାର। ଜାମ୍ମୁ-କାଶ୍ମୀରର ପୁଞ୍ଚରେ ଆତଙ୍କୀ ଆକ୍ରମଣରେ ଓଡ଼ିଆ ଯବାନ ଲାନସ ନାୟକ ଦେବାଶିଷ ବିଶ୍ବାଳ ସହିଦ ହେବା ପରେ ଏହା ଥିଲା ତାଙ୍କ ଗାଁ ମାଟିର ଦୃଶ୍ୟ। କାନ୍ଦ ବୋବାଳିରେ ଫାଟି ପଡୁଛି  ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍ ଅଳଗୁମ ଖଣ୍ଡାୟତ ସାହି। ଦେବାଶିଷଙ୍କ ପରିବାର, ପରିଜନ ଓ ସମ୍ପର୍କୀୟଙ୍କ ଆଖିରେ ଲୁହର ବନ୍ୟା।

Advertisment

କାଲି ଦିନ ପ୍ରାୟ ୩ଟା ବେଳେ ପୁଞ୍ଚରେ ଏ ଅଘଟଣ ଘଟିବା ପୂର୍ବରୁ ସକାଳ ୧୦ଟା ୩୮ରେ ପତ୍ନୀଙ୍କୁ କଲ୍ କରିଥିଲେ ଦେବାଶିଷ। ୩ ମାସର କୁନି ଝିଅ କେମିତି ଅଛି, ସେ କଥା ପଚାରିଥିଲେ। ପୁରୀ ସରକାରୀ ITIରେ ଇନଷ୍ଟ୍ରକଟର ଚାକିରି କରୁଥିବା ପତ୍ନୀ ସୁଶ୍ରୀ ସଂଗୀତା ଡ୍ୟୁଟିରେ ଥିବାରୁ ପରେ କଥା ହେବେ କହି ଫୋନ୍ ରଖିଥିଲେ। ହେଲେ ସେହି କଲ ଯେ, ସ୍ବାମୀଙ୍କ ଶେଷ କଲ ପାଲଟିଯିବ, ସେ କଥାକୁ ବିଶ୍ବାସ କରି ପାରୁ ନାହାନ୍ତି ସେ। ଏମିତିକି ଦେବାଶିଷ ଦେଶପାଇଁ ପ୍ରାଣବଳି ଦେଇଥିଲେ, ବି ସେ ବାସ୍ତବତାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ପରିବାର ଓ ଆତ୍ମୀୟ ସ୍ବଜନ।

ଅଳୁଗମ ଖଣ୍ଡାୟତ ସାହିର ଦେବାଶିଷ ବିଶ୍ବାଳ। ଡାକ ନାଁ ସାହିତ୍ୟ। ଯବାନ ହୋଇ ଦେଶ ମାତୃକାର ସେବା ପାଇଁ ପିଲାଦିନରୁ ଥିଲା ଝୁଙ୍କ। ସେହି ଆଶାକୁ ପୂରଣ କରିବାକୁ କଲେଜ୍ ପଢ଼ା ପରେ ୨୦୧୧ରେ ସତ୍ୟବଦୀ ଗୁରୁକୁଳ ଆଥଲେଟିକ୍ସରେ ତାଲିମ ନେଇଥିଲେ ଦେବାଶିଷ। ୨ ବର୍ଷ ପରେ ୨୦୧୩ରେ ସ୍ଥଳସେନାର ଶିଖ୍ ଲାଇଟ୍ ଇନଫାଣ୍ଟ୍ରିରେ ସୈନିକ ଭାବେ ଯୋଗ ଦେଇ ସ୍ବପ୍ନ ପୂରଣ କରିଥିଲେ। ଏବେ ସେ ଜାମ୍ମୁକାଶ୍ମୀରରେ ରାଷ୍ଟ୍ରୀର ରାଇଫଲ୍ସରେ ଲାନସ ନାୟକ ରାଙ୍କରେ କାର୍ଯ୍ୟରତ ଥିଲେ ।

Advertisment

ଗତବର୍ଷ ଅକ୍ଷୟ ତୃତୀୟାରେ ବିବାହ କରିଥିଲେ ଦେବାଶିଷ। ଏଇ ବର୍ଷ ଜାନୁଆରୀରେ କନ୍ୟା ସନ୍ତାନର ଏକୋଇସିଆରେ ଶେଷ ଥର ଲାଗି ଘରକୁ ଆସିଥିଲେ। ଆସନ୍ତା ମେ ୧୨ରେ ଘରକୁ ଆସିବା ଲାଗି ଆଗୁଆ ଟିକେଟ୍ କରିଥିଲେ। ଘରକୁ ଆସିବା ପରେ ପାଳନ ହୋଇଥାନ୍ତା ପ୍ରଥମ ବିବାହ ବାର୍ଷିକୀ ହେଲେ, ବିଧିର ବିଧାନ ଥିଲା କିନ୍ତୁ ଅଲଗା।

ସେପଟେ ଗତକାଲିର ପୁଞ୍ଚ୍ ହମଲାରେ ୫ ଜଣ ଯବାନଙ୍କ ହତ୍ୟା ପଛରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର ଏ ତୋଏବା ହାତ ଥିବା ଅନୁମାନ କରାଯାଉଛି। ଘଟଣା ପରେ ଏବେ ମିଳିତ ବାହିନୀ ପକ୍ଷରୁ ଅଞ୍ଚଳ ଡ୍ରୋନ୍ ଓ ସର୍ଭିଲାନ୍ସ ହେଲିକପ୍ଟର ସାହାଯ୍ୟରେ ବ୍ୟାପକ ସର୍ଚ୍ଚ ଅପରେସନ୍ ଚାଲିଛି। ତେଣେ ଆକ୍ରମଣସ୍ଥଳ ନିକଟବର୍ତ୍ତୀ ଅଞ୍ଚଳରେ ୬ରୁ ୭ ଜଣ ଆତଙ୍କୀ ଦୁଇଟି ଗ୍ରୁପରେ ଲୁଚି ରହିଥିବା ସେନା ଓ ସୁରକ୍ଷା ବଳ ସୂଚନା ପାଇଛି। ଏପଟେ ଘଟଣାସ୍ଥଳକୁ ଆଜି NIAର ଟିମ୍ ଯାଇ ଅନୁସନ୍ଧାନ ଆରମ୍ଭ କରିଛି। ଜାମ୍ମୁ ଓ କାଶ୍ମୀର ଡିଜିପି ମଧ୍ୟ ଘଟଣାସ୍ଥଳକୁ ଯାଇଛନ୍ତି।

Advertisment

ରିପୋର୍ଟ: ଦ୍ୟୁତିକୃଷ୍ଣ ପଟ୍ଟନାୟକ

Indian Army Odia Jawan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ