/odishatv-khabar/media/post_attachments/uploadimage/library/16_9/16_9_0/IMAGE_1663769715.jpg)
Arindam Das Scholarship
ପ୍ରଥମ ଅରିନ୍ଦମ ଦାସ ସ୍ମାରକୀ ସ୍କଲାର୍ଶିପ୍ ପ୍ରଦାନ କଲା ଓଟିଭି । କମ୍ପ୍ୟୁଟର ସାଇନ୍ସ ଇଂଜିନିୟରିଂ ଛାତ୍ର ଅମ୍ଲାନ ନନ୍ଦଙ୍କୁ ଏହି ସହାୟତା ମିଳିଛି । ବୁଧବାର ଭୁବନେଶ୍ୱର ଓଟିଭି ମୁଖ୍ୟ କାର୍ଯ୍ୟାଳୟରେ ଅମ୍ଲାନଙ୍କ ବାପାଙ୍କୁ ସ୍କଲାର୍ଶିପ୍ ରାଶି ପ୍ରଦାନ କରିଛନ୍ତି ଓଟିଭି ନ୍ୟୁଜ୍ ଏଡିଟର ରାଧାମାଧବ ମିଶ୍ର । ଅମ୍ଲାନଙ୍କ କଲେଜ୍ ଫି ଓ ବାର୍ଷିକ ହଷ୍ଟେଲ୍ ଫି ବାବଦ ସମସ୍ତ ରାଶି ଦିଆଯାଇଛି ।
ଅମ୍ଲାନ୍ ଏବେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସ ଇଂଜିନିୟରିଂରେ ତୃତୀୟ ବର୍ଷ ଛାତ୍ର । ପାଠ ପଢ଼ା ସୁବିଧା ପାଇଁ OTV ପକ୍ଷରୁ ତାଙ୍କୁ ଏହି ସ୍କଲାର୍ଶିପ୍ ଦିଆଯାଇଛି । ଯୁବ ସାମ୍ବାଦିକ ଅରିନ୍ଦମ ଦାସ ଙ୍କ ପରଲୋକକୁ ଇତି ମଧ୍ୟରେ ବର୍ଷେ ପୂରିଛି । ତାଙ୍କ ସ୍ମୃତିରେ ଓଟିଭି ପକ୍ଷରୁ ଏହି ସ୍କଲାର୍ଶିପ୍ ବ୍ୟବସ୍ଥା ଆରମ୍ଭ ହୋଇଛି । ପ୍ରତିବର୍ଷ ଆର୍ଥିକ ଅନଗ୍ରସର ବର୍ଗର ଜଣେ କୃତୀ ଛାତ୍ରଙ୍କୁ ଏହି ସହାୟତା ପ୍ରଦାନ କରାଯିବ ।
ଦିବଙ୍ଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କ ସ୍ମୃତିରେ ଆଜି ଓଟିଭି କାର୍ଯ୍ୟାଳୟରେ ଦିଆଯାଇଛି ପ୍ରଥମ ସ୍କଲାରସିପ୍ #Odisha#OTV#Scholarshippic.twitter.com/8RlJbRuJzP
— ଓଟିଭି (@otvkhabar) September 21, 2022
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)