• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଫେରିଆ ବାବୁସାନ୍ । ସ୍ତ୍ରୀ ପାଖକୁ, ନିଜ ପରିବାର ପାଖକୁ ଫେରି ଆସ୍‌ । ଆଜି ଏଭଳି କିଛି ଗଣମାଧ୍ୟମ ଆଗରେ ନିବେଦନ କରିଛନ୍ତି ମାଆ ତଥା ବରିଷ୍ଠ ଅଭିନେତ୍ରୀ ଅପରାଜିତା ମହାନ୍ତି । ବାବୁସାନ୍‌ଙ୍କ ପାରିବାରିକ ଅଶାନ୍ତି ଖବର ସାମ୍ନାକୁ ଆସିବା ଓ ପ୍ରକୃତି ମିଶ୍ରଙ୍କ ସହ ସମ୍ପର୍କ ଅଭିଯୋଗ ଆସିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ଅପରାଜିତା । 

ଅପରାଜିତା କହିଛନ୍ତି ଯେ, ଗତ ଦେଢ଼ ବର୍ଷ ଧରି ଖରାପ ସଙ୍ଗତରେ ପଡ଼ି ଯାଇଛନ୍ତି ବାବୁସାନ୍ । କାହା ସହ ମିଶୁଛି ସେ ଜାଣି ନାହାନ୍ତି । କିନ୍ତୁ ଖରାପ ସଙ୍ଗତରେ ପଡ଼ି ତା’ର  ସର୍ବନାଶ ହୋଇଛି । ଖାଲି ଏତିକି ନୁହେଁ, ପ୍ରକୃତ ବନ୍ଧୁର ମାନେ କଣ, ସିଏ ଜାଣିପାରୁନି ? ଯିଏ ମାନସିକ, ଶାରୀରିକ, ଆର୍ଥିକ, ପାରିବାରିକ ଭାବେ ସହାୟତା କରେ ସେ ହିଁ ପ୍ରକୃତ ବନ୍ଧୁ । ଯଦି ଏସବୁରେ କେହି ତାକୁ କ୍ଷତି ପହଞ୍ଚାଏ ସେ ପ୍ରକୃତ ବନ୍ଧୁ ନୁହେଁ ବୋଲି କହି ପ୍ରକୃତିଙ୍କୁ ପରୋକ୍ଷରେ ଟାଗେର୍ଟ କରିଛନ୍ତି ଅପରାଜିତା । ବାବୁସାନ୍ ଜଣେ ଭଲ ଓ ସ୍ନେହୀ ପିଲା । ସବୁବେଳେ ସିନେମା ଭିତରେ ବୁଡ଼ିକି ରୁହେ । ତେଣୁ ପରିବାର ପାଖକୁ ସେ ଫେରି ଆସିବାକୁ ନିବେଦନ କରିଛନ୍ତି ଅପରାଜିତା । 

ତେବେ ଗତକାଲି ଦାଣ୍ଡରେ ପଡ଼ିଥିଲା ଓଡ଼ିଆ ଷ୍ଟାରଙ୍କ ଘର କଳି । ଅଭିନେତା ବାବୁସାନ ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଏକାଠି ନେଇ ହଙ୍ଗାମା ମଚାଇଛନ୍ତି ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ । ବାବୁଶାନ-ପ୍ରକୃତିଙ୍କ ସହ ଝଗଡ଼ା କରିବା ସହ ମାଡ଼ ବି ମାରିଥିବା ଅଭିଯୋଗ ହୋଇଛି । ଯାହାର ଭିଡ଼ିଓ ଗତକାଲି ଭାଇରାଲ୍ ହୋଇଥିଲା ।  

ପ୍ରକୃତିଙ୍କ ବାପା, ମା ଖାରବେଳନଗର ଥାନାରେ ଏତଲା ଦେବା ପରେ ପୋଲିସ ମାମଲା ରୁଜୁ କରିଛନ୍ତି । ଅନ୍ୟପକ୍ଷରେ ଖାରବେଳନଗର ଥାନାରେ ଶାଶୂ ଅପରାଜିତାଙ୍କ ସହ ମିଶି ଏତଲା ଦେଇଛନ୍ତି ବାବୁସାନଙ୍କ ପତ୍ନୀ ତୃପ୍ତି ।